Advertisment

ସ୍ତ୍ରୀ ଓ ଝିଅକୁ ହାଣି ଝୁଲିପଡ଼ିଲେ!

ଜଗତସିଂହପୁର (ଓଡ଼ିଶା ରିପୋର୍ଟର): ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀ ଓ ଝିଅକୁ ହାଣି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ଆସିଛି ଜଗତସିଂହପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ ଜୋତଚାନ୍ଦପାଟଣା ଗାଁରୁ। ମୃତକମାନେ ହେଲେ ଲୋକନାଥ ପାଳ (୫୪), ତାଙ୍କ ସ୍ତ୍ରୀ କଳ୍ପନା ପାଳ ଓ ତାଙ୍କ ଝିଅ ମଧୁସ୍ମିତା ପାଳ (୨୦)। ଲୋକନାଥଙ୍କ ମୃତଦେହକୁ ଝୁଲନ୍ତା ଅବସ୍ଥାରେ ଘର ଭିତରୁ ଉଦ୍ଧାର କରାଯାଇଥିଲା। ତାଙ୍କ ପତ୍ନୀ କଳ୍ପନା ଓ ଝିଅ ମଧୁସ୍ମିତାଙ୍କୁ ଗୁରୁତର ଅବସ୍ଥାରେ […]

author-image
Jitendra Garnayak
ଅଦ୍ୟତନ ହୋଇଛି
ବିଦ୍ୟୁତ୍‌ ଖୁଣ୍ଟରୁ ରାଜମିସ୍ତ୍ରୀଙ୍କ ମୃତଦେହ ଉଦ୍ଧାର

dead body

ଜଗତସିଂହପୁର (ଓଡ଼ିଶା ରିପୋର୍ଟର): ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀ ଓ ଝିଅକୁ ହାଣି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ଆସିଛି ଜଗତସିଂହପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ ଜୋତଚାନ୍ଦପାଟଣା ଗାଁରୁ।

Advertisment

ମୃତକମାନେ ହେଲେ ଲୋକନାଥ ପାଳ (୫୪), ତାଙ୍କ ସ୍ତ୍ରୀ କଳ୍ପନା ପାଳ ଓ ତାଙ୍କ ଝିଅ ମଧୁସ୍ମିତା ପାଳ (୨୦)।

ଲୋକନାଥଙ୍କ ମୃତଦେହକୁ ଝୁଲନ୍ତା ଅବସ୍ଥାରେ ଘର ଭିତରୁ ଉଦ୍ଧାର କରାଯାଇଥିଲା। ତାଙ୍କ ପତ୍ନୀ କଳ୍ପନା ଓ ଝିଅ ମଧୁସ୍ମିତାଙ୍କୁ ଗୁରୁତର ଅବସ୍ଥାରେ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ମଧୁସ୍ମିତାଙ୍କର ମୃତ୍ୟୁ ଘଟିଥିଲା। ଅବସ୍ଥା ସଙ୍କଟାପନ୍ନ ଥିବାରୁ କଳ୍ପନାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା। ତେବେ ସେଠାରେ ତାଙ୍କର ବି ମୃତ୍ୟୁ ଘଟିଥିଲା।

Advertisment

ଗତକାଲି ରାତିରେ ଏହି ଦୁଃଖଦ ଘଟଣା ଘଟିଥିବା ବେଳେ ସଦର ଥାନା ପୁଲିସ୍‌ ଏହାର ଛାନ୍‌ଭିନ୍‌ କରୁଛି। ସାଇଣ୍ଟିଫିକ୍ ଟିମ୍ ମଧ୍ୟ ଘଟଣାସ୍ଥଳରେ ଯାଞ୍ଚ କରିଛି। କୌଣସି ପାରିବାରିକ ଘଟଣାକୁ ନେଇ ଏହି ଘଟଣା ଘଟିଥିବା ଅନୁମାନ କରାଯାଉଛି। ସେହିପରି ରାଜମିସ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ଲୋକନାଥଙ୍କ ଆର୍ଥିକ ସ୍ଥିତି ବି ଭଲ ନଥିବାରୁ ଏଭଳି ଏକ ପଦକ୍ଷେପ ନେଇଥିବା ଆଲୋଚନା କରାଯାଉଛି। ତେବେ ତଦନ୍ତ ପରେ ପ୍ରକୃତ କଥା ଜଣାପଡ଼ିବ ବୋଲି ପୁଲିସ୍ ପକ୍ଷରୁ କୁହାଯାଇଛି।

ସୂଚନାଯୋଗ୍ୟ, ମୃତ ଲୋକନାଥଙ୍କର ଜଣେ ପୁଅ ବି ଅଛନ୍ତି। ସେ ତାଙ୍କ ପତ୍ନୀଙ୍କ ସହିତ ଭୁବନେଶ୍ୱରରେ ରହନ୍ତି।

Murder