/odisha-reporter/media/post_attachments/uploads/2022/06/radhe.jpg)
radhe
କଣ୍ଟାବାଞ୍ଜି(ଅନ୍ତିମ ପାଣିଗ୍ରାହୀ): ଆଜି ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଏ.ଡି.ଜେ କୋର୍ଟରେ ହାଜର ହୋଇଥିଲେ ବହୁ ଚର୍ଚ୍ଚିତ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ସହଯୋଗୀ ରାଧେ ଶ୍ୟାମ ଚଣ୍ଡୀ l ବଲାଙ୍ଗୀର ସ୍ୱତନ୍ତ୍ର ପୁଲିସ ଫୋର୍ସ ଅଭିଯୁକ୍ତମାନଙ୍କୁ କଣ୍ଟାବାଞ୍ଜି ସବ୍ଜେଲରୁ ଆଣି ଏ.ଡି.ଜେ. କୋର୍ଟରେ ହାଜର କରିଥିଲେ। ଅଭିଯୁକ୍ତଙ୍କ ପକ୍ଷରୁ ଲଢ଼ୁଥିବା ଓକିଲ ପୁଲିସ ତଦନ୍ତର ସମସ୍ତ ଦସ୍ତାବିଜ୍ ପ୍ରଦାନ କରିବାକୁ ପିଟିସନ୍ ଦେଇଥିବାରୁ ଏହା ଉପରେ ସରକାରୀ ଓକିଲ ନିଜର ଯୁକ୍ତି ରଖିଥିଲେ। ଏହାକୁ ବିଚାର କରି କୋର୍ଟ ଆସନ୍ତା ୨୪ ତାରିଖକୁ ପରବର୍ତ୍ତି ଶୁଣାଣି ତାରିଖ ଧାର୍ଯ୍ୟ କରିଛନ୍ତି।
ଏଥିସହ ଆଜି ଏହି ହତ୍ୟାକାଣ୍ଡ ମାମଲାର ସହଯୋଗୀ ରାଧେ ଶ୍ୟାମ ଚଣ୍ଡୀଙ୍କ ବେଲ ପିଟିସନ ଉପରେ କୋର୍ଟରେ ବିଚାର ହୋଇଥିଲା। ଏହାର ଶୁଣାଣିକୁ ମଧ୍ୟ ଆସନ୍ତା ୨୪ ତାରିଖକୁ ଧାର୍ଯ୍ୟ କରାଯାଇଛି।
ଏହିଦିନ କୋର୍ଟରେ ହାଜର ହେବେ ରାଧେ ଓ ଗୋବିନ୍ଦ। ଗୋବିନ୍ଦଙ୍କ ଓକିଲ ଦୁର୍ଗା ପ୍ରସାଦ ପାଢ଼ୀ କହିଛନ୍ତି, ପୁଲିସର କାଗଜ ପତ୍ର ମିଳିନାହିଁ l ମିଳିସାରିବା ପରେ ଆଗକୁ କାର୍ଯ୍ୟପନ୍ଥା ସ୍ଥିର ହେବ। ସେପଟେ ସରକାରୀ ଓକିଲ ଅମରେନ୍ଦ୍ର ମିଶ୍ର କହିଛନ୍ତି, ପ୍ରତିପକ୍ଷ ଓକିଲ ପୁଲିସ ଠାରୁ ତଦନ୍ତ ଦସ୍ତିବିଜ୍ ପାଇବାର ଅଧିକାର ଥିବା ଦର୍ଶାଇ ଯୁକ୍ତି ପିଟିସନ ଦେଇଛନ୍ତି। ସେ ଏହାର ବିରୋଧ କରି ଯୁକ୍ତି ବାଢ଼ିଛନ୍ତି। ଆସନ୍ତା ଶୁଣାଣିରେ ଏହାର ବିଚାର ଆସିବ। ପରେ ଚାର୍ଜ ଫ୍ରେମ କେବେ ହେବ ଜଣାପଡ଼ିବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
