Advertisment

Murder: ସ୍ତ୍ରୀକୁ ମାରିଦେଲା ସ୍ୱାମୀ

ମୃତ ମହିଳାଙ୍କ ନାଁ ପୁଷ୍ପାଞ୍ଜଳି ରଣା। ତାଙ୍କ ସ୍ୱାମୀ ତଥା ଅଭିଯୁକ୍ତଙ୍କ ନାଁ କୃପା ରଣା। ସ୍ତ୍ରୀକୁ ମାରି କୃପା ଫେରାର ହୋଇଯାଉଥିବା ବେଳେ ପୁଲିସ ତାଙ୍କୁ ଧରି ଥାନାରେ ଅଟକ ରଖିଛି ଓ ପଚରାଉଚରା କରୁଛି।

Murder

ଘଟଣାସ୍ଥଳ

Advertisment

ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ଜାମପଡ଼ା ଗାଁ ଖୁଣ୍ଟିଆପଡ଼ାରେ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି।

Advertisment

ମୃତ ମହିଳାଙ୍କ ନାଁ ପୁଷ୍ପାଞ୍ଜଳି ରଣା। ତାଙ୍କ ସ୍ୱାମୀ ତଥା ଅଭିଯୁକ୍ତଙ୍କ ନାଁ କୃପା ରଣା। ସ୍ତ୍ରୀକୁ ମାରି କୃପା ଫେରାର ହୋଇଯାଉଥିବା ବେଳେ ପୁଲିସ ତାଙ୍କୁ ଧରି ଥାନାରେ ଅଟକ ରଖିଛି ଓ ପଚରାଉଚରା କରୁଛି। 

ତା’ ସହିତ ପୁଲିସ ଘଟଣାସ୍ଥଳରେ ଯାଞ୍ଚ କରିଛି। ଘଟଣାସ୍ଥଳର ଯାଞ୍ଚ ପାଇଁ ସାଇଣ୍ଟିଫିକ୍‌ ଟିମ୍‌ର ସହାୟତା ନେଇଛି ପୁଲିସ। 

Advertisment

ସୂଚନା ଅନୁଯାୟୀ, ଗତ କିଛି ଦିନ ହେଲା ସ୍ୱାମୀ, ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ଲାଗି ରହିଥିଲା। ଆଜି ଅଭିଯୁକ୍ତ ଶାଢ଼ୀରେ ପୁଷ୍ପାଞ୍ଜଳିଙ୍କ ତଣ୍ଟିକୁ ଚିପି ହତ୍ୟା କରିଥିଲେ।  

ତେବେ କ’ଣ ପାଇଁ କୃପା ଏଭଳି ଏକ ଘଟଣା ଘଟାଇଲେ, ତାହା ଅସ୍ପଷ୍ଟ ରହିଛି। ପୁଲିସ ଘଟଣାର ତଦନ୍ତ କରୁଥିବା ବେଳେ ହତ୍ୟାର ପ୍ରକୃତ କାରଣ ଜଣାପଡ଼ିନାହିଁ। 

ଟିଟିଲାଗଡ଼ ଏସ୍‌ଡିପିଓ ଯଶୋବନ୍ତ ପ୍ରଧାନୀ କହିଛନ୍ତି ଯେ ତଦନ୍ତ ଜାରି ରହିଛି। ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରାଯାଉଛି। ମୃତ ମହିଳାଙ୍କ ବେକରେ କଳା ଦାଗ ରହିଛି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ସେମାନଙ୍କ ମଧ୍ୟରେ ଝଗଡ଼ା ହେଉଥିଲା। ଅଭିଯୁକ୍ତ ତାଙ୍କ ସ୍ତ୍ରୀଙ୍କୁ ମାରପିଟ ମଧ୍ୟ କରୁଥିଲେ। ତେଣୁ ସେମାନଙ୍କ ମଧ୍ୟରେ ଲାଗିରହିଥିବା ଅସନ୍ତୋଷରୁ ଏହି ହତ୍ୟାକାଣ୍ଡ ଘଟିଥାଇପାରେ। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe