Advertisment

କାର୍-ବାଇକ୍‌ ମୁହାଁମୁହିଁ ଧକ୍କା, ବାପପୁଅ ମୃତ

ଖୋର୍ଦ୍ଧା(ଓଡ଼ିଶା ରିପୋର୍ଟର): ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅନ୍ତର୍ଗତ ଚକାପାଦ-ଟିକାତାଳ ରାସ୍ତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇକ୍‌ ଓ କାର୍ ମୁହାଁମୁହିଁ ଧକ୍କା ହେବାଫଳରେ ୨ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ବାପପୁଅ ବୋଲି ଜଣାଯାଇଛି। ସେମାନେ ହେଲେ ବାପା ମଧୁସୂଦନ ଦାସ ଓ ପୁଅ କ୍ଷୀରୋଦ ଦାସ। ଅଜି ଦିନ ପ୍ରାୟ ୧୦ଟା ସମୟରେ ମଧୁସୂଦନ ଓ କ୍ଷୀରୋଦ ବାଇକ୍‌ରେ ବୋଲଗଡ଼ରୁ ଖୋର୍ଦ୍ଧା ଅଭିମୁଖେ ଆସୁଥିଲେ। ଏହି ସମୟରେ ବିପରୀତ ଦିଗ ଆଡ଼ୁ […]

author-image
Tapaswini Nayak
ଅଦ୍ୟତନ ହୋଇଛି
କାର୍-ବାଇକ୍‌ ମୁହାଁମୁହିଁ ଧକ୍କା, ବାପପୁଅ ମୃତ

accident

ଖୋର୍ଦ୍ଧା(ଓଡ଼ିଶା ରିପୋର୍ଟର): ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅନ୍ତର୍ଗତ ଚକାପାଦ-ଟିକାତାଳ ରାସ୍ତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇକ୍‌ ଓ କାର୍ ମୁହାଁମୁହିଁ ଧକ୍କା ହେବାଫଳରେ ୨ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ବାପପୁଅ ବୋଲି ଜଣାଯାଇଛି। ସେମାନେ ହେଲେ ବାପା ମଧୁସୂଦନ ଦାସ ଓ ପୁଅ କ୍ଷୀରୋଦ ଦାସ।

Advertisment

ଅଜି ଦିନ ପ୍ରାୟ ୧୦ଟା ସମୟରେ ମଧୁସୂଦନ ଓ କ୍ଷୀରୋଦ ବାଇକ୍‌ରେ ବୋଲଗଡ଼ରୁ ଖୋର୍ଦ୍ଧା ଅଭିମୁଖେ ଆସୁଥିଲେ। ଏହି ସମୟରେ ବିପରୀତ ଦିଗ ଆଡ଼ୁ ଆସୁଥିବା କାର୍‌ ସହ ସେମାନଙ୍କ ବାଇକ୍‌ର ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ମଧୁସୂଦନଙ୍କର ମୃତ୍ୟୁ ଘଟିଥିଲା। ପୁଅ କ୍ଷୀରୋଦଙ୍କୁ ଡାକ୍ତରଖାନା ନେବା ବାଟରେ  ତାଙ୍କର ମୃତ୍ୟୁ ଘଟିଥିଲା। ପୁଲିସ ମୃତଦେହକୁ  ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।

ଦୁର୍ଘଟଣାରେ କାର୍‌ର ସମ୍ମୁଖ ଅଂଶଟି ନଷ୍ଟ ହୋଇ ଯାଇଛି।

Accident Roadaccident