Advertisment

Attack: ବାପାର ବେକ କାଟିଦେଲା ପୋଷ୍ୟପୁତ୍ର

ପୋଷ୍ୟପୁତ୍ରଙ୍କ ଆକ୍ରମଣରେ ଆହତ ହୋଇଥିବା ଏହି ବ୍ୟକ୍ତିଙ୍କ ନାଁ ସୀମାଞ୍ଚଳ ସାହୁ। ତାଙ୍କୁ ପୁଲିସ ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ତାଙ୍କ ଘରୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲା। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ସେଠାରୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା।

author-image
Jitendra Garnayak
Accused

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ବ୍ୟକ୍ତିଙ୍କ ବେକ କାଟି ଦେଇଛି ତାଙ୍କ ପୋଷ୍ୟପୁତ୍ର। ଟଙ୍କା ନେଣଦେଣକୁ ନେଇ ଏହି ଘଟଣା ଘଟିଥିବା ଜଣାପଡ଼ିଛି।

Advertisment

ପୋଷ୍ୟପୁତ୍ରଙ୍କ ଆକ୍ରମଣରେ ଆହତ ହୋଇଥିବା ଏହି ବ୍ୟକ୍ତିଙ୍କ ନାଁ ସୀମାଞ୍ଚଳ ସାହୁ। ତାଙ୍କୁ ପୁଲିସ ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ତାଙ୍କ ଘରୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲା। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ସେଠାରୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନା ପଠାଯାଇଛି।

ଏହି ଘଟଣା ନେଇ ଥାନାରେ ଏତଲା ଦିଆଯାଇଛି। ସୀମାଞ୍ଚଳ ନିଃସନ୍ତାନ ଥିବାରୁ ଜକର ଗ୍ରାମରେ ରହୁଥିବବା ତାଙ୍କ ସଢୁଙ୍କ ପୁଅ କୁନାଙ୍କୁ ପୋଷ୍ୟପୁତ୍ର ଭାବେ ଗ୍ରହଣ କରିଥିଲେ। ସୀମାଞ୍ଚଳଙ୍କ ସହିତ ରହୁଥିଲେ କୁନା। ସୀମାଞ୍ଚଳ ଓ ସେ ଏକ ଜଳଖିଆ ଦୋକାନ କରିଛନ୍ତି। ତେବେ ସୀମାଞ୍ଚଳଙ୍କଠାରୁ କୁନା ଓ ତାଙ୍କ ଭାଇ ପ୍ରାୟ ୩୦ ହଜାର ଟଙ୍କା ନେଇଥିଲେ। କିନ୍ତୁ ସେମାନେ ସୀମାଞ୍ଚଳଙ୍କୁ ଟଙ୍କା ଫେରାଉ ନଥିଲେ। ଏହି କଥାକୁ ନେଇ ସୀମାଞ୍ଚଳ ଓ କୁନାଙ୍କ ମଧଞରେ ବଚସା ହୋଇଥିଲା। ଆଉ ଝଗଡ଼ା ମଧ୍ୟରେ କୁନା ଉତ୍ତେଜିତ ହୋଇ ଏକ ବ୍ଲେଡ୍‌ରେ ସୀମାଞ୍ଚଳଙ୍କ ବେକ୍‌କୁ କାଟି ଦେଇଥିଲେ। 

Advertisment

ପୁଲିସ୍ ଘଟଣାର ତଦନ୍ତ କରୁଛି।