Advertisment

Suicide Attempt: ପୁଲିସ ଶୁଣିଲାନି, ଫାଣ୍ଡିରେ ବିଷ ପିଇ ଦେଲେ

ନ୍ୟାୟ ପାଇଁ ପୁଲିସ ନିକଟକୁ ଦୌଡ଼ି ଦୌଡ଼ି ନିରାଶ ହେବା ପରେ ଜଣେ ବ୍ୟକ୍ତି ଫାଣ୍ଡିରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଘଟଣାଟି ଘଟିଛି କଟକ ଜିଲ୍ଲା ଜଗତପୁର ଥାନା ଅନ୍ତର୍ଗତ ପାଗା ଫାଣ୍ଡିରେ।

author-image
Jitendra Garnayak
Poison

ନ୍ୟାୟ ପାଇଁ ପୁଲିସ ନିକଟକୁ ଦୌଡ଼ି ଦୌଡ଼ି ନିରାଶ ହେବା ପରେ ଜଣେ ବ୍ୟକ୍ତି ଫାଣ୍ଡିରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଘଟଣାଟି ଘଟିଛି କଟକ ଜିଲ୍ଲା ଜଗତପୁର ଥାନା ଅନ୍ତର୍ଗତ ପାଗା ଫାଣ୍ଡିରେ।

Advertisment

ଆତ୍ମହତ୍ୟା ଉଦ୍ୟମ କରିଥିବା ବ୍ୟକ୍ତିଙ୍କ ନାଁ ଚକ୍ରଧର ପାତ୍ର (୫୭)। ତାଙ୍କ ଘର ପାଗା ଫାଣ୍ଡି ଅଞ୍ଚଳରେ।

ଗତ ମାସ ୧୨ ତାରିଖରେ ଚକ୍ରଧର ପାଗା ଫାଣ୍ଡିରେ ଏକ ଏତଲା ଦେଇଥିଲେ। ସେଥିରେ ସେ ଲେଖିଥିଲେ ଯେ ଜାନୁଆରୀ ୧୧ ତାରିଖ ରାତିରେ ତାଙ୍କ ଧାନ ଖଳାରୁ କେହି ୧୨ ବସ୍ତା ଧାନ ଚୋରି କରିନେଇଛନ୍ତି। ଏହି ଘଟଣା ପଛରେ ଅମ୍ବିକା ରାଉତ ଓ ଅଶୋକ ପ୍ରସାଦ ରାଉତଙ୍କ ହାତ ଥିବା ସେ ସନ୍ଦେହ କରୁଥିବା ଉଲ୍ଲେଖ କରିଥିଲେ। ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ସେ ପାଗା ଫାଣ୍ଡି ପୁଲିସ ନିକଟରେ ଦାବି କରିଥିଲେ।

Advertisment

ଅଭିଯୋଗ ଅନୁଯାୟୀ, ପୁଲିସ ଏ ଦିଗରେ ବିଶେଷ ଦୃଷ୍ଟି ଦେଇ ନଥିଲା। ଓଲଟି ତାଙ୍କୁ ହଇରାଣ କରିଥିଲା। ତେଣୁ ପୁଲିସ ଉପରେ ବିରକ୍ତ ହୋଇଯାଇଥିବା ଚକ୍ରଧର ଗତକାଲି ରାତିରେ ପାଗା ଫାଣ୍ଡିରେ ପୁଲିସ କର୍ମଚାରୀଙ୍କ ଉପସ୍ଥିତିରେ ବିଷ ପିଇ ଦେଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଏକ ଘରୋଇ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ଅବସ୍ଥା ଭଲ ନଥିବା ଜଣାପଡ଼ିଛି।

ଅନ୍ୟପଟେ ଚକ୍ରଧରଙ୍କ ପୁଅଙ୍କ ନାଁରେ ଏକ ଅଭିଯୋଗ ମଧ୍ୟ ଥାନାରେ ସ୍ଥାନୀୟ ଅଞ୍ଚଳର ବ୍ୟକ୍ତି କରିଥିଲେ। ତେବେ ଏ ସମ୍ପର୍କରେ ପୁଲିସର ପ୍ରତିକ୍ରିୟା ମିଳିପାରିନାହିଁ।