/odisha-reporter/media/post_attachments/uploads/2022/03/Untitled-1-53.jpg)
Blast
ପିପିଲି (ଦ୍ୱୀତିକୃଷ୍ଣ ପଟ୍ଟନାୟକ): ଦାଦାର ବୋମାମାଡ଼ରେ ଚାଲିଗଲା ପୁତୁରାର ଜୀବନ। ଏହି ଘଟଣା ଘଟିଛି ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ହରିରାଜପୁର ପଞ୍ଚାୟତର ନଇଁଭଂସର୍ ଗାଁରେ।
ମୃତ ବ୍ୟକ୍ତି ଜଣଙ୍କ ହେଲେ ତପନ ଦାସ। ଘଟଣାପରେ ତାଙ୍କ ଦାଦା ବିଦ୍ୟାଧର ଦାସ ଫେରାର ହୋଇଯାଇ ଥିବା ସୂଚନା ମିଳିଛି।
ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗତକାଲି ତପନ ଓ ବିଦ୍ୟାଧରଙ୍କ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏନେଇ ତପନଙ୍କ ଭାଇ ହରିରାଜପୁର ଫାଣ୍ଡିରେ ଏତଲା ଦେଇଥିଲେ। ଏହାକୁ ନେଇ ବିଦ୍ୟାଧର ରାଗି ଯାଇଥିଲେ। ସେ ନିଜ ଘର ଛାତ ଉପରୁ ୫ଟି ବୋମା ତପନଙ୍କ ଘର ବାହାରକୁ ପିଙ୍ଗିଥିଲେ। ଏହି ସମୟରେ ତପନଙ୍କ ଝିଅ ବାହାରେ ଖେଳୁଥିଲା। ତପନ ନିଜ ଝିଅକୁ ବଞ୍ଚାଇବାକୁ ଯାଇ ବୋମାମାଡ଼ର ଶିକାର ହୋଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱର ସ୍ଥିତ ଏମ୍ସରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତପନଙ୍କର ମୃତ୍ୟୁ ଘଟିଥିଲା।
କୌଣସି ବିଶୃଙ୍ଖଳା ପରିସ୍ଥିତି ନ ଘଟିବା ପାଇଁ ଗାଁରେ ପୁଲିସ ମୁତୟନ କରାଯାଇଛି। ଏହା ସହିତ ପୁଲିସ ଘଟଣାର ତଦନ୍ତ କରୁଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
