Advertisment

Attack: ଭୁବନେଶ୍ୱରରେ ପ୍ରେମିକାଙ୍କ ତଣ୍ଟି କାଟି ଦେଲେ ପ୍ରେମିକ

ଉଭୟଙ୍କ ମଧ୍ୟରେ କଥା କଟାକଟି ଚାଲିଥିବା ବେଳେ ଯୁବକ ଜଣଙ୍କ ଏକ ଧାରୁଆ ଅସ୍ତ୍ରରେ ପ୍ରେମିକାଙ୍କ ତଣ୍ଟି କାଟି ଦେଇଥିଲେ। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଯୁବତୀ ଜଣଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଡାକ୍ତରଖାନା ପଠାଇଥିଲେ।

Attack
Advertisment

ଭୁବନେଶ୍ୱରରେ ଜଣେ ଯୁବକ ତାଙ୍କ ପ୍ରେମିକାଙ୍କ ତଣ୍ଟି କାଟି ଦେଇଥିବା ଅଭିଯୋଗ ହୋଇଛି। ପ୍ରେମିକାରଙ୍କ ଅବସ୍ଥା ଗୁରୁତର ଥିବା ବେଳେ ତାଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅଭିଯୁକ୍ତ ଥାନାରେ ଅଟକ ଅଛନ୍ତି। 

Advertisment

ଉଭୟ ପ୍ରେମିକ ଓ ପ୍ରେମିକା ଦାର୍ଜିଲିଂର ବାସିନ୍ଦା। ସେମାନେ ଭୁବନେଶ୍ୱରରେ ରହି ବୁଦ୍ଧ ପାର୍କ ନିକଟରେ ମୋମୋ ବ୍ୟବସାୟ କରୁଥିଲେ। 

ଆଜି ସକାଳେ ବୁଦ୍ଧ ପାର୍କ ନିକଟରେ ସେମାନଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ପ୍ରେମିକା ଆଉ କାହା ପ୍ରେମରେ ପଡ଼ିଯାଇଥିବା ଯୁବକ ଜଣଙ୍କ ସନ୍ଦେହ କରୁଥିଲେ। ଆଉ ସେହି କଥାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା।

Advertisment

ଉଭୟଙ୍କ ମଧ୍ୟରେ କଥା କଟାକଟି ଚାଲିଥିବା ବେଳେ ଯୁବକ ଜଣଙ୍କ ଏକ ଧାରୁଆ ଅସ୍ତ୍ରରେ ପ୍ରେମିକାଙ୍କ ତଣ୍ଟି କାଟି ଦେଇଥିଲେ। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଯୁବତୀ ଜଣଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଡାକ୍ତରଖାନା ପଠାଇଥିଲେ। ଏହା ସହିତ ଅଭିଯୁକ୍ତ ଯୁବକଙ୍କୁ କାବୁ କରି ପୁଲିସ ଜିମାରେ ଦେଇଥିଲେ। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe