୩ ହଜାର ଟଙ୍କା ପାଇଁ ଯୁବକଙ୍କୁ ଠେଙ୍ଗାରେ ଆକ୍ରମଣ

କାମାକ୍ଷାନଗର (ବିଦ୍ୟାଧର ବରାଳ): ୩ ହଜାର ଟଙ୍କା ପାଇଁ ଜଣେ ଯୁବକଙ୍କୁ ଠେଙ୍ଗାରେ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଲତାବିଲ ଗାଁରେ।

ଅଭିଯୋଗ ଅନୁସାରେ, ଶିଖର ବେହେରା ଗାଁର ଆଉ ଦୁଇ ଜଣ ଯୁବକଙ୍କ ସହିତ ମିଶି କବାଡ଼ି ବ୍ୟବସାୟ କରୁଥିଲେ। ଶିଖର ତାଙ୍କର ଦୁଇ ସହଯୋଗୀଙ୍କୁ ୩ ହଜାର ଟଙ୍କା ଦେବାର ଥିଲା। କିନ୍ତୁ ସେମାନେ ବାରମ୍ୱାର ଟଙ୍କା ମାଗିବା ସତ୍ତ୍ୱେ ସେ ଟଙ୍କା ଦେଉ ନଥିଲେ ଓ ଏହାକୁ ନେଇ ଝଗଡ଼ା ମଧ୍ୟ ହେଉଥିଲା। ଗତ ସୋମବାର ଶିଖର ତାଙ୍କ ଘରକୁ ଯାଉଥିବା ବେଳେ ତାଙ୍କର ଏହି ଦୁଇ ସହଯୋଗୀ ତାଙ୍କୁ ଠେଙ୍ଗାରେ ଆକ୍ରମଣ କରିଥିଲେ।

ଶିଖରଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଭୁବନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଅବସ୍ଥା ସଙ୍କାଟପନ୍ନ ହେବାରୁ ତାଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। କିନ୍ତୁ ଏହି ଘଟଣା ନେଇ ଥାନାରେ କୌଣସି ଅଭିଯୋଗ ହୋଇ ନଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ

ତେଲ ଲଗାଇ ଲୁଟ୍ କରୁଥିଲେ, ଧରିଲା ପୁଲିସ୍‌

ଭୁଶୁଡ଼ି ପଡ଼ିଲା କେନାଲ ବନ୍ଧ: ଚାଷ ଜମିରେ ୩ରୁ ୪ ଫୁଟ ପାଣି

ସଂକ୍ରମଣର ମାତ୍ରା ମାପିବାକୁ ବ୍ରହ୍ମପୁରରେ ଚାଲିଛି ସେରୋଲୋଜିକାଲ୍ ସର୍ଭେ

‘ମୋ ଭାଇ ଆଖିରେ ମୁଁ ଦୁନିଆ ଦେଖେ’

ଚୋରି କରିବାକୁ ଆସିଥିଲେ, ନାଳରେ ଫସି ଗଲା ଗାଡ଼ି

ଆକ୍ରାନ୍ତ ଚିହ୍ନଟ; ବନ୍ଦ ହେଲା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ

କଟକ ସହରରେ ବିଗୁଡ଼ିଛି ସ୍ଥିତି; ସାହିରେ ବଢ଼ୁଛି ଆକ୍ରାନ୍ତଙ୍କ ସଂଖ୍ୟା

ଆଜି ଗହ୍ମା ପୂର୍ଣ୍ଣମୀ; ସର୍ବବୃହତ ରାକ୍ଷୀ ପିନ୍ଧିବେ ମହାପ୍ରଭୁ

ଋଣ ଶୁଝିବା ପାଇଁ ପଡ଼ିଲା ଚାପ, ଆତ୍ମହତ୍ୟା କଲେ ଚାଷୀ

ଭୁବନେଶ୍ୱରରେ ଖୋଲିଲା ମଲ୍‌

କରୋନା କରାଇ ଦେଲାନି କାମଧନ୍ଦା, ଋଣ ଶୁଝିବା ଚିନ୍ତାରେ ଜୀବନ ହାରିଲେ

କରୋନା ଆକ୍ରାନ୍ତ ଭିଡିଓ ଜର୍ଣ୍ଣାଲିଷ୍ଟ ବଖାଣିଲେ ନିଜ ଦୁଃଖ କାହାଣୀ, ଦେଲେ ଆତ୍ମହତ୍ୟା ଧମକ