bbsr
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୁଣି ଅଶାନ୍ତ ହେଲା ରାଜଧାନୀ ଭୁବନେଶ୍ୱର। ନିଜ ଜନ୍ମ କଲା ମା’କୁ ମାରି ପୋତିଦେଲା ପୁଅ। ଏମିତି ଏକ ଜଘନ୍ୟ ଘଟଣା ଘଟିଛି ବଡ଼ଗଡ଼ ଥାନା କଳିଙ୍ଗ ବସ୍ତିରେ। ଯେଉଁଠାରେ ପୁଅ ତା’ର ନିଜ ମା’କୁ ବୀଭତ୍ସ ଭାବେ ହତ୍ୟା କରିଛି। ହତ୍ୟା କରିବା ସହ ନିଜ ମା’କୁ ଜାଳି ଦେଇଛି।
ମଙ୍ଗଳବାର ସନ୍ଧ୍ୟାରେ ଏହି ଘଟଣା ଘଟିଛି। ପୁଲିସ ଦରପୋଡ଼ା ଅବସ୍ଥାରେ ମୃତଦେହକୁ ଜବତ କରିବା ସହ ଘଟଣାର ଖୋଳତାଡ଼ କରୁଛି। ତାସହ ଅଭିଯୁକ୍ତ ପୁଅକୁ ପୁଲିସ ଅଟକ ରଖିଛି। ତେବେ କେଉଁ କାରଣରୁ ପୁଅ ଏଭଳି ନାରକୀୟ କାଣ୍ଡ ଭିଆଇଛି, ସେନେଇ ସ୍ପଷ୍ଟ ହୋଇନାହିଁ। ଅଭିଯୁକ୍ତ ପୁଅର ନାଁ ପ୍ରଶାନ୍ତ ଜେନା ଓରଫ କାଳିଆ। ମୃତ ମହିଳା ହେଲେ ରଶ୍ମିତା ଜେନା।
ସ୍ଥାନୀୟ ପଡ଼ୋଶୀଙ୍କ କହିବା ଅନୁଯାୟୀ, ମାନସିକ ଭାରସାମ୍ୟ କାରଣରୁ ପ୍ରଶାନ୍ତ ଏଭଳି କାଣ୍ଡ ଘଟାଇଛି। କାରଣ ପୂର୍ବରୁ ମଧ୍ୟ ସେ ତା'ର ବାପା ଓ ମା'ଙ୍କୁ ଭୁଜାଲିରେ ମାରିବାକୁ ପ୍ରୟାସ କରିଥିଲା। ଆଉ ଏଥିପାଇଁ ତାକୁ ଥାନାକୁ ନିଆଯାଇଥିଲା। ତେବେ ତା'ର ବାପା ଓ ମା' ତାକୁ ଛଡ଼ାଇ ଆଣିଥିଲେ। ଏବେ ପୁଣିଥରେ ସେ ତା'ର ମାନସିକ ଭାରସାମ୍ୟ ହରାଇ ଏଭଳି କାମ କରିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/01/bbsr-3.jpg)