Advertisment

ଚଢ଼େଇ ଧରିବା ହେଲା କାଳ, ଚାଲିଗଲା ୨ନାବାଳକଙ୍କ ଜୀବନ

୨ନାବାଳକଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
Bird

Bird

 ଗଛରେ ବସିଥିବା ଚଢ଼େଇକୁ ଦେଖି ଥୟ ଧରିଲାନି ମନ। ଚଢ଼େଇକୁ ଧରିବାକୁ ଗଛ ଉପରକୁ ଚଢ଼ିଗଲେ୨ ନାବାଳକ। ହେଲେ ସେମାନେ ବା କିପରି ଜାଣିବେ ଗଛ ଉପରେ ମୃତ୍ୟୁ ତାଙ୍କୁ ଅପେକ୍ଷା କରିଛି। ଗଛ ଉପରକୁ ଚଢ଼ି ଯାଇ ଚଢ଼େଇ ଧରୁଥିବା ସମୟରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୨ନାବାଳକଙ୍କ ଚାଲିଗଲା ଜୀବନ।

Advertisment

ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ଉଣ୍ଡୁରୁକୁଣ୍ଡା ଗାଁରେ ଏହି  ଦୁଃଖଦ ଘଟଣା ଘଟିଛି। ମୃତ ବାଳକ ଦ୍ୱୟ ହେଲେ କାଲିମେଳା ଥାନା ଉଣ୍ଡୁରୁକୁଣ୍ଡା ଗାଁର ଚନ୍ଦନ ପଡିଆମି ଓ ମାଙ୍ଗା ମାଡି। ଜଣଙ୍କୁ ୭ବର୍ଷ ହୋଇଥିବା ବେଳେ ଜଣଙ୍କୁ ୯ବର୍ଷ ହୋଇଥିଲା।

ଆଜି ସକାଳେ ଚନ୍ଦନ ଓ ମାଙ୍ଗା ଗଛରେ ଚଢ଼େଇ ବସିଥିବା ଦେଖିଥିଲେ। ଦୁହେଁ ତାକୁ ଧରିବାକୁ ଯୋଜନା କରିଥିଲେ। ଏଥିପାଇଁ ଦୁହେଁ ଗଛକୁ ଚଢ଼ିଯାଇଥିଲେ। ସେହି ଗଛ ଦେଇ ୧୧ କେଭିର ବିଦ୍ୟୁତ ତାର ଯାଇଥିଲା। ଚଢ଼େଇ ଧରିବା ନିଶାରେ ପିଲାମାନେ ତାକୁ ଦେଖିପାରି ନଥିଲେ। ଗଛ ଡାଳରେ ବସିଥିବା ଚଢ଼େଇକୁ ଧରୁଥିବା ସମୟରେ ୧୧ ତାର ସଂସ୍ପର୍ଶରେ ଆସିଯାଇଥିଲେ।

Advertisment

ବିଦ୍ୟୁତ ଝଟକା ଖାଇ ଦୁଇ ପିଲା ତଳକୁ ଖସି ପଡ଼ିଥିଲେ। ପରିବାର ଲୋକେ ଓ ଗ୍ରାମାବସୀ ପିଲା ଦୁଇଟିକୁ ତଳେ ପଡ଼ିଥିବା ଦେଖି ଦୌଡ଼ି ଆସିଥିଲେ। ତୁରନ୍ତ ତାଙ୍କୁ କାଲିମେଳା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ବିଦ୍ୟୁତ ତାର ଲାଗି ଉଭୟଙ୍କ ମୁହଁ ପୋଡ଼ି ଯାଇଥିଲା। ୨ନାବାଳକଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି।

Malkangiri