Advertisment

ମୋବାଇଲ୍ ପାଇଁ ମୁଣ୍ଡକୁ ଇଟାରେ ପିଟି ଦେଇଥିଲା ସାଙ୍ଗ, ପରିବାର ଲୋକେ ଭାବିଲେ ମଦ ପିଇ ନାହିଁ ହୋସ୍

ଉମରକୋଟ (ଓଡ଼ିଶା ରିପୋର୍ଟର): ମୋବାଇଲ୍ ପାଇଁ ହତ୍ୟାକାଣ୍ଡ। ନିଜ ସାଙ୍ଗକୁ ମାରି ଦେଲେ। ଏହି ହତ୍ୟାକାଣ୍ଡ ଘଟିଛି ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ଅନ୍ତର୍ଗତ ଛତାବେଡ଼ା ଗାଁରେ। ମୃତ ବ୍ୟକ୍ତିଙ୍କ ନାଁ ସୁକଲାଲ ରାଉତ। ତାଙ୍କ ସାଙ୍ଗ ତଥା ଗିରଫ ଅଭିଯୁକ୍ତ ନାଁ ଘନଶ୍ୟାମ ମାଝୀ। ରାଇଘର ଆଇଆଇସି ଟଙ୍କଗିରି ଭୋଇ ଦେଇଥିବା ସୂଚନା ଅନୁଯାୟୀ, ସୁକଲାଲ ଓ ଘନଶ୍ୟାମ ଗତ ୭ ତାରିଖ ରାତିରେ ଏକାଠି ବସି ମଦ ପିଇଥିଲେ। ନିଶାରେ ଥିବା ବେଳେ ଦୁହିଁଙ୍କ […]

author-image
Jitendra Garnayak
ନିୟନ୍ତ୍ରଣ ହରାଇ ଗୋଟିଏ ପରିବାରର ୫ ଜଣଙ୍କୁ ଦଳି ଦେଲା ଡମ୍ପର

Dead Body

ଉମରକୋଟ (ଓଡ଼ିଶା ରିପୋର୍ଟର): ମୋବାଇଲ୍ ପାଇଁ ହତ୍ୟାକାଣ୍ଡ। ନିଜ ସାଙ୍ଗକୁ ମାରି ଦେଲେ। ଏହି ହତ୍ୟାକାଣ୍ଡ ଘଟିଛି ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ଅନ୍ତର୍ଗତ ଛତାବେଡ଼ା ଗାଁରେ। ମୃତ ବ୍ୟକ୍ତିଙ୍କ ନାଁ ସୁକଲାଲ ରାଉତ। ତାଙ୍କ ସାଙ୍ଗ ତଥା ଗିରଫ ଅଭିଯୁକ୍ତ ନାଁ ଘନଶ୍ୟାମ ମାଝୀ।

Advertisment

ରାଇଘର ଆଇଆଇସି ଟଙ୍କଗିରି ଭୋଇ ଦେଇଥିବା ସୂଚନା ଅନୁଯାୟୀ, ସୁକଲାଲ ଓ ଘନଶ୍ୟାମ ଗତ ୭ ତାରିଖ ରାତିରେ ଏକାଠି ବସି ମଦ ପିଇଥିଲେ। ନିଶାରେ ଥିବା ବେଳେ ଦୁହିଁଙ୍କ ମଧ୍ୟରେ ମୋବାଇଲ୍‌କୁ ନେଇ ବଚସା ହୋଇଥିଲା। ଘନଶ୍ୟାମ ଅଭିଯୋଗ କରିଥିଲେ ଯେ ସୁକଲାଲଙ୍କ ପାଖରେ ତାଙ୍କ ମୋବାଇଲ ଅଛି। କିନ୍ତୁ ସୁକଲାଲ ଏହାକୁ ଖଣ୍ଡନ କରିଥିଲେ। ଫଳରେ ସେମାନଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ବଚସା ମାରପିଟର ରୂପ ନେଇଥିଲା। ଏହି ସମୟରେ ଉତ୍ତ୍ୟକ୍ତ ଘନଶ୍ୟାମ ନିକଟରେ ପଡ଼ିଥିବା ଏକ ଇଟାରେ ସୁକଲାଲଙ୍କ ମୁଣ୍ଡରେ ଆଘାତ ଦେଇଥିଲେ। ସୁକଲାଲ ଘଟଣା ସ୍ଥଳରେ ଅଚେତ ହୋଇ ପଡ଼ି ଯାଇଥିଲେ।

ମଦ ପିଇ ସୁକଲାଲ ସେମିତି ଶୋଇଥିବେ ଭାବି ପରିବାର ଲୋକେ କୌଣସି ଚିକିତ୍ସା ନକରାଇ ତାଙ୍କୁ ନେଇ ଘରେ ରଖିଥିଲେ। ହେଲେ ଗତକାଲି ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହା ପରେ ସେମାନେ ପୁଲିସ୍‌ରେ ଅଭିଯୋଗ କରିଥିଲେ। ରାଇଘର ପୁଲିସ୍ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବାବେଳେ ଅଭିଯୁକ୍ତ ଘନଶ୍ୟାମ ମାଝୀଙ୍କୁ ଗିରଫ କରିଛି। ପୁଲିସ୍ ଘଟଣାର ଅଧିକ ଛାନଭିନ କରୁଛି।

Advertisment