Advertisment

ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ବାପପୁଅଙ୍କ ଜୀବନ ଗଲା

ଜଳେଶ୍ୱର (ଅଜିତ୍ ଦାସ): ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକ ଆରୁଆଦମ ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ପୁଅର ଜୀବନ ବଞ୍ଚାଇବାକୁ ଯାଇ ବାପାର ବି ଜୀବନ ଯାଇଛି। ମୃତକଦ୍ୱୟ ହେଲେ ବାପା କାଶୀ ରାଉତ ଓ ପୁଅ ରାମକୃଷ୍ଣ ରାଉତ। ସୂଚନା ଅନୁଯାୟୀ, ଆଜି ସକାଳେ କାଶୀ ଓ ତାଙ୍କ ପୁଅ ରାମକୃଷ୍ଣ ତାଙ୍କ ପାନ ବରଜକୁ କାମ କରିବା ଯାଉଥିଲେ। ଏହି ସମୟରେ ରାସ୍ତାରେ ପଡ଼ିଥିବା ଏକ ବିଦ୍ୟୁତ୍‌ ତାରକୁ ରାମକୃଷ୍ଣ ମାଡ଼ି ଦେଇଥିଲେ। […]

author-image
Jyoshna Pradhan
ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ବାପପୁଅଙ୍କ ଜୀବନ ଗଲା

electricity-wave

ଜଳେଶ୍ୱର (ଅଜିତ୍ ଦାସ): ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକ ଆରୁଆଦମ ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ପୁଅର ଜୀବନ ବଞ୍ଚାଇବାକୁ ଯାଇ ବାପାର ବି ଜୀବନ ଯାଇଛି। ମୃତକଦ୍ୱୟ ହେଲେ ବାପା କାଶୀ ରାଉତ ଓ ପୁଅ ରାମକୃଷ୍ଣ ରାଉତ।

Advertisment

ସୂଚନା ଅନୁଯାୟୀ, ଆଜି ସକାଳେ କାଶୀ ଓ ତାଙ୍କ ପୁଅ ରାମକୃଷ୍ଣ ତାଙ୍କ ପାନ ବରଜକୁ କାମ କରିବା ଯାଉଥିଲେ। ଏହି ସମୟରେ ରାସ୍ତାରେ ପଡ଼ିଥିବା ଏକ ବିଦ୍ୟୁତ୍‌ ତାରକୁ ରାମକୃଷ୍ଣ ମାଡ଼ି ଦେଇଥିଲେ। ପୁଅ ତଳେ ପଡ଼ି ଯିବା ଦେଖି କାଶୀ ବିଦ୍ୟୁତ୍‌ ତାରକୁ ହାତରେ ଧରି ପକାଇଥିଲେ। ଫଳରେ ତାଙ୍କ ହାତ ବିଦ୍ୟୁତ ତାର ଲାଗି ଜଳି ଯାଇଥିଲା। ଉଭୟ ବାପା ପୁଅଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା।ଖବର ପାଇ ବାଲିଆପୁଲିସ୍‌ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।