Advertisment

ଶିକ୍ଷୟିତ୍ରୀଙ୍କୁ ହତ୍ୟା ଘଟଣା; ସ୍ୱାମୀଙ୍କୁ ବାନ୍ଧିଲା ପୁଲିସ୍

ଯାଜପୁର (ଅଭୟ ପତି): ଯାଜପୁର ରୋଡ୍‌ ଥାନା ରାଛିପୁର ଛକରେ ଶିକ୍ଷୟିତ୍ରୀ ଯୋଗମାୟା ଜେନା ହତ୍ୟାକାଣ୍ଡ ଘଟଣାରେ ତାଙ୍କ ସ୍ୱାମୀ ସୌମ୍ୟପ୍ରକାଶ ମଲ୍ଲିକଙ୍କୁ ଗିରଫ କରିଛି ପୁଲିସ୍। ଏହା ସହିତ ହତ୍ୟାକାଣ୍ଡରେ ବ୍ୟବହୃତ ମାରଣାସ୍ତ୍ର ଓ ବାଇକ୍‌ ଜବତ କରିଛି ପୁଲିସ୍। ଜୁଲାଇ ୯ ତାରିଖରେ ଶିକ୍ଷୟିତ୍ରୀ ଯୋଗମାୟା ଜେନା ତାଙ୍କର ଜଣେ ସହକର୍ମୀ ଶିକ୍ଷକଙ୍କ ସହ ବାଇକ୍‌ ଯୋଗେ ସ୍କୁଲରୁ ଘରକୁ ଫେରୁଥିବା ବେଳେ ରାଛିପୁର ଛକ ନିକଟରେ ସେମାନଙ୍କୁ ଆକ୍ରମଣ କରିଥିଲେ ଅଭିଯୁକ୍ତ। ସେ […]

ଅଦ୍ୟତନ ହୋଇଛି
ଶିକ୍ଷୟିତ୍ରୀଙ୍କୁ ହତ୍ୟା ଘଟଣା; ସ୍ୱାମୀଙ୍କୁ ବାନ୍ଧିଲା ପୁଲିସ୍

murder

Advertisment

ଯାଜପୁର (ଅଭୟ ପତି): ଯାଜପୁର ରୋଡ୍‌ ଥାନା ରାଛିପୁର ଛକରେ ଶିକ୍ଷୟିତ୍ରୀ ଯୋଗମାୟା ଜେନା ହତ୍ୟାକାଣ୍ଡ ଘଟଣାରେ ତାଙ୍କ ସ୍ୱାମୀ ସୌମ୍ୟପ୍ରକାଶ ମଲ୍ଲିକଙ୍କୁ ଗିରଫ କରିଛି ପୁଲିସ୍। ଏହା ସହିତ ହତ୍ୟାକାଣ୍ଡରେ ବ୍ୟବହୃତ ମାରଣାସ୍ତ୍ର ଓ ବାଇକ୍‌ ଜବତ କରିଛି ପୁଲିସ୍।

Advertisment

ଜୁଲାଇ ୯ ତାରିଖରେ ଶିକ୍ଷୟିତ୍ରୀ ଯୋଗମାୟା ଜେନା ତାଙ୍କର ଜଣେ ସହକର୍ମୀ ଶିକ୍ଷକଙ୍କ ସହ ବାଇକ୍‌ ଯୋଗେ ସ୍କୁଲରୁ ଘରକୁ ଫେରୁଥିବା ବେଳେ ରାଛିପୁର ଛକ ନିକଟରେ ସେମାନଙ୍କୁ ଆକ୍ରମଣ କରିଥିଲେ ଅଭିଯୁକ୍ତ। ସେ ଏକ ମାରଣାସ୍ତ୍ରରେ ସେମାନଙ୍କୁ ରାସ୍ତାରେ ଗୋଡ଼େଇ ଗୋଡ଼େଇ ହାଣିଥିଲେ। ଫଳରେ ଘଟଣାସ୍ଥଳରେ ହିଁ ଯୋଗମାୟାଙ୍କ ମୃତ୍ୟୁ ହୋଇଥିଲା। ଅନ୍ୟ ଶିକ୍ଷକ ଜଣଙ୍କ ଗୁରୁତର ଭାବେ ଆହତ ହୋଇଥିଲେ। ଏହା ପରେ ଅଭିଯୁକ୍ତ ସୌମ୍ୟପ୍ରକାଶ ଫେରାର ହୋଇଯାଇଥିଲେ। ତେବେ ଘଟଣାର ତଦନ୍ତ କରି ପୁଲିସ୍ ତାଙ୍କୁ ଗିରଫ କରିବାରେ ସଫଳ ହୋଇଛି।

ସୂଚନା ଅନୁଯାୟୀ, ସୌମ୍ୟପ୍ରକାଶ ଓ ଯୋଗମାୟା ପ୍ରେମ ବିବାହ କରିଥିଲେ। ପରେ କୌଣସି କାରଣରୁ ସେମାନଙ୍କ ମଧ୍ୟରେ ବିଚ୍ଛେଦ ଘଟିଥିଲା। ତେବେ ତା’ସତ୍ତ୍ୱେ ସେମାନଙ୍କ ମଧ୍ୟରେ ତିକ୍ତତା ରହିଥିଲା।

Advertisment
Jajpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe