Advertisment

ମାତିଲେଣି ସାରଥୀ ଅନୁଗାମୀ

ପୂଜା ପୂର୍ବରୁ ଭଣ୍ଡ ସାରଥୀଙ୍କ ପାଦୁକାକୁ ଗୋବିନ୍ଦପାଲ୍ଲୀରୁ ବିଶାଳ ଶୋଭାଯାତ୍ରାରେ କାର୍‌ରେ ଅଣା ଯାଇଥିଲା। ଏହି ସମୟରେ ସାରଥୀ ପ୍ରେମୀମାନେ ଘଣ୍ଟା, ତୂରି ବଜାଇ ସ୍ୱାଗତ କରିଥିଲେ। ଛକ ଛକରେ ସାରଥୀଙ୍କ ପାଦୁକା ପୂଜା କରାଯାଇଥିଲା।

author-image
Manoranjan Sial
Sarathi

Sarathi

ନିଜକୁ ଭଗବାନ କହୁଥିବା ଭଣ୍ଡ ବାବା ସାରଥୀ ଏବେ କେଉଁଠି? ତାଙ୍କ ପତ୍ତା କାହା ପାଖରେ ନଥିବା ବେଳେ ଅନୁଗାମୀ ଆୟୋଜନ କରିଛନ୍ତି ପାଦୁକା ପୂଜା ଉତ୍ସବ। ଆଦିବାସୀ ଅଧ୍ୟୁଷିତ ମାଲକାନଗିରିରୁ ଆସିଛି ଏପରି ଖବର।

Advertisment

ମାଲକାନଗିରି ସଦର ମହକୁମାଠାରୁ ପ୍ରାୟ ୪୦ କିମି ଦୂର ବରେଜା ଗାଁରେ ସାରଥୀଙ୍କ ପାଦୁକା ପୂର୍ବ ଅନୁଷ୍ଠିତ ହୋଇଯାଇଛି। ପୂଜା ପୂର୍ବରୁ ଭଣ୍ଡ ସାରଥୀଙ୍କ ପାଦୁକାକୁ ଗୋବିନ୍ଦପାଲ୍ଲୀରୁ ବିଶାଳ ଶୋଭାଯାତ୍ରାରେ କାର୍‌ରେ ଅଣା ଯାଇଥିଲା। ଏହି ସମୟରେ ସାରଥୀ ପ୍ରେମୀମାନେ ଘଣ୍ଟା, ତୂରି ବଜାଇ ସ୍ୱାଗତ କରିଥିଲେ। ଛକ ଛକରେ ସାରଥୀଙ୍କ ପାଦୁକା ପୂଜା କରାଯାଇଥିଲା।

ପାଦୁକା ଯାତ୍ରା ବେଳେ ହରିବଲ ଓ ହୁଳହୁଳିରେ କମ୍ପିଥିଲା ଗଗନ ଓ ପବନ। ସାରଥୀ ଭଗବାନ କି, ସାରଥୀ ପରିବାର କି, କଳିଯୋଗର ଭଗବାନ ସାରଥୀ କି ଜୟହୋ ନାରା ଦେଇଥିଲେ ସାରଥୀ ପ୍ରେମୀ। ପରେ ଶ୍ରଦ୍ଧାଳୁମାନେ ସାରଥୀଙ୍କ ପାଦୁକାକୁ ଏବ ବଡ଼ ସିଂହାସନ୍‌ରେ ରଖି ପୂଜା କରିଥିଲେ। ତା’ପରେ ସଂକୀର୍ତ୍ତନ ଓ ପ୍ରବଚନ କାର୍ଯ୍ୟକ୍ରମ ହୋଇଥିଲା। ପ୍ରବଚକମାନେ ସାରଥୀଙ୍କ ମହିମା ଗାନ କରିଥିଲେ। ଶେଷରେ ପ୍ରସାଦ ସେବନ କାର୍ଯ୍ୟକ୍ରମ ହୋଇଥିଲା। ଏହି ପାଦୁକା ପୂଜା ଉତ୍ସବରେ ମାଲକାନଗିରି ଜିଲ୍ଲାରୁ ବହୁ ସାରଥୀ ପ୍ରେମୀ ଯୋଗଦେଇଥିଲେ।

Advertisment

ରିପୋର୍ଟ-ମାଲକାନଗିରିରୁ ଜିତେନ୍ଦ୍ର ବେଉରା

Malkangiri Sarathi