Advertisment

ନାଟକ କରୁଥିଲା ଗର୍ଭବତୀ, ମେଡିକାଲ ବେଡ୍‌ରେ ଧରାପଡ଼ିଲା

ବାହାଘର ପରେ ନିଜ ଔରଷରୁ ନୂଆ ସଂସାର ଗଢ଼ିବା ପାଇଁ ଚାହିଁଥିଲେ ବୀରନପାଲି। ଏଥିରେ ସମ୍ମତି ଜଣାଇଥିଲା ମିଲି। ଏହାପରେ ମିଲିଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲେ ବୀରନପାଲି। ଜନ୍ମ ନିୟନ୍ତ୍ରଣ ଅସ୍ତ୍ରୋପଚାର ପରେ ଜଣେ ମହିଳା କେମିତି ମା’ ହେବ?

ଅଦ୍ୟତନ ହୋଇଛି
Malkangiri

Malkangiri

Advertisment

ସ୍ୱାମୀ ଆଗରେ ଗର୍ଭବତୀର ନାଟକ କରୁଥିଲା ମହିଳା! ମେଡିକାଲ୍‌ ବେଡ୍‌ରେ ମଧ୍ୟ ଭଲ ଅଭିନୟ କରିଥିଲା। ହେଲେ ଶେଷ ପର୍ଯ୍ୟାୟରେ ସବୁ ଗୁମର ଖୋଲିଗଲା। ଆଉ ସର୍ବ ସମ୍ମୁଖରେ ଧରାପଡ଼ିଗଲା। ଗିରଫ ହେବା ଭୟରେ ମେଡିକାଲ୍‌ ଛାଡ଼ି ପଳାଇଗଲା। ଏପରି ଅଭିଯୋଗ ଆସିଛି ମାଲକାନଗିରି ଜିଲ୍ଲାରୁ।

Advertisment

ଅଭିନୟ କରୁଥିବା ମହିଳା ଜଣକ ହେଲେ ମିଲି(ଛଦ୍ମନାମ)। ସେ ପ୍ରଥମେ ବିବାହ କରିଥିଲେ। ଦୁଇଟି ଛୁଆର ମାଆ ହୋଇଥିଲା। ପିଲା ଜନ୍ମ ପରେ ଅର୍ଥାତ ୨୦୧୭ ମସିହାରେ ମିଲି ଜନ୍ମ ନିୟନ୍ତ୍ରଣ ଅସ୍ତ୍ରୋପଚାର କରିଥିଲେ। ତା’ପରେ ତା’ ସ୍ୱାମୀ କେଉଁଆଡ଼େ ଚାଲିଗଲେ। ସ୍ୱାମୀ ପଳାଇଯିବା ପରେ ଏକାକୀ ହୋଇଗଲା ମିଲି। ଦୁଇ ପିଲାଙ୍କୁ ନେଇ ଚଳିବ କେମିତି? ସେହି ଚିନ୍ତାରେ ପଡ଼ିଗଲଲା। ଏହାରି ଭିତରେ ବୀରନପାଲି ନାମକ ଜଣେ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିଲେ ମିଲି। ତାଙ୍କୁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲା। ଦୁଇ ପିଲା ଥିଲେ ମଧ୍ୟ ବୀରନପାଲି ବି ତା’କୁ ବାବହ କରିଥିଲେ। ହେଲେ ନିଜର ଜନ୍ମ ନିୟନ୍ତ୍ରଣ ଅସ୍ତ୍ରୋପଚାର କଥାକୁ ଲୁଚାଇଥିଲେ ମିଲି।

ବାହାଘର ପରେ ନିଜ ଔରଷରୁ ନୂଆ ସଂସାର ଗଢ଼ିବା ପାଇଁ ଚାହିଁଥିଲେ ବୀରନପାଲି। ଏଥିରେ ସମ୍ମତି ଜଣାଇଥିଲା ମିଲି। ଏହାପରେ ମିଲିଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲେ ବୀରନପାଲି। ଜନ୍ମ ନିୟନ୍ତ୍ରଣ ଅସ୍ତ୍ରୋପଚାର ପରେ ଜଣେ ମହିଳା କେମିତି ମା’ ହେବ? ସେହି ଚିନ୍ତାରେ ପଡ଼ିଗଲା ମିଲି। ଶେଷରେ ନିଷ୍ପତ୍ତି ନେଲା ମିଛି ମିଛିକା ନାଟକ କରିବ। ଆଉ ସେଥିରେ କିଛି ମାତ୍ରାରେ ସଫଳ ମଧ୍ୟ ହେଲା। ସେ ଗାଁର ଆଶା ଦିଦିଙ୍କୁ ଧରା ଛୁଆଁ ଦେଲାନାହିଁ। ସିଧା ଯାଇ ଏଏନ୍‌ଏମ୍‌ ଦିଦିଙ୍କ ପାଖରେ ହାବୁଡ଼ିଲା। ତାଙ୍କୁ ମିଛ ଗର୍ଭବତୀ ଥିବା ରିପୋର୍ଟ ଦେଖାଇ ମା’ ହେବାକୁ ଯାଉଥିବା କହିଥିଲା ମିଲି।

Advertisment

ତଥାପି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଲ୍‌ଟ୍ରାସାଉଣ୍ଡ କରିବା ପାଇଁ ଏଏନ୍‌ଏମ୍‌ ଦିଦି ତାକୁ ପରାମର୍ଶ ଦେଇଥିଲେ। ହେଲେ ତାଙ୍କ କଥା ଶୁଣୁନଥିଲା ମିଲି। କିନ୍ତୁ ଧମକ ଚମକ ଦେଇ ଛତୁଆ, ଅଣ୍ଡା ଓ ଅନ୍ୟାନ୍ୟ ସରଞ୍ଜାମ ହାତେଇ ନେଉଥିଲା।

ରବିବାର ପ୍ରସବ ଯନ୍ତ୍ରଣା ପାଇବାର ବାହାନା କରିଥିଲା ମିଲି। ପରିବାର ଲୋକେ ତାଙ୍କୁ ମାଥିଲି ମେଡିକାଲ୍‌ରେ ଭର୍ତ୍ତି କରିଥିଲା। ଡାକ୍ତର ତାଙ୍କର ଚେକ୍‌ଅପ୍‌ କରିଥିଲେ। ସେହି ସମୟରେ ପ୍ରସବ ନେଇ କୌଣସି ଲକ୍ଷଣ ପାଇନଥିଲେ ଡାକ୍ତର। ପରେ ତା’ର ଅଲ୍‌ଟ୍ରାସାଉଣ୍ଡ କରାଯାଇଥିଲା।

ସେଥିରେ ମଧ୍ୟ ମିଲିଙ୍କ ପେଟରେ ପିଲା ଥିବାର କୌଣସି ଲକ୍ଷଣ ମିଳିନଥିଲା। ଯାଞ୍ଚ ପରେ ଶେଷ ନିଷ୍ପତ୍ତି ଜଣାଇଥିଲେ ଡାକ୍ତର। ମିଲିଙ୍କ ପେଟରେ ପିଲା ନଥିବା କହିଥିଲେ। ଏକଥା ଶୁଣି ଅଭିନୟରେ ମାହିର ମିଲି କିଛି ନ ଜାଣିବା ଭଳି ଚିହିଁକି ଉଠିଥିଲା।

ପିଲା ଚୋରି ହୋଇଛି କହି ମେଡିକାଲ୍‌ରେ କରିଥିଲା ହଙ୍ଗାମା। ଏହା ପରେ ମେଡିକାଲରେ ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇ ପୁଲିସ ପହଞ୍ଚିଥିଲା। ପୁଲିସ୍‌କୁ ଦେଖି ହଡ଼ବଡ଼େଇ ଯାଇଥିଲା ମିଲି। ଡାକ୍ତର କିଛି କହିବା ଆଗରୁ ସେ ନିଜ ଆଡ଼ୁ ସବୁ କଥା କହିପକାଇଥିଲା। ଗର୍ଭବତୀର ମିଛ ନାଟକ ସେ ୮ ମାସ ହେଲା କରି ଆସୁଥିଲା ବୋଲି ସର୍ବସମ୍ମୁଖରେ ସ୍ୱୀକାର କରିଥିଲା।

ରିପୋର୍ଟ-ମାଲକାନଗିରିରୁ ଜିତେନ୍ଦ୍ର ବେଉରା

Malkangiri
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe