ସିବିଆଇ ମାମଲାରେ ମମତାଙ୍କୁ ସହଯୋଗ କରିବେ ନବୀନ !

ନୂଆଦିଲ୍ଲୀ: ସିବିଆଇକୁ ନେଇ ସୃଷ୍ଟି ହୋଇଥିବା ବିବାଦୀୟ ଘଟଣାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମର୍ଥନ ଦେବେ। ଆଜି ମମତା ଏହି କଥା କହିଛନ୍ତି। ସୁପ୍ରିମକୋର୍ଟଙ୍କ ରାୟ ପରେ ଆଉ ଧାରଣା ଚାଲିବ କି ପ୍ରଶ୍ନର ଉତ୍ତର ରଖିବା ବେଳେ ସେ ଏହା କହିଛନ୍ତି। ଏହାସହ ଆନ୍ଦୋଳନ ଜାରି ରହିବ କି ନାହିଁ ଅନ୍ୟ ନେତାମାନଙ୍କ ସହ ଆଲୋଚନା କରିବା ପରେ ନିଷ୍ପତ୍ତି ନେବେ ବୋଲି କହିଛନ୍ତି। ସେ କହିଛନ୍ତି, “ମୁଁ […]

didi

didi

Rakesh Mallick
  • Published: Tuesday, 05 February 2019
  • Updated: 05 February 2019, 01:28 PM IST

Sports

Latest News

ନୂଆଦିଲ୍ଲୀ: ସିବିଆଇକୁ ନେଇ ସୃଷ୍ଟି ହୋଇଥିବା ବିବାଦୀୟ ଘଟଣାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମର୍ଥନ ଦେବେ। ଆଜି ମମତା ଏହି କଥା କହିଛନ୍ତି। ସୁପ୍ରିମକୋର୍ଟଙ୍କ ରାୟ ପରେ ଆଉ ଧାରଣା ଚାଲିବ କି ପ୍ରଶ୍ନର ଉତ୍ତର ରଖିବା ବେଳେ ସେ ଏହା କହିଛନ୍ତି। ଏହାସହ ଆନ୍ଦୋଳନ ଜାରି ରହିବ କି ନାହିଁ ଅନ୍ୟ ନେତାମାନଙ୍କ ସହ ଆଲୋଚନା କରିବା ପରେ ନିଷ୍ପତ୍ତି ନେବେ ବୋଲି କହିଛନ୍ତି।

ସେ କହିଛନ୍ତି, “ମୁଁ ଏକା ନୁହେଁ, ମୋ ସହ ବହୁ ବଡ଼ ନେତା ଅଛନ୍ତି। ବିଭିନ୍ନ ଦଳର ନେତାମାନଙ୍କ ସହ ଆଲୋଚନା କରି ପରବର୍ତ୍ତୀ ନିଷ୍ପତ୍ତି ନେବି। ଆଜି ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ କୋଲକାତା ଆସୁଛନ୍ତି, ତାଙ୍କ ସହ ଆଲୋଚନା କରିବି। ଏହାସହ ମୁଁ ନବୀନ ପଟ୍ଟନାୟକଙ୍କ ସହ ବି ଆଲୋଚନା କରିବି। ସେ ବି ମୋତେ ଏ ପ୍ରସଙ୍ଗରେ ସମର୍ଥନ ଦେବେ।”

କୋଲକତା ପୁଲିସ୍‌ କମିଶନର ରାଜୀବ କୁମାର ବହୁଚର୍ଚ୍ଚିତ ଚିଟ୍‌ଫଣ୍ଡ ଦୁର୍ନୀତିର ତଦନ୍ତରେ ସହଯୋଗ କରୁନଥିବା ନେଇ କୋଲକାତାରେ ହାଇଡ୍ରାମା ଚାଲିଛି। ରାଜୀବଙ୍କୁ ପଚରାଉଚରା ପାଇଁ ଯାଇଥିବା ସିବିଆଇ ଟିମ୍‌କୁ କୋଲକତା ପୁଲିସ୍‌ ବାଧା ଦେଇଥିଲା। ଏହାପରେ ଦେଶର ରାଜନୀତି ବେଶ ସରଗରମ ରହିଛି। ଏହି ମାମଲାକୁ ନେଇ ସିବିଆଇ ସୁପ୍ରିମକୋର୍ଟକୁ ଯାଇଛି। ଏପଟେ ଘଟଣାକୁ ନେଇ ମମତା ରବିବାର ରାତିରୁ ଧାରଣାରେ ବସିଛନ୍ତି। ଆଜି ଏହି ମାମଲାରେ ସୁପ୍ରିମକୋର୍ଟଙ୍କ ଶୁଣାଣି ହୋଇଥିଲା।

ଏହାର ଶୁଣାଣି କରି ସୁପ୍ରିମକୋର୍ଟ ରାଜୀବଙ୍କ ଗିରଫଦାରୀ ଉପରେ ଅଙ୍କୁଶ ଲଗାଇଛନ୍ତି। ଏହାସହ ମେଘାଳୟର ଶିଲଂଠାରେ ସିବିଆଇ ଅଧିକାରୀଙ୍କୁ ପଚରାଉଚରାରେ ସହଯୋଗ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story