Advertisment

Mamata Banerjee: ବୁମେରାଂ ହେଲା ଦିଦିଙ୍କ ‘ଦୀଘା’ ଦବଙ୍ଗଗିରି; ଓଡ଼ିଆଙ୍କ ପାଲଟା ଆକ୍ରମଣରେ ଛାନିଆ, ନିଷ୍ପତ୍ତିରୁ ଓହରିଲେ

ଦୀଘାର ଓଡ଼ିଆ ବ୍ୟବସାୟୀଙ୍କୁ ନାଲି ଆଖି ଦେଖାଇବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସରକାରଙ୍କ ପାଇଁ ବୁମେରାଂ ସାଜିଛି। ଓଡ଼ିଶାରେ ସାଧାରଣ ଲୋକଙ୍କ କାଉଣ୍ଟର ଆଟାକ୍‌ରେ ଘାଇଲା ହୋଇଛି ମମତା ସରକାର।

Mamamta
Advertisment

ଦୀଘାର ଓଡ଼ିଆ ବ୍ୟବସାୟୀଙ୍କୁ ନାଲି ଆଖି ଦେଖାଇବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସରକାରଙ୍କ ପାଇଁ ବୁମେରାଂ ସାଜିଛି। ଓଡ଼ିଶାରେ ସାଧାରଣ ଲୋକଙ୍କ କାଉଣ୍ଟର ଆଟାକ୍‌ରେ ଘାଇଲା ହୋଇଛି ମମତା ସରକାର। ଖାଲି ଘାଇଲା ହୋଇନି, ଦୀଘାରୁ ଉଚ୍ଛେଦ କରିଥିବା ଓଡ଼ିଆ ବ୍ୟବସାୟୀଙ୍କୁ ନିଜ ଆଡ଼ୁ ଡାକି ଥଇଥାନ କରିବାକୁ ଦେଇଛି ପ୍ରତିଶ୍ରୁତି।ତେବେ ଆଗକୁ ନାଲିଆଖି ଦେଖାଇଲେ ପରିଣାମ ଭୟଙ୍କର ହେବ ବୋଲି ଚେତାଇ ଦେଇଛନ୍ତି ଦୀଘାର ଓଡ଼ିଆ ବ୍ୟବସାୟୀ।

Advertisment

ଦୀଘା ଜଗନ୍ନାଥ ମନ୍ଦିର ନିକଟରେ ବାଲେଶ୍ୱର ଭୋଗରାଇର କିଛି ଲୋକ ଦୋକାନ କରି ପରିବାର ଚଳାଉଥିଲେ। ତେବେ ସେମାନଙ୍କ ପେଟରେ ଲାତ ମାରିବାକୁ ଉଦ୍ୟମ କରିଥିଲା ପଶ୍ଚିମବଙ୍ଗର ତୃଣମୂଳ ସରକାର। ଏହାକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ତିକ୍ତ ହୋଇଥିଲା ସମ୍ପର୍କ। ସୀମାନ୍ତରେ ବଙ୍ଗାଳୀଙ୍କ ବିରୋଧରେ ଉଗ୍ର ହୋଇଥିଲା ଓଡ଼ିଆଙ୍କ ଆକ୍ରୋଶ।

ପଶ୍ଚିମବଙ୍ଗରେ ଓଡ଼ିଆଙ୍କୁ ଟାର୍ଗେଟ୍ କଲେ ଓଡ଼ିଶାରେ ବି ବଙ୍ଗୀୟ ବ୍ୟବସାୟୀ ବର୍ତ୍ତିବେନି ବୋଲି ରୋକଠୋକ୍ ଶୁଣାଇ ଦେଇଥିଲେ। ଏପରିକି ଚନ୍ଦନେଶ୍ୱର ଥିବା ଅସଂଖ୍ୟ ବଙ୍ଗାଳୀଙ୍କୁ ଶୀଘ୍ର ଦୋକାନ ଛାଡ଼ିବାକୁ କହିଥିଲେ। ପଶ୍ଚିମବଙ୍ଗକୁ ଯାଉଥିବା ଲଘୁଖଣିଜ ସମ୍ପଦକୁ ମଧ୍ୟ ବନ୍ଦ କରିଦେବାକୁ ନିଷ୍ପତ୍ତି ହୋଇଥିଲା। ଓଡ଼ିଆଙ୍କର ଏଭଳି ପ୍ରତିକ୍ରିୟା ଦେଖି ଶେଷରେ ବାଧ୍ୟ ହୋଇ ମୁଣ୍ଡ ନୁଆଇଁଛି ପଶ୍ଚିମବଙ୍ଗ। 

Advertisment

ଅନ୍ୟପକ୍ଷରେ ବାଲେଶ୍ୱର ଜିଲ୍ଲାପାଳ କହିଛନ୍ତି, ସ୍ଥାନୀୟ ପୋଲିସ ଓ ପ୍ରଶାସନର ରିପୋର୍ଟ ଆଧାରରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe