Advertisment

Murder: ଯୁବକଙ୍କ ଟାଙ୍ଗିଆ ଚୋଟରେ ବାପା ଓ ପଡ଼ୋଶୀ ମୃତ, ଭାଇ ଗୁରୁତର

ପ୍ରଫୁଲ ଓ ଗଣେଶ୍ୱରଙ୍କ ଚିତ୍କାର ଶୁଣି ଘଟଣାସ୍ଥଳକୁ ଦୌଡ଼ି ଆସିଥିଲେ ମଣ୍ଟୁଙ୍କ ସାନ ଭାଇ। ମଣ୍ଟୁ ତାଙ୍କୁ ମଧ୍ୟ ଛାଡ଼ି ନଥିଲେ। ତାଙ୍କ ଟାଙ୍ଗିଆ ଚୋଟରେ ତାଙ୍କ ସାନ ଭାଇ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ କରଞ୍ଜିଆ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Death
Advertisment

ଯୁବକଙ୍କ ଉନ୍ମତ୍ତକାଣ୍ଡ। ନିଜ ବାପା ଓ ଭାଇ ସହିତ ଜଣେ ପଡ଼ୋଶୀଙ୍କୁ ହାଣିଦେଲେ। ତାଙ୍କ ବାପା ଓ ପଡ଼ୋଶୀଙ୍କ ମୃତ୍ୟୁ ଘଟିଥିବା ବେଳେ ଭାଇଙ୍କ ଅବସ୍ଥା ଗୁରୁତର ରହିଛି। ଘଟଣାଟି ଘଟିଛି ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ କୁଶପଦାରେ। 

Advertisment

ମୃତକ ଦ୍ୱୟ ହେଉଛନ୍ତି ପ୍ରଫୁଲ ପାତ୍ର ଓ ଗଣେଶ୍ୱର ପାତ୍ର। ଅଭିଯୁକ୍ତଙ୍କ ନାଁ ମଣ୍ଟୁ ପାତ୍ର। ଆଜି ସନ୍ଧ୍ୟାରେ ମଣ୍ଟୁ ତାଙ୍କ ବାପା ପ୍ରଫୁଲ ପାତ୍ରଙ୍କୁ ଏକ ଟାଙ୍ଗିଆରେ ଆକ୍ରମଣ କରିଥିଲେ। ସେହି ସମୟରେ ଗଣେଶ୍ୱର ପାତ୍ର ଦୌଡ଼ି ଆସିଥିଲେ। ଏହା ଦେଖି ମଣ୍ଟୁ ତାଙ୍କୁ ମଧ୍ୟ ହାଣି ଦେଇଥିଲେ।

ପ୍ରଫୁଲ ଓ ଗଣେଶ୍ୱରଙ୍କ ଚିତ୍କାର ଶୁଣି ଘଟଣାସ୍ଥଳକୁ ଦୌଡ଼ି ଆସିଥିଲେ ମଣ୍ଟୁଙ୍କ ସାନ ଭାଇ। ମଣ୍ଟୁ ତାଙ୍କୁ ମଧ୍ୟ ଛାଡ଼ି ନଥିଲେ। ତାଙ୍କ ଟାଙ୍ଗିଆ ଚୋଟରେ ତାଙ୍କ ସାନ ଭାଇ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ କରଞ୍ଜିଆ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। 

Advertisment

କିଛି ଗ୍ରାମବାସୀ ଏକାଠି ହୋ ମଣ୍ଟୁକୁ କାବୁ କରିବାରେ ସଫଳ ହୋଇଥିଲେ। ଖବର ପାଇ କରଞ୍ଜିଆ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା କରିଛି।  ତେବେ ମଣ୍ଟୁ କେଉଁ କାରଣରୁ ଏମିତି ଏକ କାଣ୍ଡ ଘଟାଇଲେ, ତାହା ଜଣାପଡ଼ିନି। ମଣ୍ଟୁ ଜଣେ ମାନସିକ ରୋଗୀ ବୋଲି ଜଣାପଡ଼ିଛି। ପୁଲିସ ଘଟଣାର ତଦନ୍ତ କରୁଛି। 

ଅନ୍ୟପକ୍ଷରେ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ସମଲେଶ୍ୱର ଗାଁରେ ରମାକାନ୍ତ ବାଗ ନାମକ ଜଣେ ବ୍ୟକ୍ତିଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତ ଯୁବକଙ୍କ ନାଁ ରମାକାନ୍ତ ବାଗ। ତାଙ୍କୁ ତାଙ୍କ ପୁତୁରା ଏବଂ ଅନ୍ୟ ୨ ଜଣ ବ୍ୟକ୍ତି କୌଣସି କାରଣରୁ ମାଡ଼ ମାରି ଗୋଡ଼ହାତ ଭାଙ୍ଗି ଫିଙ୍ଗି ଦେଇଥିଲେ। ପାଟଣାଗଡ଼ ପୁଲିସ ରମାକାନ୍ତଙ୍କୁ ଉଦ୍ଧାର କରି ପାଟଣାଗଡ଼ ଉପଖଣ୍ଡ ଡାକ୍ତରଖାନାକୁ ନେଇଥିଲେ। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ରମାକାନ୍ତ ବାଗଙ୍କର ମୃତ୍ୟୁ ହୋଇଯାଇଥିଲା। ପୁଲିସ ଘଟଣାର ତଦନ୍ତ କରୁଛି। ତଦନ୍ତ ପରେ ଜଣାପଡ଼ିବ ଏ ହତ୍ୟାକାଣ୍ଡ ପଛର କାରଣ। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe