ଚୋର ସନ୍ଦେହରେ ଯୁବକଙ୍କୁ ପିଟି ମାରିଦେଲେ!

ଆସିକା(ମନୋଜ ମୁନୀ): ଚୋର ସନ୍ଦେହରେ ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇଛି । ଏଭଳି ସଙ୍ଗୀନ ଅଭିଯୋଗ ଆସିଛି କବିସୂର୍ଯ୍ୟନଗର ଥାନା ଅଞ୍ଚଳରୁ। ମିଳିଥିବା ସୂଚନା ମୁତାବକ,  ଗତ ବିଳମ୍ବିତ ରାତିରେ ପୋଲସରା ଥାନା ରାଣୀପଡାର ଗଙ୍ଗା ତାଣ୍ଡି ନାମକ ଜଣେ ଯୁବକଙ୍କୁ ଗାଁ ଲୋକେ ଚୋର ସନ୍ଦେହରେ ନିସ୍ତୁକ ମାଡ ମାରିଥିଲେ ।

ପରେ ପୁଲିସ ଘଟଣାସ୍ଥଲରେ ପହଞ୍ଚି ଗଙ୍ଗାଙ୍କୁ ଉଦ୍ଧାର କରିଥିଲା । ତାଙ୍କର ପ୍ରାଥମିକ ଚିକିତ୍ସା ପରେ ଘରେ ଛାଡି ଦେଇଥିଲା । ମାଡ ଖାଇ ଘରକୁ ଫେରିବା ପରେ ରାତିରା ଯୁବକଙ୍କ ମୃତ୍ୟୁ ହୋଇଛି । ଏନେଇ ପରିବାର ଲୋକେ ଥାନାରେ ଗଙ୍ଗାଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ନେଇ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।