Advertisment

ଯୁବକଙ୍କୁ ହତ୍ୟା କରି ରାସ୍ତା ଉପରେ ଫିଙ୍ଗିଦେଲେ

ସମ୍ବଲପୁର (ସଞ୍ଜୟ ଜେନା): ଜଣେ ଯୁବକଙ୍କୁ ହତ୍ୟା କରି ରାସ୍ତାକଡ଼ରେ ଫିଙ୍ଗି ଦେଇ ପଳାଇଲେ ଦୁର୍ବୃତ୍ତ। ଘଟଣାଟି ଘଟିଛି ସମ୍ବଲପୁର ଜିଲ୍ଲାର ବୁର୍ଲାରେ।  ମୃତ ଯୁବକ ଜଣଙ୍କ ହେଲେ ରାମ ମେହେର। ତାଙ୍କ ଘର ବୁର୍ଲା ସହରର ବିଷ୍ଣୁ ମନ୍ଦିରପଡ଼ାରେ। ଆଜି ସକାଳେ ୨ଜଣ ଯୁବକ ବାଇକ୍‌ରେ ରାମଙ୍କୁ ଆଣି ପେଟ୍ରୋଲ ପମ୍ପ ରାସ୍ତା ସାମ୍ନାରେ ଫିଙ୍ଗି ଦେଇ ପଳାଇ ଯାଇଥିଲେ। ରାମଙ୍କ ଶରୀର ବିଭିନ୍ନ ସ୍ଥାନରୁ ରକ୍ତ ବାହାରୁ ଥିବା ବେଳେ ସେ ନିଃବସ୍ତ୍ର ଅବସ୍ଥାରେ […]

ଭଡ଼ାଘରୁ ଯୁକ୍ତ ତିନି ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

deadbody

Advertisment

ସମ୍ବଲପୁର (ସଞ୍ଜୟ ଜେନା): ଜଣେ ଯୁବକଙ୍କୁ ହତ୍ୟା କରି ରାସ୍ତାକଡ଼ରେ ଫିଙ୍ଗି ଦେଇ ପଳାଇଲେ ଦୁର୍ବୃତ୍ତ। ଘଟଣାଟି ଘଟିଛି ସମ୍ବଲପୁର ଜିଲ୍ଲାର ବୁର୍ଲାରେ।  ମୃତ ଯୁବକ ଜଣଙ୍କ ହେଲେ ରାମ ମେହେର। ତାଙ୍କ ଘର ବୁର୍ଲା ସହରର ବିଷ୍ଣୁ ମନ୍ଦିରପଡ଼ାରେ।

Advertisment

ଆଜି ସକାଳେ ୨ଜଣ ଯୁବକ ବାଇକ୍‌ରେ ରାମଙ୍କୁ ଆଣି ପେଟ୍ରୋଲ ପମ୍ପ ରାସ୍ତା ସାମ୍ନାରେ ଫିଙ୍ଗି ଦେଇ ପଳାଇ ଯାଇଥିଲେ। ରାମଙ୍କ ଶରୀର ବିଭିନ୍ନ ସ୍ଥାନରୁ ରକ୍ତ ବାହାରୁ ଥିବା ବେଳେ ସେ ନିଃବସ୍ତ୍ର ଅବସ୍ଥାରେ ପଡ଼ିଥିଲେ। ଏନେଇ ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି  ରାମଙ୍କୁ ଉଦ୍ଧାର କରି ବୁର୍ଲା ଡ଼ାକ୍ତରଖାନାରେ ଭର୍ତ୍ତି କରିଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

କେଉଁ କାରଣରୁ ରାମଙ୍କୁ ଯୁବକମାନେ ହତ୍ୟା କରି ରାସ୍ତାକଡ଼ରେ ଫିଙ୍ଗି ଦେଇ ପଳାଇଲେ, ତାହା ଜଣାପଡ଼ିନାହିଁ। ସେମାନଙ୍କ ସହ ରାମଙ୍କର ପୂର୍ବ ଶତ୍ରୁତା ଥିଲା ନା ଆଉ କିଛି ଅଛି  କାରଣ ଅଛି, ପୁଲିସ ସେନେଇ ତଦନ୍ତ କରୁଛି।  ପୁଲିସ ରାସ୍ତାରେ ଲାଗିଥିବା ସିସିଟିଭି ଫୁଟେଜରେ କଏଦ ହୋଇଥିବା ଦୃଶ୍ୟକୁ ଅଧାର କରି ତଦନ୍ତ କରୁଛି। ଦୁଇ ଅଭିଯୁକ୍ତକୁ ପୁଲିସ ଚିହ୍ନଟ କରିଥିବା ସୂଚନା ମିଳିଛି। ତେବେ ଖବର ଲେଖାଯିବା ପର୍ଯ୍ୟନ୍ତ ଘଟଣା ନେଇ ରାମଙ୍କ ପରିବାର ପକ୍ଷରୁ  ଥାନାରେ ଅଭିଯୋଗ ହୋଇନାହିଁ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe