Advertisment

ଶଗଡ଼କୁ ପିଟି ଦେଇ ଚାଲିଗଲା ଅଜଣା ଗାଡ଼ି

ଦେବଗଡ଼ (ସିଦ୍ଧାର୍ଥ ଗୁରୁ): ଦେବଗଡ଼ ଜିଲ୍ଲା ରିଆମାଳ ଥାନା ଅନ୍ତର୍ଗତ ଛତାବର ନିକଟରେ ଏକ ଶଗଡ଼କୁ ଅଜଣା ଗାଡ଼ି ଧକ୍କା ଦେବାରୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ସୁଗ୍ରୀବ ସାହୁ। ତାଙ୍କ ଘର ଛତାବରର ଜାମୁବଣିଆ ସାହିରେ। ଏଥିରେ ଗୋଟିଏ ବଳଦର ବି ମୃତ୍ୟୁ ଘଟିଛି। ଆଉ ଗୋଟିଏ ବଳଦ ଗୁରୁତର ଭାବେ ଆହତ ହୋଇଛି। ଆଜି ଭୋର୍ ପ୍ରାୟ ସାଢ଼େ ୫ଟା ବେଳେ ସୁଗ୍ରୀବ ଶଗଡ଼ ନେଇ ନିକଟସ୍ଥ ଚାଷଜମିକୁ ଯାଉଥିବା ବେଳେ […]

author-image
Rajalaxmi Sahu
ଅଦ୍ୟତନ ହୋଇଛି
ଶଗଡ଼କୁ ପିଟି ଦେଇ ଚାଲିଗଲା ଅଜଣା ଗାଡ଼ି

deadbody

ଦେବଗଡ଼ (ସିଦ୍ଧାର୍ଥ ଗୁରୁ): ଦେବଗଡ଼ ଜିଲ୍ଲା ରିଆମାଳ ଥାନା ଅନ୍ତର୍ଗତ ଛତାବର ନିକଟରେ ଏକ ଶଗଡ଼କୁ ଅଜଣା ଗାଡ଼ି ଧକ୍କା ଦେବାରୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ସୁଗ୍ରୀବ ସାହୁ। ତାଙ୍କ ଘର ଛତାବରର ଜାମୁବଣିଆ ସାହିରେ।

Advertisment

ଏଥିରେ ଗୋଟିଏ ବଳଦର ବି ମୃତ୍ୟୁ ଘଟିଛି। ଆଉ ଗୋଟିଏ ବଳଦ ଗୁରୁତର ଭାବେ ଆହତ ହୋଇଛି।

ଆଜି ଭୋର୍ ପ୍ରାୟ ସାଢ଼େ ୫ଟା ବେଳେ ସୁଗ୍ରୀବ ଶଗଡ଼ ନେଇ ନିକଟସ୍ଥ ଚାଷଜମିକୁ ଯାଉଥିବା ବେଳେ କୌଣସି ଅଜଣା ଗାଡ଼ି ତାଙ୍କୁ ପିଟି ଦେଇ ଚାଲି ଯାଇଥିଲା। ଶଗଡ଼ଟି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ଘଟଣାସ୍ଥଳରେ ହିଁ ସୁଗ୍ରୀବଙ୍କର ମୃତ୍ୟୁ ଘଟିଥିଲା।

[caption id="attachment_360627" align="aligncenter" width="1039"]road1ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ରାସ୍ତାରୋକ କରିଛନ୍ତି[/caption]

Advertisment

ଏହି ଘଟଣାକୁ ନେଇ କିଛି ସମୟ ଧରି ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ମୃତକଙ୍କ ପରିବାରକୁ କ୍ଷତିପୂରଣ ସହିତ ଏଭଳି ଦୁର୍ଘଟଣା ରୋକିବା ଲାଗି ପଦକ୍ଷେପ ନେବା ଦାବିରେ ଉତ୍ତ୍ୟକ୍ତ ଲୋକେ ୫୩ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ। ଫଳରେ ଦେବଗଡ଼-ଅନୁଗୋଳ ମଧ୍ୟରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା।