/odisha-reporter/media/post_attachments/uploadimage/library/16_9/16_9_0/Naxal_1678244771.jpg)
Naxal
ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାରେ ନକ୍ସଲମାନେ ବର୍ବରକାଣ୍ଡ ଘଟାଇଛନ୍ତି। ଜଣେ ସରପଞ୍ଚଙ୍କୁ ନକ୍ସଲମାନେ ଗୁଳିକରି ହତ୍ୟା କରିଛନ୍ତି। ମୃତ ସରପଞ୍ଚ ଜଣଙ୍କ ହେଲେ ପୁନେମ୍ ସନ୍ତ୍ରା। ସେ ପୋଙ୍ଗାଭେଜି ପଞ୍ଚାୟତରେ ସରପଞ୍ଚ ଥିଲେ।
Advertisment
ଗତକାଲି ରାତିରେ କିଛି ସଶସ୍ତ୍ର ନକ୍ସଲ ପୁନେମ୍ଙ୍କୁ ଘରୁ ଆସି ଡାକି ନେଇଥିଲେ। ପରେ ତାଙ୍କୁ ରାବଡିପାରା ଜଙ୍ଗଲରେ ଗୁଳି କରି ହତ୍ୟା କରିଥିଲେ। ଆଜି ସକାଳେ ପୁନେମ୍ଙ୍କ ମୃତଦେହ ଜଙ୍ଗଲରେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଏନେଇ ପରିବାର ଲୋକଙ୍କୁ ଖବର ଦେଇଥିଲେ।
ପୁନେମ୍ ପୁଲିସ ଓ ପ୍ରଶାସନକୁ ସହଯୋଗ କରୁଥିବାରୁ ନକ୍ସଲମାନେ ଏପରି କାଣ୍ଡ ଘଟାଇଥିବା ଜଣାପଡ଼ିଛି। ପୁଲିସ ଘଟଣାର ତଦନ୍ତ କରୁଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
