Advertisment

ସାନ ଭାଇ ଆତ୍ମହତ୍ୟା କଲା ବୋଲି...

ଧର୍ମଗଡ଼ (ଇଙ୍ଗିତ ପଣ୍ଡା): ସାନ ଭାଇର ଆତ୍ମହତ୍ୟା ଖବର ଶୁଣି ବଡ଼ ଭାଇ ଦେହରେ କିରାସିନି ଢାଳି ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଛି। ଏହି ଦୁଃଖଦ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଥାନା ଅନ୍ତର୍ଗତ ରଜମୋଟର ଗାଁରେ। ମୃତକଙ୍କ ନାଁ ଲିଙ୍ଗ ଗହିର। ତାଙ୍କ ବଡ଼ ଭାଇର ନାଁ ରବୀନ ଗହିର। ସୂଚନା ଅନୁସାରେ, ଗତକାଲି ରାତିରେ କୌଣସି କଥାକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ଝଗଡ଼ା ହୋ‌ଇଥିଲା। ଏହାପରେ ଲିଙ୍ଗ ସାଇକେଲ ଧରି […]

author-image
Jyoshna Pradhan
ଅଦ୍ୟତନ ହୋଇଛି
ସାନ ଭାଇ ଆତ୍ମହତ୍ୟା କଲା ବୋଲି...

dharmagada

ଧର୍ମଗଡ଼ (ଇଙ୍ଗିତ ପଣ୍ଡା): ସାନ ଭାଇର ଆତ୍ମହତ୍ୟା ଖବର ଶୁଣି ବଡ଼ ଭାଇ ଦେହରେ କିରାସିନି ଢାଳି ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଛି। ଏହି ଦୁଃଖଦ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଥାନା ଅନ୍ତର୍ଗତ ରଜମୋଟର ଗାଁରେ। ମୃତକଙ୍କ ନାଁ ଲିଙ୍ଗ ଗହିର। ତାଙ୍କ ବଡ଼ ଭାଇର ନାଁ ରବୀନ ଗହିର।

Advertisment

ସୂଚନା ଅନୁସାରେ, ଗତକାଲି ରାତିରେ କୌଣସି କଥାକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ଝଗଡ଼ା ହୋ‌ଇଥିଲା। ଏହାପରେ ଲିଙ୍ଗ ସାଇକେଲ ଧରି ଘରୁ ପଳାଇ ଥିଲେ। ଆଜି ସକାଳେ ଲିଙ୍ଗଙ୍କ ଝୁଲନ୍ତା ମୃତଦେହ ତାଙ୍କ ଗାଁ ପାଖ ଗଡ଼ିଆଯୋର ନିକଟରେ ଦେଖିବାକୁ ମିଳିଥିଲା। ସେ ଆତ୍ମହତ୍ୟା କରିଥିବା କୁହାଯାଉଛି।

ଏହି ଖବର ଶୁଣି ତାଙ୍କ ବଡ଼ ଭାଇ  ରବୀନ ଦେହରେ କିରାସିନି ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ  ପ୍ରଥମେ ଧର୍ମଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଭାବାନୀପାଟଣା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି।

Advertisment