Advertisment

Murder: ଛୁରୀ ଭୁଷି ମାରି ଦେଲେ; କେହି ଅଟାଇଲେନି

ବରଗଡ଼ ସାଇମନ୍ଦିର ପାଖରେ ଆରମ୍ଭ ହୋଇଥିଲା ଗୋଷ୍ଠୀ ସଂଘର୍ଷ । ଅଚାନକ ଜଣେ ବ୍ୟକ୍ତି ଆସିଲା, ଆଉ ତିନି ଜଣ ବ୍ୟକ୍ତିଙ୍କ ବେକ ମୁଣ୍ଡ, ଛାତି ଓ ପେଟ ଚାରିଆଡ଼େ ଛୁରି ଭୁଷି ଚାଲିଲା । ଉପସ୍ଥିତ ଲୋକେ କେହି ବି ପ୍ରତିବାଦ କଲେନି । ରକ୍ତ ଜୁଡୁବୁଡୁ ଅବସ୍ଥାରେ ହାତ ବଢ଼ାଇ ଡାକୁଥିଲା ବ୍ୟକ୍ତି ଜଣକ। କିନ୍ତୁ କେହିବି ସାହାଯ୍ୟ କଲେନି ।

DDDDD
Advertisment

ଏ ଘଟଣା ସଂପର୍କରେ ଜାଣିବା ପରେ ଆପଣ ବୁଝିପାରିବେ, ଜଣେ ମଣିଷ କେମିତି ପଶୁ ପାଲଟିପାରେ। ଏକଥା ବି ବୁଝିପାରିବେ, ଉପସ୍ଥିତ ଲୋକେ ଯେତେବେଳେ ଦେଖଣାହାରୀ ସାଜନ୍ତି, ସେତେବେଳେ ଛୁରୀ ଭୁଷା ଖାଇଥିବା ରକ୍ତାକ୍ତ ମଣିଷଟି କାହାକୁ ସାହାଯ୍ୟ ମାଗିବ? ଦୃଶ୍ୟ ଏତେ ଭୟଙ୍କର ଯେ, ଯାହାକୁ ଦେଖି ଆମ ଲୋମମୂଳ ଟାଙ୍କୁରି ଉଠିଲା। ଉପସ୍ଥିତ ଲୋକଙ୍କ ଅଙ୍ଗଭଙ୍ଗୀ ଦେଖିଲେ ଏମିତି ଲାଗୁଥିଲା ଯେ, ଜଣେ ନୃଶଂସ ବ୍ୟକ୍ତିଙ୍କୁ କାବୁ କରିବା ପାଇଁ ଯେମିତି କାହା ପାଖରେ ଶକ୍ତି ନଥିଲା।

Advertisment

ବରଗଡ଼ ସାଇମନ୍ଦିର ପାଖରେ ଆରମ୍ଭ ହୋଇଥିଲା ଗୋଷ୍ଠୀ ସଂଘର୍ଷ । ଅଚାନକ ଜଣେ ବ୍ୟକ୍ତି ଆସିଲା, ଆଉ ତିନି ଜଣ ବ୍ୟକ୍ତିଙ୍କ ବେକ ମୁଣ୍ଡ, ଛାତି ଓ ପେଟ ଚାରିଆଡ଼େ ଛୁରି ଭୁଷି ଚାଲିଲା । ଉପସ୍ଥିତ ଲୋକେ କେହି ବି ପ୍ରତିବାଦ କଲେନି । ରକ୍ତ ଜୁଡୁବୁଡୁ ଅବସ୍ଥାରେ ହାତ ବଢ଼ାଇ ଡାକୁଥିଲା ବ୍ୟକ୍ତି ଜଣକ। କିନ୍ତୁ କେହିବି ସାହାଯ୍ୟ କଲେନି ।

ଗୁରୁତର ଅବସ୍ଥାରେ ତିନି ଜଣଙ୍କୁ ବରଗଡ଼ ହସ୍ପିଟାଲରେ ଭର୍ତ୍ତି କରିଥିଲେ। କିନ୍ତୁ ଦୁର୍ଭାଗ୍ୟର କଥା, ସେମାନଙ୍କ ଭିତରୁ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ପ୍ରଦୀପ ଲୁହାଓ ସୁରଜ ବାରିକ। ସେପଟେ ସେଦିନ ରାତିରେ ମୃତକଙ୍କ ଭଉଣୀ କହଛନ୍ତି, ସେ ମଣିଷ ମାରି ଦେଲା। କିନ୍ତୁ ପୁଲିସ ତାକୁ କାହିଁକି ଗିରଫ କରୁନି । ଆମେ ଗରିବ ବୋଲି କଣ ଆମର କିଛି ନାହିଁ। ଏମିତି କହି ମୃତକଙ୍କ ଭଉଣୀ କ୍ଷୋଭ ପ୍ରକାଶ କରିଛନ୍ତି।

Advertisment

ଘଟଣାକୁ ୧୫ ଘଣ୍ଟା ବିତିଯାଇଥିଲେ ମଧ୍ୟ ଏଯାଏଁ ସଂପୃକ୍ତ ଅଭିଯୁକ୍ତଙ୍କୁ ଧରିପାରିନି ପୋଲିସ l କାହିଁକି ଏହି ଗୋଷ୍ଠୀସଂଘର୍ଷ ହେଲା, ତାହା ମଧ୍ୟ ଜଣାପଡିନି ? ଏହା ପଛରେ କିଏ କିଏ ଅଛନ୍ତି ? ଏନେଇ ପୋଲିସ ତଦନ୍ତ କରୁଛି l ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ମଧ୍ୟ ତଥ୍ୟ ସଂଗ୍ରହ କରିଛି l ତେବେ ବରଗଡ ସହର ଏବେ ଅଶାନ୍ତ ପାଲଟିଥିବା ବେଳେ ଜନ ଗହଳିପୂର୍ଣ୍ଣ ସ୍ଥାନରେ ଏଭଳି ଘଟଣା ଘଟିବାକୁ ନେଇ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଛି l ଦିନ ଦ୍ବିପ୍ରହରରେ ଗୁଣ୍ଡାଗର୍ଦ୍ଦି କରୁଥିବା ଅସାମାଜିକବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ବରଗଡ଼ ଟାଉନରେ କେମିତି ଶାନ୍ତି ଫେରିବ, ସେ ନେଇ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe