Advertisment

ଦୁଇ କୋଟି ଟଙ୍କାର ଗଞ୍ଜେଇ ଜବତ

ବଡ଼ପଦର ପଞ୍ଚାୟତର ସାଙ୍ଗମାଗୁଡ଼ା ଜଙ୍ଗଲରେ ଗଞ୍ଜେଇ ଲୁଚାଇ ରଖାଯାଇଥିଲା। ରାତିରରେ ମାଫିଆମାନେ ଗଞ୍ଜେଇ ଚୋରା ଚାଲାଣ କରିବା ପାଇଁ ଯୋଜନା କରୁଥିଲେ। କୌଣସି ସୂତ୍ରରୁ ଖବର ପାଇ ଅଚାନକ ଚିତ୍ରକୋଣ୍ଡା ଥାନା ପୁଲିସ୍‌ ଚଢ଼ଉ କରିଥିଲା।

author-image
Manoranjan Sial
Ganja

Ganja

ଚିତ୍ରକୋଣ୍ଡା ପୁଲିସକୁ ମିଳିଛି ବଡ଼ ସଫଳତା। ଜଙ୍ଗଲରେ ଚୋରା ଚାଳନ ପାଇଁ ରଖା ଯାଇଥିବା ଦୁଇ କୋଟି ଟଙ୍କାର ଗଞ୍ଜେଇ ଜବତ କରିଛି। ମାତ୍ର ଅଭିଯୁକ୍ତମାନେ ଅନ୍ଧକାରର ସୁଯୋଗ ନେଇ ଚମ୍ପଟ ମାରିଛନ୍ତି। ପୁଲିସ ଅଭିଯୁକ୍ତଙ୍କୁ ଧରିବା ପାଇଁ ଚଢ଼ଉ ଜାରି ରଖିଛି।

Advertisment

ବଡ଼ପଦର ପଞ୍ଚାୟତର ସାଙ୍ଗମାଗୁଡ଼ା ଜଙ୍ଗଲରେ ଗଞ୍ଜେଇ ଲୁଚାଇ ରଖାଯାଇଥିଲା। ରାତିରରେ ମାଫିଆମାନେ ଗଞ୍ଜେଇ ଚୋରା ଚାଲାଣ କରିବା ପାଇଁ ଯୋଜନା କରୁଥିଲେ। କୌଣସି ସୂତ୍ରରୁ ଖବର ପାଇ ଅଚାନକ ଚିତ୍ରକୋଣ୍ଡା ଥାନା ପୁଲିସ୍‌ ଚଢ଼ଉ କରିଥିଲା। ଅଧିକାରୀ ମୁକୁନ୍ଦ ମେଲେକାଙ୍କ ନେତୃତ୍ୱରେ ଏକ ଟିମ୍‌ ଉକ୍ତ ଜଙ୍ଗଲରେ ଚଢ଼ଉ କରିଥିଲା। ଅନ୍ଧକାର ସୁଯୋଗ ନେଇ ମାଫିଆମାନେ ଘଞ୍ଚ ଜଙ୍ଗଲ ଭିତରକୁ ପଳାଇ ଯାଇଥିଲେ। ପୁଲିସ ସେଠାରୁ ୮୫ଟି ବସ୍ତା ଗଞ୍ଜେଇ ଜବତ କରିଥିଲା। ଜବତ ଗଞ୍ଜେଇର ଓଜନ ୨ ଟନ୍‌ ୧୫୨ କେଜି ହେବ। ଯାହାର ଆନୁମାନିକ ମୂଲ୍ୟ ୨ କୋଟି ୧୫ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି।

ତେବେ କେତେଦିନ ଧରି ଗଞ୍ଜେଇ ଚାଲାଣ ହେଉଥିଲା ଓ କିଏ ଏହାର ମାଷ୍ଟର ମାଇଣ୍ଡ? ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ। ପୁଲିସ ବିଭିନ୍ନ ଦିଗରୁ ତଦନ୍ତ ଚଳାଇଛି। ତେବେ ଅଭିଯୁକ୍ତଙ୍କ ପାଖରେ ପହଞ୍ଚି ପାରିନାହିଁ।

Advertisment
Malkangiri