ମାସେ ପରେ ଧରାପଡ଼ିଲା ଅଭିଯୁକ୍ତ

ବଣାଇ (ଓଡ଼ିଶା ରିପୋର୍ଟର): ସୁନ୍ଦରଗଡ ଜିଲ୍ଲା ଚାନ୍ଦିପୋଷ ଥାନା ଅନ୍ତର୍ଗତ ଢିଙ୍କିଆମ ଗାଁ ନିକଟରେ ଗତମାସ ୭ ତାରିଖରେ ଏଲେନ ମୁଣ୍ଡାଙ୍କ କ୍ଷତାକ୍ତ ମୃତଦେହ ମିଳିବା ଘଟଣାରେ ପୁଲିସ୍ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ତାଙ୍କ ନାଁ ପାଣ୍ଡ ଲୁଗୁନ। ପୁଲିସ ଠାରୁ ମିଳିଥିବା ସୂଚନା ଅନୁଯାୟୀ, କେ. ବଲାଙ୍ଗ ଥାନା ପୁରୁଣାପାଣି ଗ୍ରାମର ଏଲେନ ମୁଣ୍ଡା, ପାଣ୍ଡ ଲୁଗୁନ ଓ ସେମାନଙ୍କର ଆଉ ଜଣେ ସାଥୀ ବରସୁଆଁ ଅଞ୍ଚଳରେ ଏକାଠି କାମ କରୁଥିଲେ। ଟଙ୍କା ପଇସା […]

Arrest

Arrest

Jitendra Garnayak
  • Published: Sunday, 13 November 2022
  • Updated: 13 November 2022, 01:48 PM IST

Sports

Latest News

ବଣାଇ (ଓଡ଼ିଶା ରିପୋର୍ଟର): ସୁନ୍ଦରଗଡ ଜିଲ୍ଲା ଚାନ୍ଦିପୋଷ ଥାନା ଅନ୍ତର୍ଗତ ଢିଙ୍କିଆମ ଗାଁ ନିକଟରେ ଗତମାସ ୭ ତାରିଖରେ ଏଲେନ ମୁଣ୍ଡାଙ୍କ କ୍ଷତାକ୍ତ ମୃତଦେହ ମିଳିବା ଘଟଣାରେ ପୁଲିସ୍ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ତାଙ୍କ ନାଁ ପାଣ୍ଡ ଲୁଗୁନ।

ପୁଲିସ ଠାରୁ ମିଳିଥିବା ସୂଚନା ଅନୁଯାୟୀ, କେ. ବଲାଙ୍ଗ ଥାନା ପୁରୁଣାପାଣି ଗ୍ରାମର ଏଲେନ ମୁଣ୍ଡା, ପାଣ୍ଡ ଲୁଗୁନ ଓ ସେମାନଙ୍କର ଆଉ ଜଣେ ସାଥୀ ବରସୁଆଁ ଅଞ୍ଚଳରେ ଏକାଠି କାମ କରୁଥିଲେ। ଟଙ୍କା ପଇସା ନେଇ ସେମାନଙ୍କ ମଧ୍ୟରେ ତିକ୍ତତା ଥିଲା।

ଗତମାସ ୬ ତାରିଖରେ ପାଣ୍ଡ ଲୁଗୁନ ଓ ଅନ୍ୟ ସାଥୀ ଜଣଙ୍କ ମିଳିତ ଭାବେ ଏଲେନ ମୁଣ୍ଡାଙ୍କୁ ଆକ୍ରମଣ କରିଥିଲେ। ସେମାନେ ବାଡ଼ି ସାହାଯ୍ୟ ଏଲେନଙ୍କୁ ପିଟିପିଟି ମାରି ଦେଇଥିଲେ। ପରେ ସେମାନେ ସେଠାରୁ ଫେରାର ହୋଇଯାଇଥିଲେ।

ଚାନ୍ଦିପୋଷ ପୁଲିସ୍ ଅଭିଯୁକ୍ତମାନଙ୍କୁ ଖୋଜୁଥିବା ବେଳେ ପାଣ୍ଡ ଲୁଗୁନ ରାଉରକେଲା ଥିବା ନେଇ ଖବର ପାଇଥିଲା। ଏହା ପରେ ଚଢ଼ାଉ କରି ତାକୁ ଗିରଫ କରିଥିଲା। ତେବେ ଅନ୍ୟ ଜଣେ ଅଭିଯୁକ୍ତ ଏବେବି ଫେରାର ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos