Advertisment

ମା’ ଓ ଦୁଇ ପୁଅ ମିଶି ବାପାକୁ ହାଣି ଦେଲେ

ଖଲ୍ଲିକୋଟ(ଓଡ଼ିଶା ରିପୋର୍ଟର): ପାରିବାରିକ କଳହର କରୁଣ ପରିଣତି। ମା’ ଓ ଦୁଇ ପୁଅ ମିଶି ଜଣେ ବ୍ୟକ୍ତିଙ୍କୁ ହାଣି ଦେଇଛନ୍ତି। ଏପରି ଅଭିଯୋଗ ଆସିଛି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ତୋଟା ଗାଁରୁ। ମୃତ ବ୍ୟକ୍ତି ଜଣଙ୍କ ହେଲେ ସୂର୍ଯ୍ୟ ପାହାନ। ପୁଲିସ ମା’ ଓ ୨ପୁଅଙ୍କୁ ଅଟକ ରଖି ପଚରାଉଚରା କରୁଛି। ଗତକାଲି ରାତିରେ କୌଣସି କଥାକୁ ନେଇ ବାପା ମା’ ଓ ଦୁଇ ପୁଅଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ପରେ ଏହି ଝଗଡ଼ା […]

author-image
Tapaswini Nayak
ଅଦ୍ୟତନ ହୋଇଛି
ମା’ ଓ ଦୁଇ ପୁଅ ମିଶି ବାପାକୁ ହାଣି ଦେଲେ

murder

ଖଲ୍ଲିକୋଟ(ଓଡ଼ିଶା ରିପୋର୍ଟର): ପାରିବାରିକ କଳହର କରୁଣ ପରିଣତି। ମା’ ଓ ଦୁଇ ପୁଅ ମିଶି ଜଣେ ବ୍ୟକ୍ତିଙ୍କୁ ହାଣି ଦେଇଛନ୍ତି। ଏପରି ଅଭିଯୋଗ ଆସିଛି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ତୋଟା ଗାଁରୁ। ମୃତ ବ୍ୟକ୍ତି ଜଣଙ୍କ ହେଲେ ସୂର୍ଯ୍ୟ ପାହାନ। ପୁଲିସ ମା’ ଓ ୨ପୁଅଙ୍କୁ ଅଟକ ରଖି ପଚରାଉଚରା କରୁଛି।

Advertisment

ଗତକାଲି ରାତିରେ କୌଣସି କଥାକୁ ନେଇ ବାପା ମା’ ଓ ଦୁଇ ପୁଅଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ପରେ ଏହି ଝଗଡ଼ା ଉଗ୍ର ରୂପ ନେଇଥିଲା। ସୂର୍ଯ୍ୟ ଏକ ଧାରୁଆ ଅସ୍ତ୍ର ଆଣି ମା’ ଓ ଦୁଇ ପୁଅକୁ ହାଣିବାକୁ ଆସିଥିଲେ। ପରେ ବାପା ହାତରୁ ଧାରୁଆ ଅସ୍ତ୍ର ଛଡ଼ାଇ ଆଣି ମା’ପୁଅ ସୂର୍ଯ୍ୟଙ୍କୁ ହାଣି ଦେଇଥିଲେ। ପରେ ସେମାନେ ଗତକାଲି  ରାତିରେ ଗାଁ ଶ୍ମଶାନରେ ସୂର୍ଯ୍ୟଙ୍କ ମୃତଦେହକୁ ପୋତି ଦେବାକୁ ଉଦ୍ୟମ କରୁଥିଲେ। ପୁଲିସ କୌଣସି ସୂତ୍ରରୁ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା। ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ମା’ ଓ ଦୁଇ ପୁଅଙ୍କୁ ଅଟକ ରଖି ପଚରାଉଚରା କରୁଛି।

ପୁଲିସର କହିବା ଅନୁସାରେ, ସୂର୍ଯ୍ୟ ନିଜ ସ୍ତ୍ରୀ ଓ ଦୁଇ ପୁଅଙ୍କୁ ୧୫ବର୍ଷ ହେଲା ଅତ୍ୟାଚାର କରି ଆସୁଥିଲା। ତାଙ୍କୁ ଘରେ ରହିବାକୁ ଦେଉନଥିଲେ। ସେମାନେ ଅଲଗା ରହୁଥିଲେ। ରାଗର ବଶବର୍ତ୍ତୀ ହୋଇ ସେମାନେ ଏପରି  କରିଥାଇପାରନ୍ତି ବୋଲି ପୁଲିସ ସନ୍ଦେହ କରୁଛି।

Advertisment
Center Bottom