Advertisment

ଗାତରେ ପଡ଼ି ୨ ଶିଶୁକନ୍ୟା ମୃତ

ରାସ୍ତା କାମ ସରିବା ପରେ ପାଣି ଗାତକୁ ନ ପୋତି ତାକୁ ଖୋଲା ଛାଡିଦେଇ ଚାଲିଯାଇଥିଲା ଠିକାଦାର।

ଅଦ୍ୟତନ ହୋଇଛି
minor girls  dead

minor girls dead

Advertisment

ପାଣି ଗାତରେ ପଡ଼ି ୨ଜଣ ଶିଶୁକନ୍ୟାଙ୍କ ମୃତ୍ୟୁ ଘଟିଛି। ମାଲିକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ଢେପାସାହିରେ ଆଜି ଏହି ଦୁଃଖଦ ଘଟଣା ଘଟିଛି। ମୃତ ଶିଶୁକନ୍ୟା ଦ୍ୱୟ ହେଲେ ସୁଭଦ୍ରା କମାର(୪ବର୍ଷ) ଓ ସୁମୀ ଜାନମ(୩ ବର୍ଷ)।

Advertisment

ଢେପାସାହି ଗାଁରେ ରାସ୍ତା କାମ ଚାଲିଥିବା ବେଳେ ଠିକାଦାର ଏକ ଗାତ କରି ପାଣି ରଖୁଥିଲେ। ରାସ୍ତା କାମ ସରିବା ପରେ ପାଣି ଗାତକୁ ନ ପୋତି ତାକୁ ଖୋଲା ଛାଡିଦେଇ ଚାଲିଯାଇଥିଲା। ଆଜି ସକାଳେ ସୁଭଦ୍ରା ଓ ସୁମୀ ସେହି ଗାତ ନିକଟରେ ଖେଳୁଥିଲେ। ଖେଳିବା ସମୟରେ  ଗାତ ଭିତରେ ସେମାନେ ପଡ଼ିଯାଇଥିବା ସନ୍ଦେହ କରଯାଉଛି। ଗାତରେ ପାଣି ଥିବାରୁ ୨ଜଣ ବୁଡ଼ିଯାଇଥିଲେ। ପରିବାର ଲୋକେ ଖୋଜାଖୋଜି କରିବା ପରେ ସେମାନଙ୍କ ଚପଲ ଗାତ ନିକଟରେ ମିଳିଥିଲା।

ଗ୍ରାମବାସୀ ଗାତରେ ଖୋଜାଖୋଜି କରିବା ପରେ ୨ଜଣ ଶିଶୁକନ୍ୟାଙ୍କୁ ପାଇଥିଲେ। ସେମାନଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲା। ଦୁଇ ଶିଶୁକନ୍ୟାଙ୍କ ମୃତ୍ୟୁ ପରେ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।

Advertisment
Deadbody
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe