Advertisment

Suicide Attempt: ବାହା ହେବାକୁ ମନା କରିଦେଲା ପ୍ରେମିକା, ଥାନାରେ ବିଷ ପିଇଦେଲା ପ୍ରେମିକ

ବାହା ହେବାକୁ ମନା କରିଦେଲେ ପ୍ରେମିକା। ପ୍ରେମିକ ନେଲେ ଚରମ ନିଷ୍ପତ୍ତି। ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରିସରରେ ବିଷ ପିଇଦେଲେ ପ୍ରେମିକ। ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

author-image
Jitendra Garnayak
Nanda

ବାହା ହେବାକୁ ମନା କରିଦେଲେ ପ୍ରେମିକା। ପ୍ରେମିକ ନେଲେ ଚରମ ନିଷ୍ପତ୍ତି। ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରିସରରେ ବିଷ ପିଇଦେଲେ ପ୍ରେମିକ। ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣାଟି ଘଟିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନାରେ। 

Advertisment

ବିଷ ପିଇ ଗୁରୁତର ଥିବା ଯୁବକଙ୍କ ନାଁ ବିପିନ। ତାଙ୍କ ଘର ନନ୍ଦିପଦା ଥାନା ଅଧୀନ ଶାଳନିଆଁ ଅଞ୍ଚଳରେ। ସେ ଡିମିରିଆର ଜଣେ ଯୁବତୀଙ୍କୁ ଭଲ ପାଆନ୍ତି। ୩ ବର୍ଷ ହେଲାଣି ସେମାନଙ୍କ ମଧ୍ୟରେ ପ୍ରେମ ସଂପର୍କ ରହିଛି। ହେଲେ ନିକଟରେ ବିପିନ ବିବାହ ପ୍ରସ୍ତାବ ଦେବାରୁ ଯୁବତୀ ଜଣଙ୍କ ତାକୁ ଅଗ୍ରାହ୍ୟ କରି ଦେଇଥିଲେ। ଫଳରେ ଉଭୟଙ୍କ ମଧ୍ୟରେ ମନୋମାଳିନ୍ୟ ଦେଖାଯାଇଥିଲା। 

ପ୍ରେମିକାଙ୍କ ନିଷ୍ପତ୍ତିକୁ ବିରୋଧ କରି ବିପିନ ଥାନାର ଦ୍ୱାରସ୍ଥ ହୋଇଥିଲେ। ତାଙ୍କ ଅଭିଯୋଗ ଆଧାରରେ ନନ୍ଦିପଦା ପୁଲିସ ଆଜି ଉଭୟ ପରିବାରକୁ ଥାନାକୁ ଡକାଇ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ କରିବା ପାଇଁ ପ୍ରୟାସ କରିଥିଲେ। ହେଲେ ଏହି ସମୟରେ ଘଟିଥିଲା ଅଘଟଣ।

Advertisment

ପ୍ରେମିକା ପ୍ରତାରଣା କରିଥିବା ଅଭିଯୋଗ ଆଣିଥିବା ବିପିନ ଥାନା ପରିସରରେ ବିଷ ପିଇ ଦେଇଥିଲେ। ସେତେବେଳେ ତାଙ୍କ ପ୍ରେମିକା ମଧ୍ୟ ସେଠାରେ ଉପସ୍ଥିତ ଥିଲେ। 

ବିପିନଙ୍କୁ ତାଙ୍କ ପରିବାର ଲୋକେ ସଙ୍ଗେ ସଙ୍ଗେ ଆନନ୍ଦପୁର ଡାକ୍ତରଖାନା ନେଇଯାଇଥିଲେ। ସେଠାରେ ତାଙ୍କର ଚିକିତ୍ସା ଚାଲିଛି। ତାଙ୍କ ଅବସ୍ଥା ସ୍ଥିର ଥିବା ଡାକ୍ତର କହିଥିବା ସୂଚନା ମିଳିଛି।