ପୁଅ ନାଁରେ ଥାନାରେ ଏତଲା ଦେଲା ମା’, କହିଲେ ବୋହୂକୁ ହତ୍ୟା କରିଛି

ପଟ୍ଟାମୁଣ୍ଡାଇ (ଓଡ଼ିଶା ରିପୋର୍ଟର): ନିଜ ପୁଅ ନାଁରେ ବଧୂହତ୍ୟା ଅଭିଯୋଗ ଆଣିଛନ୍ତି ଜଣେ ମହିଳା। କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅଞ୍ଚଳରୁ ଆସିଛି ଏହି ଅଭିଯୋଗ। ଏହି ଥାନା ଅନ୍ତର୍ଗତ ବଳଭଦ୍ରପୁର ପଞ୍ଚାୟତର ବାଲିପାଟଣା ଗାଁରୁ ଘର ଭିତରୁ ଦୀପିକା ତରାଇ ନାମକ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯିବା ପରେ ତାଙ୍କ ଶାଶୂ ଶ୍ରୀମତୀ ବାଇ ଆଣିଛନ୍ତି ଏହି ଅଭିଯୋଗ। ପରକୀୟା ପ୍ରୀତି ପାଇଁ ତାଙ୍କ ପୁଅ ଦେବାଶିଷ ବାଇ ହିଁ ବୋହୂ ଦୀପିକାଙ୍କୁ […]

Woman

Woman

Jitendra Garnayak
  • Published: Thursday, 08 July 2021
  • Updated: 08 July 2021, 03:20 PM IST

ପଟ୍ଟାମୁଣ୍ଡାଇ (ଓଡ଼ିଶା ରିପୋର୍ଟର): ନିଜ ପୁଅ ନାଁରେ ବଧୂହତ୍ୟା ଅଭିଯୋଗ ଆଣିଛନ୍ତି ଜଣେ ମହିଳା। କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅଞ୍ଚଳରୁ ଆସିଛି ଏହି ଅଭିଯୋଗ।

ଏହି ଥାନା ଅନ୍ତର୍ଗତ ବଳଭଦ୍ରପୁର ପଞ୍ଚାୟତର ବାଲିପାଟଣା ଗାଁରୁ ଘର ଭିତରୁ ଦୀପିକା ତରାଇ ନାମକ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯିବା ପରେ ତାଙ୍କ ଶାଶୂ ଶ୍ରୀମତୀ ବାଇ ଆଣିଛନ୍ତି ଏହି ଅଭିଯୋଗ। ପରକୀୟା ପ୍ରୀତି ପାଇଁ ତାଙ୍କ ପୁଅ ଦେବାଶିଷ ବାଇ ହିଁ ବୋହୂ ଦୀପିକାଙ୍କୁ ମାରିଥିବା ସେ ଅଭିଯୋଗ କରିଛନ୍ତି। ଏନେଇ ସେ ପଟ୍ଟାମୁଣ୍ଡାଇ ଥାନାରେ ଏତଲା ଦେଇଛନ୍ତି।

ଶ୍ରୀମତୀ ତାଙ୍କ ଏତଲାରେ ଉଲ୍ଲେଖ କରିଛନ୍ତି ଯେ ଦୀପିକାଙ୍କୁ ତାଙ୍କ ପୁଅ ଦେବଶିଷ ଭଲ ପାଇ ବିବାହ କରିଥିଲା। ବିବାହ ପରେ ତା’ର ଅନ୍ୟ ମହିଳାଙ୍କ ସହିତ ଖରାପ ସଂପର୍କ ଥିଲା। ସେ ଓ ତାଙ୍କ ବୋହୂ ଏ ସଂପର୍କରେ ଜାଣିବା ପରେ ଏହାକୁ ବିରୋଧ କରିଥିଲେ। ଏପରିକି ସେ ଏନେଇ ବାରମ୍ବାର ଥାନାର ଦ୍ୱାରସ୍ଥ ହୋଇଥିଲେ।

ଶ୍ରୀମତୀ ଅଭିଯୋଗ କରିଛନ୍ତି ଯେ ପ୍ରତିହିଂସା ପରାୟଣ ହୋଇ ଦେବାଶିଷ ତାଙ୍କୁ ଓ ତାଙ୍କ ବୋହୂ ଦୀପିକାଙ୍କୁ ମାଡ଼ ମାରିଥିଲେ। ଏହା ସହିତ ତାଙ୍କୁ ଘରୁ ତଡ଼ି ଦେଇଥିଲା। ଫଳରେ ସେ ପାଖରେ ଅନ୍ୟ ଜଣଙ୍କ ଘରେ ରହି ଆସୁଛନ୍ତି। ତାଙ୍କ ପୁଅର ଘର ପାଖରେ ଜଣେ ମହିଳାଙ୍କ ସହିତ ସଂପର୍କ ଅଛି। ସେହି ମହିଳାଙ୍କ ପ୍ରରୋଚନାରେ ପୁଅ ତା’ସ୍ତ୍ରୀ ଦୀପିକାଙ୍କୁ ଅକଥନୀୟ ଅତ୍ୟାଚାର ଦେଉଥିଲା। ଉକ୍ତ ମହିଳା ସହିତ ଦେବାଶିଷକୁ ଅସଂଯତ ଅବସ୍ଥାରେ ଦୀପିକା ଦେଖି ଦେବାରୁ ତାକୁ ହତ୍ୟା କରି ଦିଆଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି।

ଉକ୍ତ ମହିଳାଙ୍କ ସହଯୋଗରେ ଦୀପିକାଙ୍କୁ ଦେବାଶିଷ ହତ୍ୟା କରିଥିବା ଶ୍ରୀମତୀ ତାଙ୍କ ଏତଲାରେ ଉଲ୍ଲେଖ କରିଛନ୍ତି। ଏପରିକି ଉକ୍ତ ମହିଳାଙ୍କ ସ୍ୱାମୀ ବି ଏହି ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ସେ ଦର୍ଶାଇଛନ୍ତି। ଦୀପିକାଙ୍କୁ ହତ୍ୟା କରାଯାଇ ପଙ୍ଖାରେ ଝୁଲାଇ ଦିଆଯାଇ ଆତ୍ମହତ୍ୟାର ରୂପ ଦିଆଯିବାକୁ ଚେଷ୍ଟା କରାଯାଇଥିବା ସେ ଅଭିଯୋଗ କରିଛନ୍ତି।

ଏହି ଘଟଣାକୁ ନେଇ ଗାଁରେ ଉତ୍ତେଜନା ଦେଖାଯାଇଥିବା ବେଳେ ଶତାଧିକ ମହିଳା ଥାନା ମଧ୍ୟ ଘେରାଉ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story