Advertisment

ମାଲକାନଗିରି ଜଙ୍ଗଲରେ ସୁଟିଂ ହେବ ପୁଷ୍ପା ପାର୍ଟ-୨

ଏଥିଲାଗି ଜିଲ୍ଲାର SP ଓ ଜିଲ୍ଲାପାଳଙ୍କ ଠାରୁ ଅନୁମତି ଲୋଡିଛନ୍ତି ଫିଲ୍ମର ପ୍ରଯୋଜକ।

author-image
Niranjan Mishra
Pushpa Part-2 film shooting team

Pushpa Part-2 film shooting team

ମାଲକାନଗିରି ଜିଲ୍ଲାର ଜଙ୍ଗଲରେ ସୁଟିଂ ହେବ ସୁପର ହିଟ ଚଳଚ୍ଚିତ୍ର ପୁଷ୍ପା ପାର୍ଟ -୨। ଏଥିଲାଗି ଜିଲ୍ଲାର SP ଓ ଜିଲ୍ଲାପାଳଙ୍କ ଠାରୁ ଅନୁମତି ଲୋଡିଛନ୍ତି ଫିଲ୍ମର ପ୍ରଯୋଜକ। ତେଲୁଗୁ ଷ୍ଟାର୍ ଆଲୁ ଅର୍ଜୁନଙ୍କ ଫିଲ୍ମା ପୁଷ୍ପା ପାର୍ଟ ୱାନ୍ ବକ୍ସ ଅଫିସରେ ଧମାକା କରିଛି। ପାର୍ଟ-୨କୁ ଉତ୍କଣ୍ଠାର ସହିତ ଅପେକ୍ଷା କରିଛନ୍ତି ସମସ୍ତେ। ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳ ଓ ସପ୍ତଧାରା ନଦୀର ବିଭିନ୍ନ ଜାଗାରେ ଏହାର ସୁଟିଂ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି ନିର୍ମାତା ଓ ନିର୍ଦ୍ଦେଶକ।

Advertisment

ଏଥିପାଇଁ ଜିଲ୍ଲାପାଳ ବିଶାଳ ସିଂହ ଓ ଏସପି ନିତେଶ ୱାଧ୍ୱାନୀଙ୍କଠାରୁ ଲିଖିତ ଭାବେ ଅନୁମତି ମଗାଯାଇଛି। ଚଳଚ୍ଚିତ୍ର ନିର୍ମାଣ ସଂସ୍ଥାର ଏକ ଟିମ୍ ଏକମାସ ଧରି ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନ ବୁଲିଥିବା ବେଳେ ଶେଷରେ ସ୍ୱାଭିମାନ ଅଞ୍ଚଳର ଝୁଲା ପୋଲ, ହନ୍ତାଳଗୁଡା ଘାଟି ଓ ଚିତ୍ରକୋଣ୍ଡା ସ୍ପିଲୱେର ନିର୍ମାଣାଧୀନ ପୋଲ ନିକଟରେ ସୁଟିଂ କରିବାକୁ ଯୋଜନା କରିଛନ୍ତି।

ଏଥିନେଇ ମୈତ୍ରି ମୁଭି ମେକର ସଂସ୍ଥା ପକ୍ଷରୁ ଫାଇଟ୍ ମାଷ୍ଟର ପିଟର ହାଇନସ୍‌, କଳା ନିର୍ଦେଶକ ରାମକ୍ରିଷ୍ଣା, ଫାଇଟ ମାଷ୍ଟର ଡ୍ରାଗନ ପ୍ରକାଶ, ସହକାରୀ ପ୍ରଯୋଜକ ସୁଭ୍ରମଣ୍ୟମ୍‌, ସହ ନିର୍ଦେଶକ ପ୍ରସାଦ ମାରିସେଟି, କ୍ୟାମେରା ମେନ ଦେବରାଜ ପ୍ରମୁଖ ଗତକାଲି ଓ ଆଜି ସ୍ୱାଭିମାନ ଅଞ୍ଚଳର ବିଭିନ୍ନ ସ୍ଥାନ ବୁଲି ଦେଖିଥିଲ। ଆସନ୍ତା ମେ’ ମାସ ପ୍ରଥମ ସପ୍ତାହରେ ଏହି ଫିଲ୍ମ ସୁଟିଂ କରିବା ନିମନ୍ତେ ଦିନ ଧାର୍ଯ୍ୟ କରିଥିବା ଜଣାପଡିଛିା ଚଳଚ୍ଚିତ୍ର ସୁଟିଂ ବିଷୟରେ ସ୍ଥାନୀୟ ଲୋକେ ଜାଣିବା ପରେ ବେସ ଖୁସିବ୍ୟକ୍ତ କରିବା ସହ ଉତ୍ସାହର ସହ ଏହାକୁ ଅପେକ୍ଷା କରି ରହିଛନ୍ତି।

Advertisment
Film Film Maker