Advertisment

ଯାହାର ହାତ ଧରି ଘର ଛାଡ଼ିଥିଲେ, ସିଏ ତାକୁ ମାରିଦେଲା!

ଆଳି (ବନମାଳୀ ସାହୁ): ପ୍ରେମ ବିବାହ କରି ସୁଖର ସଂସାର ଗଢ଼ିବାର ସ୍ୱପ୍ନ ଦେଖିଥିଲେ। ହେଲେ ଯାହାର ହାତ ଧରି ଘରୁ ଗୋଡ଼ କାଢ଼ିଥିଲେ, ସିଏ ସାଜିଲା ବୈରୀ। ସାମାନ୍ୟ ଯୌତୁକ ପାଇଁ ମାଆ ସହ ମିଶି ନିଜ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ! ଏଭଳି ଅଭିଯୋଗ ଆସିଛି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅଞ୍ଚଳରୁ। ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତ ସ୍ୱାମୀକୁ ଅଟକ ରଖି ପଚରାଉଚରା କରୁଛି। ଅଭିଯୋଗରୁ ପ୍ରକାଶ, […]

author-image
Manoranjan Sial
ଯାହାର ହାତ ଧରି ଘର ଛାଡ଼ିଥିଲେ, ସିଏ ତାକୁ ମାରିଦେଲା!

bbh

ଆଳି (ବନମାଳୀ ସାହୁ): ପ୍ରେମ ବିବାହ କରି ସୁଖର ସଂସାର ଗଢ଼ିବାର ସ୍ୱପ୍ନ ଦେଖିଥିଲେ। ହେଲେ ଯାହାର ହାତ ଧରି ଘରୁ ଗୋଡ଼ କାଢ଼ିଥିଲେ, ସିଏ ସାଜିଲା ବୈରୀ। ସାମାନ୍ୟ ଯୌତୁକ ପାଇଁ ମାଆ ସହ ମିଶି ନିଜ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ! ଏଭଳି ଅଭିଯୋଗ ଆସିଛି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅଞ୍ଚଳରୁ। ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତ ସ୍ୱାମୀକୁ ଅଟକ ରଖି ପଚରାଉଚରା କରୁଛି।

Advertisment

ଅଭିଯୋଗରୁ ପ୍ରକାଶ, ଆଜକୁ ୬ ବର୍ଷ ତଳେ ମୂଳସାହି ଗାଁର ସୁମିତ୍ରା ସାମଲଙ୍କୁ ଗିରିବନ୍ଧ ଗ୍ରାମର ହରିଶ୍ଚନ୍ଦ୍ର ସାମଲଙ୍କ ପୁଅ ଧବଳେଶ୍ୱର ପ୍ରେମ ବିବାହ କରିଥିଲେ। ବିବାହ ପରେ ପାରିବାରିକ ସଂସାର ଠିକ୍‌ଠାକ୍‌ ଚାଲିଥିଲା। ତେବେ ହଠାତ ତାଙ୍କ ଉପରେ ପଡ଼ିଲା ଯୌତୁକ ଚଡ଼କ। ଦେଢ଼ ଲକ୍ଷ ଟଙ୍କା ଯୌତୁକ ଆଣିବା ପାଇଁ ଶାଶୁ ଓ ସ୍ୱାମୀ ମିଶି ସୁମିତ୍ରାଙ୍କ ଉପରେ ଚାପ ପକାଉଥିବା ଅଭଯୋଗ ହୋଇଥିଲା। ମାତ୍ର ଏଥିରେ ସୁମିତ୍ରା ରାଜି ନହେବାରୁ ତାଙ୍କ ଉପରେ ଆରମ୍ଭ ହୋଇଥିଲା ଶାରୀରିକ ଓ ମାନସିକ ନିର୍ଯାତନା। ଏନେଇ ସୁମିତ୍ରା ବାପ ଘର ଲୋକଙ୍କୁ ଜଣାଉଥିଲେ। ମାତ୍ର ବାପଘର ଲୋକେ ବୁଝାଇଦେଉଥିଲେ।

ଆଜି ଅପରାହ୍ନ ଗୋଟାଏ ବେଳେ ସୁମିତ୍ରାଙ୍କର ମୃତ୍ୟୁ ହୋଇଥିବା ନେଇ ବାପ ଘର ଲୋକେ ଜାଣିବାକୁ ପାଇଥିଲେ। ଖବର ପାଇବା କ୍ଷଣୀ ସଙ୍ଗେ ସଙ୍ଗେ ଦୌଡ଼ି ଆସି ଦେଖନ୍ତି, ଚଟାଣରେ ପଡ଼ିଛି ସୁମିତ୍ରାଙ୍କ ମୃତଦେହ। ସୁମିତ୍ରାଙ୍କୁ ତାଙ୍କ ସ୍ୱାମୀ ଓ ଶାଶୁ ଜୀବନରୁ ମାରି ଦେଇଥିବା ନେଇ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ସୁମିତ୍ରାଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଅନ୍ୟପକ୍ଷରେ ଧବଳେଶ୍ୱରଙ୍କୁ ଅଟକ ରଖି ପଚରାଉଚରା କରୁଛି।

Advertisment

ସୁମିତ୍ରା ମୃତ୍ୟୁ ବେଳକୁ ୭ ମାସ ଗର୍ଭବତୀ ଥିବା ଜଣାପଡ଼ିଛି।