Advertisment

ଡ୍ୟାମରେ ମାଛ ଧରୁଥିଲେ; ବହିଲା ପବନ, ବୁଡ଼ିଗଲା ଡଙ୍ଗା

ଏମ୍‌ଭି-୧୧୧ ଗାଁର ଗୋବିନ୍ଦ ସର୍ଦ୍ଦାର ଓ ଭିମାରାଗି ଗ୍ରାମର ତୁଳସୀ ମାଢ଼ି ଆଜି ଅପରାହ୍ନରେ ଦୁଇଟି ଡଙ୍ଗାରେ ମାଛ ଧରିବା ପାଇଁ ସତୀଗୁଡ଼ା ଡ୍ୟାମ୍‌କୁ ଯାଇଥିଲେ। ମାଛ ଧରୁଥିବା ବେଳେ ହଠାତ୍‌ ଆକାଶରେ ଘୋଟି ଆସିଥିଲା କଳାହାଣ୍ଡିଆ ମେଘ।

Satiguda Dam

Satiguda Dam

Advertisment

ଡ୍ୟାମ ମାଝିରେ ମାଛ ଧରୁଥିଲେ। ହଠାତ୍‌ ବହିଥିଲା ପ୍ରବଳ ବେଗରେ ପବନ। ଆଉ ସେହି ପବନରେ ମାଛ ଧରୁଥିବା ବେଳେ ବୁଡ଼ିଯାଇଥିଲା ଡଙ୍ଗା। ଆଜି ଅପରାହ୍ନରେ ଏପରି ହୃଦୟବିଦାରକ ଘଟଣା ମାଲକାନଗିରି ଜିଲ୍ଲା ସତୀଗୁଡ଼ା ଡ୍ୟାମରେ ଘଟିଛି। ବର୍ତ୍ତମାନ ସୁଦ୍ଧା ସେମାନଙ୍କ ପତ୍ତା ମିଳିନାହିଁ।

Advertisment

ଏମ୍‌ଭି-୧୧୧ ଗାଁର ଗୋବିନ୍ଦ ସର୍ଦ୍ଦାର ଓ ଭିମାରାଗି ଗ୍ରାମର ତୁଳସୀ ମାଢ଼ି ଆଜି ଅପରାହ୍ନରେ ଦୁଇଟି ଡଙ୍ଗାରେ ମାଛ ଧରିବା ପାଇଁ ସତୀଗୁଡ଼ା ଡ୍ୟାମ୍‌କୁ ଯାଇଥିଲେ। ମାଛ ଧରୁଥିବା ବେଳେ ହଠାତ୍‌ ଆକାଶରେ ଘୋଟି ଆସିଥିଲା କଳାହାଣ୍ଡିଆ ମେଘ। କିଛି ଭାବିବା ଆଗରୁ ପ୍ରବଳ ବେଗରେ ପବନ ବହିବା ସହିତ ବଜ୍ରପାତ ଓ ଘଡ଼ଘଡ଼ି ମାରିଥିଲା। ଆଉ ସେହି ପବନରେ ଡଙ୍ଗା ଦୁଇଟି ଡ୍ୟାମ୍‌ର ଓଲଟି ପଡ଼ିଥିଲା। ବର୍ତ୍ତମାନ ସେମାନଙ୍କ ପତ୍ତା ମିଳୁନାହିଁ।

ସେପଟରେ କାଳବୈଶାଖୀ ତାଣ୍ଡବରେ ଭାଙ୍ଗିଗଲା ନିର୍ମାଣାଧୀନ ଏୟାରଷ୍ଟ୍ରିପ୍ ପାଚେରୀ। ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ପବନ ଦେବାରୁ ପାଚେରୀ ଭାଙ୍ଗି ପଡ଼ିଥିଲା। ଠିକ୍‌ ସେହି ସମୟରେ କାମ କରୁଥିବା ୨ ଶ୍ରମିକ ପାଚେରୀ ତଳେ ଚାପି ହୋଇ ଗୁରୁତର ହୋଇଥିଲେ। ଆହତ ହୋଇଥିବା ଦୁଇ ଶ୍ରମିକଙ୍କୁ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଛି। କାଳବୈଶାଖୀ ଝଡ଼ ପବନରେ ଭାଙ୍ଗିଛି ବଡ଼ ବଡ଼ ଗଛ। ଉଡିଛି ଘର ଛପର। ଗଛ ଗୁଡ଼ିକ ଜାତୀୟ ରାଜପଥରେ ଗଛ ପଡ଼ିଥିବାରୁ ଜାତାୟତ ଠପ୍‌ ହୋଇଯାଇଛି। ଅଗ୍ନିଶ୍ରମ କର୍ମଚାରୀମାନେ ରାସ୍ତାରୁ ଗଛ କାଟି ସଫା କରୁଥିବା ଜଣାପଡ଼ିଛି।

Advertisment

କାଳବୈଶାଖୀ ନେଇ ଖବର ପାଇଁ ମାଲକାନଗିରିକୁ ଓଡ୍ରାଫ୍‌ ୟୁନିଟ ପଠାଇବାକୁ SRC ନିର୍ଦ୍ଦେଶ ଦେଇଛନ୍ତି। କୋରାପୁଟ ଓଡ୍ରାଫ୍‌ ୟୁନିଟକୁ ତୁରନ୍ତ ମାଲକାନଗିରି ଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ଡ୍ୟାମ୍‌ରେ ନିଖୋଜ ୨ ଜଣଙ୍କ ସନ୍ଧାନ ପାଇଁ ନିର୍ଦ୍ଦେଶ ଦେଲେ SRC। ସ୍ଥାନୀୟ ଅଗ୍ନିଶମ କର୍ମଚାରୀଙ୍କ ସହ ମିଶି ସନ୍ଧାନ ପାଇଁ ନିର୍ଦ୍ଦେଶ ଦେଲେ। ଏଥିସହ କ୍ଷତିଗ୍ରସ୍ତ ବିଦ୍ୟୁତ ଭିତ୍ତିଭୂମିକୁ ତୁରନ୍ତ ସଜାଡ଼ିବାକୁ TPSODLକୁ ମଧ୍ୟ ନିର୍ଦ୍ଦେଶ ଦେଲେ ଏସ୍‌ଆର୍‌ସି। କାଲି ମଧ୍ୟରେ କ୍ଷତିଗ୍ରସ୍ତ ଘର ରିପୋର୍ଟ ଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏସ୍‌ଆର୍‌ସି।

ରିପୋର୍ଟ-ମାଲକାନଗିରିରୁ ଜିତେନ୍ଦ୍ର ବେଉରା

Malkangiri
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe