Advertisment

ବଡ଼ ଭାଇକୁ ମାରି ପୋତି ଦେଲେ

ଜଳେଶ୍ୱର (ଅଜିତ ଦାସ): ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ବାସୁଚକୁରି ଗାଁରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି। ଜଣେ ଯୁବକ ତାଙ୍କ ବଡ଼ ଭାଇଙ୍କୁ ପିଟି ପିଟି ହତ୍ୟା କରିବା ପରେ ଘର ବାଡ଼ିପଟେ ମୃତଦେହ ପୋତି ଦେଇଥିଲେ। ମୃତକଙ୍କ ନାଁ ରୋହିତ ହେମ୍ରମ୍‌ (୩୦)। ଅଭିଯୁକ୍ତ ସାନ ଭାଇର ନାଁ  ଟିମା ହେମ୍ରମ୍‌। ସୂଚନା ଅନୁସାରେ,  ଗତ ୧୦ ତାରିଖରେ ରୋହିତ ଓ ଟିମାଙ୍କ ମଧ୍ୟରେ କୌଣସି କଥାକୁ ନେଇ ବଚସା ହୋଇଥିଲା।  ଏଥିରେ […]

ବଡ଼ ଭାଇକୁ ମାରି ପୋତି ଦେଲେ

deadbody

Advertisment

ଜଳେଶ୍ୱର (ଅଜିତ ଦାସ): ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ବାସୁଚକୁରି ଗାଁରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି। ଜଣେ ଯୁବକ ତାଙ୍କ ବଡ଼ ଭାଇଙ୍କୁ ପିଟି ପିଟି ହତ୍ୟା କରିବା ପରେ ଘର ବାଡ଼ିପଟେ ମୃତଦେହ ପୋତି ଦେଇଥିଲେ। ମୃତକଙ୍କ ନାଁ ରୋହିତ ହେମ୍ରମ୍‌ (୩୦)। ଅଭିଯୁକ୍ତ ସାନ ଭାଇର ନାଁ  ଟିମା ହେମ୍ରମ୍‌।

Advertisment

ସୂଚନା ଅନୁସାରେ,  ଗତ ୧୦ ତାରିଖରେ ରୋହିତ ଓ ଟିମାଙ୍କ ମଧ୍ୟରେ କୌଣସି କଥାକୁ ନେଇ ବଚସା ହୋଇଥିଲା।  ଏଥିରେ ଉତ୍‌କ୍ଷିପ୍ତ ହୋଇ ଟିମା ରୋହିତଙ୍କୁ ପିଟିପିଟି ମାରି ଦେଇଥିଲେ। ଏହାପରେ  ତାଙ୍କ ମୃତଦେହକୁ  ଘର ବାଡ଼ିପଟେ ପୋତି ଦେଇଥିଲେ। ହେଲେ ପୁଲିସ୍‌ ଆଜି କୌଣସି ସୂତ୍ରରୁ ଖବର ପାଇ ଟିମାଙ୍କୁ ତାଙ୍କ ବଡ଼ ଭାଇ ସମ୍ପର୍କରେ ପଚରାଉଚରା କରିଥିଲା। ସେ ତାଙ୍କ ବଡ଼ ଭାଇଙ୍କୁ ମାରି ପୋତି ଦେଇଥିବା ପୁଲିସ୍‌ ନିକଟରେ ସ୍ୱୀକାର ଥିଲେ। ଏହାପରେ ପୁଲିସ୍‌ ଓ ଏକ ସାଇଣ୍ଟିକ୍‌ଫିକ୍‌ ଟିମ୍‌ ବାଡ଼ିରେ ପୋତା ଯାଇଥିବା ମୃତଦେହକୁ ଉଦ୍ଧାର କରିଥିଲା।

ଏହି ଘଟଣାରେ କିଛି ଗାଁ ଲୋକେ ମଧ୍ୟ ଜଡ଼ିତ ଥିବା  ଟିମା ପୁଲିସ୍‌କୁ  ସୂଚନା ଦେଇଛି। ପୁଲିସ୍‌ ଟିମାଙ୍କ ସହ ଗାଁର ୫ ଜଣଙ୍କୁ ଅଟକ ରଖି ପଚାରଉଚରା କରୁଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe