ଭଦ୍ରକ (ପାର୍ଥ ସାରଥୀ ନାୟକ): ଋଣ ଶୁଝିବା ଚିନ୍ତାରେ ଜଣେ ବ୍ୟକ୍ତି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ଦୁଃଖଦ ଘଟଣା ଘଟିଛି ଭଦ୍ରକ ବ୍ଲକ ଅର୍ଣ୍ଣପାଳ ପଞ୍ଚାୟତର ରାଜୁଆଳି ବିନ୍ଧା ଗାଁରେ। ମୃତକଙ୍କ ନାଁ ମହେଦ୍ର ଦାସ।
ସୂଚନା ଅନୁସାରେ, ମହେନ୍ଦ୍ରଙ୍କ ସ୍ତ୍ରୀ ଓ ତାଙ୍କ ବୋହୂ ଏକ ଘରୋଇ ଅର୍ଥ ଲାଗାଣକାରୀ ସଂସ୍ଥାଠାରୁ ୫୦ ହଜାରରୁ ଅଧିକ ଟଙ୍କା ଋଣ ଆଣିଥିଲେ। ହେଲେ କରୋନା ପାଇଁ କାମଧନ୍ଦା ବନ୍ଦ ଥିବାରୁ ସେମାନେ ଆଉ ଟଙ୍କା ଶୁଝି ପାରି ନଥିଲେ। ଆଉ ତାଙ୍କ ଦୁଇ ପୁଅ ମଧ୍ୟ କାମ ଧନ୍ଦା ନପାଇ ଗାଁକୁ ପଳାଇ ଆସିଥିଲେ। ହେଲେ ଋଣ ଟଙ୍କା ଫେରାଇବା ପାଇଁ ଫାଇନାନ୍ସ କମ୍ପାନୀ ବାଧ୍ୟ କରିଥିଲା। ସେଥିପାଇଁ ଗତ କିଛି ଦିନ ହେବ ମହେନ୍ଦ୍ର ମାନସିକ ଚାପରେ ରହୁଥିଲେ। ତେଣୁ ମାନସିକ ଭାରସାମ୍ୟ ହରାଇ ଆଜି ସକାଳେ ସେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ତାଙ୍କ ପରିବାର ଓ ଗାଁ ଲୋକେ ଅଭିଯୋଗ କରିଛନ୍ତି। ଏନେଇ ଖବର ପାଇ ଭଦ୍ରକ ଗ୍ରାମାଞ୍ଚଳ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇଛି। ଏଥିସହ ଘଟଣାର ତଦନ୍ତ ଆରମ୍ଭ କରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Accident
କାର୍ତ୍ତିକ ପୂର୍ଣ୍ଣିମାରେ ଅଘଟଣ, ପୋଖରୀରେ ବୁଡ଼ିଗଲେ ୫ ଶିଶୁ
ଡଙ୍ଗା ଓ କଏନ ଆଣିବାକୁ ଯାଇ ଘଟିଛି ଏଭଳି ଅଘଟଣ!
Politics
ଜୟନାରାୟଣଙ୍କ ସମର୍ଥନରେ ବାହାରିଲା ବିଜେପି: ବିଜେଡିକୁ ଦେଲା ତା’ରି ଭାଷାରେ ପାଲଟା ଜବାବ
୨୦୨୩ ମସିହାରେ ବିଜେଡି ଶାସନକାଳରେ ଏକ ଦଳୀୟ କାର୍ଯ୍ୟକ୍ରମରେ ଜଣେ ମହିଳା ପୁଲିସ ଅଧିକାରୀଙ୍କ ସହ ହାତାହାତି ହେବା ଘଟଣାରେ ଜୟନାରାୟଣଙ୍କ ଆଗୁଆ ଜାମିନ ଆବେଦନକୁ ସୁପ୍ରିମକୋର୍ଟ ଗତକାଲି ଖାରଜ କରିଛନ୍ତି ।
Events & Festivals
ଆରମ୍ଭ ହେଲା କଟକର ଐତିହାସିକ ବାଲିଯାତ୍ରା
ଚଳିତବର୍ଷ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ସାଉଥ୍ ଇଷ୍ଟ ଏସିଆ ପାଭିଲିୟନ। ଜାଭା, ସୁମାତ୍ରା, ବାଲି ଇଣ୍ଡୋନେସିଆ ପରି ଦେଶ ସହିତ ଆମ ଦେଶର ନୌବାଣିଜ୍ୟ ପରମ୍ପରା ସମ୍ପର୍କର ତଥ୍ୟ ଜାଣିପାରିବେ ଦର୍ଶକ।
Religion
କାଲିଠାରୁ ୪ ଦ୍ୱାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରିବେ ଶ୍ରଦ୍ଧାଳୁ
ସେବକ ତଥା ତାଙ୍କ ପରିବାର ବର୍ଗ ସମସ୍ତ ଦ୍ୱାର ଦେଇ ପ୍ରବେଶ ଓ ପ୍ରସ୍ଥାନ କରିପାରିବେ।
Accident
ଲୁଗା ଦୋକାନରେ ଲାଗିଲା ନିଆଁ, ଜଳିଗଲେ ମାଲିକ
ଆଜି ଅପରାହ୍ନ ପ୍ରାୟ ୩ଟା ବେଳେ ଜଟଣୀ ରାଜା ବଜାରରେ ଥିବା ସୂର୍ଯ୍ୟ ମହାପାତ୍ରଙ୍କ ଲୁଗା ଦୋକାନରେ ନିଆଁ ଲାଗି ଯାଇଥିଲା। ଚାହୁଁ ଚାହୁଁ ନିଆଁ ପୂରା ଦୋକାନରେ ବ୍ୟାପି ଯାଇଥିଲା।