Advertisment

ମହଙ୍ଗା ପଡ଼ିଲା ଗଞ୍ଜେଇ ଚାଲାଣ, ପୁଲିସକୁ ବାନ୍ଧିଲା ପୁଲିସ

ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୫ ଲକ୍ଷ ଟଙ୍କା ହେବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି।

ଅଦ୍ୟତନ ହୋଇଛି
Police Arrested

Police Arrested

Advertisment

ଗଞ୍ଜେଇ ମାଫିଆଙ୍କ ସହ ମିଶି ଓଡ଼ିଶାରୁ ଗଞ୍ଜେଇ ଚାଲାଣ କରୁଥିଲେ ତେଲେଙ୍ଗାନାର ଜଣେ ପୁଲିସ କର୍ମଚାରୀ। ଭାବିଥିଲେ କେହି କିଛି ଜାଣିପାରିବେନି। ହେଲେ ଅଧାବାଟରେ ଓଡ଼ିଶା ପୁଲିସ ହାତରେ ଧରାପଡ଼ି ଯାଇଥିଲେ। ତାଙ୍କ ସହିତ ଆଉ ୬ ଜଣ ଗଞ୍ଜେଇ ମାଫିଆଙ୍କୁ ଗିରଫ କରିଥିଲା ଓଡ଼ିଶା ପୁଲିସ। ଘଟଣାଟି ଘଟିଛି ମାଲକାନଗିରି ଜିଲ୍ଲାରେ।  

Advertisment

କମଳାପଦର ଅଞ୍ଚଳ ଦେଇ ଦୁଇଟି ଦାମୀ କାର୍‌ରେ ଗଞ୍ଜେଇ ଚାଲାଣ ହେଉଥିବା ନେଇ କାଲିମେଳା ପୁଲିସ ଗୁରୁବାର ରାତିରେ କୌଣସି ସୂତ୍ରରୁ ଖବର ପାଇଥିଲା। ଏହା ପରେ କମଳାପଦର ଅଞ୍ଚଳରେ ପୁଲିସ ପକ୍ଷରୁ ପାଟ୍ରୋଲିଂ କରାଯାଉଥିବା ବେଳେ ଏହି ଦୁଇଟି କାର୍‌କୁ ଅଟକାଇ ଯାଞ୍ଚ କରାଯାଇଥିଲା। ଯାଞ୍ଚ ବେଳେ ଉଭୟ କାର୍‌ର ଡିକିରୁ ୧୦୩ କେଜି ଗଞ୍ଜେଇ ଜବତ କରାଯାଇଥିଲା।

ଏହି ଘଟଣାରେ ୨ଟି କାର୍‌ରେ ଥିବା ୭ଜଣଙ୍କୁ ଗିରଫ କରାଯାଇଥିଲା।। ଗିରଫ ପରେ ଅଭିଯୁକ୍ତମାନଙ୍କୁ ପଚରାଉଚରା କରିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ତେଲେଙ୍ଗାନା ପୁଲିସର କର୍ମଚାରୀ ବୋଲି ଜଣାପଡ଼ିଥିଲା। ସେମାନଙ୍କ ପାଖରୁ ୩ଟି ଆଇଫୋନ୍, ATM କାର୍ଡ, ପାନକାର୍ଡ ଓ ଆଧାର କାର୍ଡ ଜବତ କରାଯାଇଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୫ ଲକ୍ଷ ଟଙ୍କା ହେବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି। 

Advertisment

କାଲିମେଳା ଥାନା ଅଧିକାରୀ ସୂର୍ଯ୍ୟ ପ୍ରକାଶ କହିଛନ୍ତି, ଏହି ଗଞ୍ଜେଇ ମାଲକାନଗିରିରୁ ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶକୁ ଚାଲାଣ ହେଉଥିଲା। ୭ ଜଣ ଅଭିଯୁକ୍ତଙ୍କୁ NDPS ଆକ୍ଟରେ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। 

Malkangiri Odisha Police Ganja
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe