/odisha-reporter/media/post_attachments/uploads/2022/06/radhe-1.jpg)
radhe
କଣ୍ଟାବାଞ୍ଜି(ଅନ୍ତିମ ପାଣିଗ୍ରାହୀ): ଆଜି ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଏ.ଡି.ଜେ. କୋର୍ଟ ରେ ହାଜର ହୋଇଥିଲେ ବହୁ ଚର୍ଚ୍ଚିତ ମମିତା ହତ୍ୟାକାଣ୍ଡ ମାମଲାର ସହ ଅଭିଯୁକ୍ତ ରାଧେଶ୍ୟାମ ଚଣ୍ଡୀ l ତେବେ ଦେହ ଅସୁସ୍ଥ ଥିବାରୁ ପ୍ରଥମ ଥର ପାଇଁ କୋର୍ଟରେ ହାଜର ହୋଇନାହାନ୍ତି ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ l ବଲାଙ୍ଗୀରର ସ୍ୱତନ୍ତ୍ର ପୁଲିସ ଫୋର୍ସ କଣ୍ଟାବାଞ୍ଜି ସବ୍ଜେଲରୁ ସହ ଅଭିଯୁକ୍ତଙ୍କୁ ଆଣି କୋର୍ଟରେ ହାଜର କରାଇଥିଲା।
Advertisment
ପୁଲିସ ଦେଇଥିବା ସାଇଣ୍ଟିଫିକ୍ ରିପୋର୍ଟ ପ୍ରଦାନ କରିବାକୁ ଗୋବିନ୍ଦଙ୍କ ଓକିଲ କରିଥିବା ନିବେଦନକୁ କୋର୍ଟ ଆଜି ଗ୍ରହଣ କରିଥିଲେ। ଯେତେବେଳେ କି ଅନ୍ୟ ତଦନ୍ତ ରିପୋର୍ଟ ଦେବା ନିମନ୍ତେ ହୋଇଥିବା ନିବେଦନକୁ କୋର୍ଟ ଅଗ୍ରାହ୍ୟ କରିଦେଇଥିଲେ। ସେହିପରି ରାଧେଙ୍କ ବେଲ ଆବେଦନକୁ ଖାରଜ କରିଛନ୍ତି କୋର୍ଟ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
