murder
ଆସିକା(ମନୋଜ ମୁନୀ): ଚୋର ସନ୍ଦେହରେ ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇଛି । ଏଭଳି ସଙ୍ଗୀନ ଅଭିଯୋଗ ଆସିଛି କବିସୂର୍ଯ୍ୟନଗର ଥାନା ଅଞ୍ଚଳରୁ। ମିଳିଥିବା ସୂଚନା ମୁତାବକ, ଗତ ବିଳମ୍ବିତ ରାତିରେ ପୋଲସରା ଥାନା ରାଣୀପଡାର ଗଙ୍ଗା ତାଣ୍ଡି ନାମକ ଜଣେ ଯୁବକଙ୍କୁ ଗାଁ ଲୋକେ ଚୋର ସନ୍ଦେହରେ ନିସ୍ତୁକ ମାଡ ମାରିଥିଲେ ।
ପରେ ପୁଲିସ ଘଟଣାସ୍ଥଲରେ ପହଞ୍ଚି ଗଙ୍ଗାଙ୍କୁ ଉଦ୍ଧାର କରିଥିଲା । ତାଙ୍କର ପ୍ରାଥମିକ ଚିକିତ୍ସା ପରେ ଘରେ ଛାଡି ଦେଇଥିଲା । ମାଡ ଖାଇ ଘରକୁ ଫେରିବା ପରେ ରାତିରା ଯୁବକଙ୍କ ମୃତ୍ୟୁ ହୋଇଛି । ଏନେଇ ପରିବାର ଲୋକେ ଥାନାରେ ଗଙ୍ଗାଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ନେଇ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/01/murder.jpg)