Advertisment

Murder: ରାଜଧାନୀରେ ସ୍ତ୍ରୀକୁ ମାରିଦେଲା ସ୍ୱାମୀ

ଭୁବନେଶ୍ୱରର ଭରତପୁର ଥାନା ଫୁଲେଶ୍ଵରି ବସ୍ତିର ଘଟିଛି ଏହି ହତ୍ୟାକାଣ୍ଡ। ଗତକାଲି ରାତିରେ ସାବିତ୍ରୀ ରୋଷେଇ କରୁଥିବା ବେଳେ କୌଣସି କଥାକୁ ନେଇ ସ୍ୱାମୀ ପୂର୍ଣ୍ଣଚନ୍ଦ୍ର ମଲ୍ଲିକଙ୍କ ସହିତ ତାଙ୍କ ଯୁକ୍ତିତର୍କ ଓ ପାଟିତୁଣ୍ତ ହୋଇଥିଲା।

dead body
Advertisment

ରାଜଧାନୀ ଭୁବନେଶ୍ୱରରେ ହତ୍ୟାକାଣ୍ଡ। ସ୍ତ୍ରୀକୁ ମାରି ଦେଲା ସ୍ୱାମୀ। ଅଭିଯୁକ୍ତକୁ କାବୁ କରି ଘଟଣାର ତଦନ୍ତ କରୁଛି ପୁଲିସ।

Advertisment

ଭୁବନେଶ୍ୱରର ଭରତପୁର ଥାନା ଫୁଲେଶ୍ଵରି ବସ୍ତିର ଘଟିଛି ଏହି ହତ୍ୟାକାଣ୍ଡ। ମୃତ ମହିଳାଙ୍କ ନାଁ ସାବିତ୍ରୀ ମଲ୍ଲିକ।

ଗତକାଲି ରାତିରେ ସାବିତ୍ରୀ ରୋଷେଇ କରୁଥିବା ବେଳେ କୌଣସି କଥାକୁ ନେଇ ସ୍ୱାମୀ ପୂର୍ଣ୍ଣଚନ୍ଦ୍ର ମଲ୍ଲିକଙ୍କ ସହିତ ତାଙ୍କ ଯୁକ୍ତିତର୍କ ଓ ପାଟିତୁଣ୍ତ ହୋଇଥିଲା।

Advertisment

ସେହି ସମୟରେ ଉତ୍‌କ୍ଷିପ୍ତ ପୂର୍ଣ୍ଣଚନ୍ଦ୍ର ଏକ ଛୁରୀରେ ସାବିତ୍ରୀଙ୍କୁ ଆକ୍ରମଣ କରିଥିଲେ। ଛୁରାମାଡ଼ରେ ଘଟଣାସ୍ଥଳରେ ସାବିତ୍ରୀଙ୍କ ମୃତ୍ୟୁ ଘଟିଥିଲା।

ଭରତପୁର ଥାନା ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଏମ୍‌ସକୁ ପଠାଇଥିଲା। ଏହା ସହିତ ମୃତ ମହିଳାଙ୍କ ସ୍ୱାମୀ ପୂର୍ଣ୍ଣଚନ୍ଦ୍ର ମଲ୍ଲିକଙ୍କୁ ପୁଲିସ ଧରିଛି। ପୁଲିସ ଘଟଣାର ତଦନ୍ତ କରୁଛି। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe