Advertisment

ଆଇନ୍‌ଜୀବୀଙ୍କୁ ସମାଲୋଚନା କରି ଯୁବକ ଗିରଫ

ସମ୍ୱଲପୁର (ଓଡ଼ିଶା ରିପୋର୍ଟର): ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ଆନ୍ଦୋଳନ ନେଇ ସୋଶାଲ୍‌ ମିଡିଆରେ ଆପତ୍ତିଜନକ ମନ୍ତବ୍ୟ ଦେବା ଜଣେ ଯୁବକଙ୍କ ପାଇଁ ମହଙ୍ଗା ପଡ଼ିଛି। ତାଙ୍କୁ ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ବୁର୍ଲାର ପ୍ରଭାସ ପୃଷେଠ। ୟୁଥ୍ ଏଗେନେଷ୍ଟ୍‌ କରପ୍‌ସନ୍‌ ଅଭିଯାନ ନାଁରେ ସେ ଫେସବୁକ୍‌ରେ ଆଇନ୍‌ଜୀବୀଙ୍କ ଆନ୍ଦୋଳନକୁ ସମାଲୋଚନା କରିଥିଲେ। ଏହାକୁ ନେଇ ସମ୍ବଲପୁର ଜିଲ୍ଲା ଓକିଲ ସଂଘ ପ୍ରଭାସଙ୍କ ନାଁ’ରେ ବୁର୍ଲା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ […]

author-image
Manoranjan Sial
ଅଦ୍ୟତନ ହୋଇଛି
ଆଇନ୍‌ଜୀବୀଙ୍କୁ ସମାଲୋଚନା କରି ଯୁବକ ଗିରଫ

sambalpur.jpg111111

ସମ୍ୱଲପୁର (ଓଡ଼ିଶା ରିପୋର୍ଟର): ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ଆନ୍ଦୋଳନ ନେଇ ସୋଶାଲ୍‌ ମିଡିଆରେ ଆପତ୍ତିଜନକ ମନ୍ତବ୍ୟ ଦେବା ଜଣେ ଯୁବକଙ୍କ ପାଇଁ ମହଙ୍ଗା ପଡ଼ିଛି। ତାଙ୍କୁ ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ବୁର୍ଲାର ପ୍ରଭାସ ପୃଷେଠ।

Advertisment

ୟୁଥ୍ ଏଗେନେଷ୍ଟ୍‌ କରପ୍‌ସନ୍‌ ଅଭିଯାନ ନାଁରେ ସେ ଫେସବୁକ୍‌ରେ ଆଇନ୍‌ଜୀବୀଙ୍କ ଆନ୍ଦୋଳନକୁ ସମାଲୋଚନା କରିଥିଲେ। ଏହାକୁ ନେଇ ସମ୍ବଲପୁର ଜିଲ୍ଲା ଓକିଲ ସଂଘ ପ୍ରଭାସଙ୍କ ନାଁ’ରେ ବୁର୍ଲା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି।

ପୁଲିସର ଗିରଫଦାରିକୁ ବିରୋଧ କରି ଅଭିଯୁକ୍ତ ପ୍ରଭାସ ଅନଶନ କରିଛନ୍ତି। ଏପରିକି ସେ ଜାମିନ ପାଇଁ ଆବେଦନ କରିବେ ନାହିଁ ବୋଲି ମଧ୍ୟ କହିଛନ୍ତି। ମାସ ମାସ ଧରି ଓକିଲଙ୍କ ଆନ୍ଦୋଳନ ଯୋଗୁ ସାଧାରଣ ଲୋକେ ହଇରାଣ ହେଉଥିବାରୁ ଜିଲ୍ଲା ପ୍ରଶାସନକୁ ଦାୟୀ କରି ସେ ଫେସବୁକରେ ଏକ ପୋଷ୍ଟ କରିଥିବା କହିଛନ୍ତି।

Advertisment

ଅନ୍ୟପକ୍ଷରେ ପ୍ରଭାସଙ୍କ ଗିରଫଦାରୀକୁ ବିଜେପି ଯୁବ ମୋର୍ଚ୍ଚା ବିରୋଧ କରିଛି। ମାତ୍ର ଏ ନେଇ ସମ୍ବଲପୁର ଓକିଲ ସଂଘର ପ୍ରତିକ୍ରିୟା ମିଳି ପାରିନାହିଁ।