Advertisment

ବିଜେପି ନେତାଙ୍କ ନାଁରେ ଫେକ୍‌ ଆଇଡି କରି ଲୋକଙ୍କୁ ଲୁଟୁଥିଲେ, ବନ୍ଧା ହେଲେ

ସୁନ୍ଦରଗଡ଼ (ବିଜୟ ବରୁଆ): ରାଜନେତାଙ୍କ ନାଁରେ ଫେସ୍‌ବୁକ୍‌ରେ ଫେକ୍ ଆଇଡି କରି ଲୋକଙ୍କଠାରୁ ହଜାର ହଜାର ଟଙ୍କା ଲୁଟି ଥିବା ଜଣେ ଯୁବକଙ୍କୁ ପୁଲିସ୍‌ ଗିରଫ କରିଛି। ତାଙ୍କ ନାଁ ଅମନ କୁମାର ଶର୍ମା। ତାଙ୍କ ଘର ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ା ଥାନା ଅନ୍ତର୍ଗତ ଉଜ୍ଜ୍ୱଳପୁର ଅଞ୍ଚଳରେ। ଅମନ ରାଜ୍ୟ ବିଜେପି ସମ୍ପାଦକ ଟଙ୍କଧର ତ୍ରିପାଠୀ ଏବଂ ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେଙ୍କ ସ୍ୱାମୀ ଅଜୟ ପଟେଲଙ୍କ ନାଁରେ  ଫେକ୍‌ ଫେସବୁକ୍‌ ଆଇଡି ଖୋଲିଥିଲେ। ସେଥିରେ ସେମାନଙ୍କ […]

ଅଦ୍ୟତନ ହୋଇଛି
ବିଜେପି ନେତାଙ୍କ ନାଁରେ ଫେକ୍‌ ଆଇଡି କରି ଲୋକଙ୍କୁ ଲୁଟୁଥିଲେ, ବନ୍ଧା ହେଲେ

sundergarh

Advertisment

ସୁନ୍ଦରଗଡ଼ (ବିଜୟ ବରୁଆ): ରାଜନେତାଙ୍କ ନାଁରେ ଫେସ୍‌ବୁକ୍‌ରେ ଫେକ୍ ଆଇଡି କରି ଲୋକଙ୍କଠାରୁ ହଜାର ହଜାର ଟଙ୍କା ଲୁଟି ଥିବା ଜଣେ ଯୁବକଙ୍କୁ ପୁଲିସ୍‌ ଗିରଫ କରିଛି। ତାଙ୍କ ନାଁ ଅମନ କୁମାର ଶର୍ମା। ତାଙ୍କ ଘର ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ା ଥାନା ଅନ୍ତର୍ଗତ ଉଜ୍ଜ୍ୱଳପୁର ଅଞ୍ଚଳରେ।

Advertisment

ଅମନ ରାଜ୍ୟ ବିଜେପି ସମ୍ପାଦକ ଟଙ୍କଧର ତ୍ରିପାଠୀ ଏବଂ ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେଙ୍କ ସ୍ୱାମୀ ଅଜୟ ପଟେଲଙ୍କ ନାଁରେ  ଫେକ୍‌ ଫେସବୁକ୍‌ ଆଇଡି ଖୋଲିଥିଲେ। ସେଥିରେ ସେମାନଙ୍କ ଫଟୋ ମଧ୍ୟ ରଖିଥିଲେ। ଆଉ ସୁନ୍ଦରଗଡ଼ ଅଞ୍ଚଳର ଲୋକଙ୍କୁ ଫ୍ରେଣ୍ଡ ରିକ୍ୱେଷ୍ଟ ପଠାଉଥିଲେ। ଯଦି କେହି ତାଙ୍କ ଫ୍ରେଣ୍ଡ ରିକ୍ୱେଷ୍ଟ ଗ୍ରହଣ କରୁଥିଲେ, ସେ ସଙ୍ଗେ ସଙ୍ଗେ ତାଙ୍କ ପାଖକୁ ମେସେଜ୍ ପଠାଉଥିଲେ ଓ ଟଙ୍କା ମାଗୁଥିଲେ। ନିଜର ଜଣେ ଚିହ୍ନା ପରିଚିତ ଲୋକ ଅସୁବିଧାରେ ଥିବା ଦର୍ଶାଇ ସେ ଟଙ୍କା ମାଗୁଥିଲେ। ତା’ସହିତ ବ୍ୟାଙ୍କ ଆକାଉଣ୍ଟ ନମ୍ବର ବି ପଠାଇ ଦେଉଥିଲେ। ପୁଣି ସେହି ସବୁ ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟ ନମ୍ବର ବି ମାଗୁଥିଲେ ଓ ସୁନ୍ଦରଗଡ଼ରେ ପହଞ୍ଚିବା ପରେ ଟଙ୍କା ଫେରାଇ ଦେବେ ବୋଲି କହୁଥିଲେ।

ନିଜ ଅଞ୍ଚଳର ନେତା ମାଗୁଛନ୍ତି ଓ ଦରକାର ଥିବା ଭାବି ଅନେକ ଲୋକ ତାଙ୍କୁ ଟଙ୍କା ଦେଇଥିଲେ। ତେବେ ଏମିତି ବାରମ୍ବାର ଫେସ୍‌ବୁକ୍ ମାଧ୍ୟମରେ ସେ ଟଙ୍କା ମାଗିବା ପରେ କିଛି ଲୋକ ଏହି ଦୁଇ ରାଜନେତାଙ୍କୁ ଏ ବିଷୟରେ କହିଥିଲେ। ହେଲେ ସେମାନେ କାହାକୁ ଟଙ୍କା ମାଗି ନଥିବା କହିଥିଲେ। ତା’ସହିତ ଦୁଇ ନେତା ଥାନାରେ ଅଭିଯୋଗ କରିଥିଲେ।

Advertisment

ଅଭିଯୋଗ ପାଇବା ପରେ ସୁନ୍ଦରଗଡ଼ ଏସଡିପିଓଙ୍କ ନେତୃତ୍ୱରେ ଏକ ଟିମ୍‌ ଘଟଣାର ତଦନ୍ତ କରିଥିଲା। ପୁଲିସ୍‌ ଏହି ଘଟଣାରେ ଗତକାଲି ଅମନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।  କେବଳ ଏହି ଦୁଇ ନେତା ନୁହନ୍ତି,  ଆହୁରି ଅନେକ ଲୋକଙ୍କ ନାଁରେ ଫେକ୍‌ ଫେସ୍‌ବୁକ୍ ଆଇଡ୍‌ ତିଆରି କରି ସେ ଲୋକଙ୍କୁ ଲୁଟିଥିବା ଜଣାପଡ଼ିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe