/odisha-reporter/media/post_attachments/uploads/2020/06/nayagada-2200.jpg)
nayagada
ନୟାଗଡ଼ (ଆର୍ତ୍ତତ୍ରାଣ ପ୍ରଧାନ): ଗୁଣିଆ ସନ୍ଦେହରେ ଜଣେ ବ୍ୟକ୍ତଙ୍କୁ ଦିଆଯାଇଛି ଅକଥନୀୟ ଶାରୀରିକ ନିର୍ଯାତନା। ନୟାଗଡ଼ ଜିଲ୍ଲା ରଣପୁର ଥାନା ଅନ୍ତର୍ଗତ ଭଳିଆମାଳ ଗାଁରେ ଘଟିଛି ଏହି ଘଟଣା। ଆକ୍ରମଣର ଶିକାର ହୋଇଥିବା ବ୍ୟକ୍ତିଙ୍କ ନାଁ ବସନ୍ତ ଦେହୁରୀ (୪୫)।
Advertisment
ବସନ୍ତ ଗୁଣି ଗାରେଡ଼ି କରୁଥିବା ସନ୍ଦେହ କରି ଗାଁଲୋକେ ଗତକାଲି ରାତିରେ ତାଙ୍କୁ ଘରୁ ଘୋଷାରି ଆଣିଥିଲେ। ଏହାପରେ ଏକ ହଣ୍ଡାରେ ଫୁଟୁଥିବା ଗରମ ପାଣିରେ ଜବରଦସ୍ତି ତାଙ୍କ ହାତକୁ ବୁଡ଼ାଇ ଦେଇଥିଲେ। ବସନ୍ତ ଯନ୍ତ୍ରଣାରେ ଚିତ୍କାର କରିଥିଲେ ମଧ୍ୟ କେହି ତାଙ୍କ କଥା ଶୁଣି ନଥିଲେ। ଏତିକିରେ ବି ଗାଁ ଲୋକଙ୍କ ରାଗ ଶାନ୍ତ ହୋଇ ନଥିଲା। ହାତକୁ ଗରମ ପାଣିରେ ପୂରାଇଲା ପରେ ଗାଁର କିଛି ଲୋକ ତାଙ୍କୁ ମାଡ଼ ମାରି ଥିଲେ। ବସନ୍ତଙ୍କୁ ତାଙ୍କ ପରିବାର ଲୋକେ ଉଦ୍ଧାର କରି ରଣପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଏନେଇ ବସନ୍ତଙ୍କ ପରିବାର ଲୋକେ ରଣପୁର ଥାନା ଏତଲା ଦେଇଛନ୍ତି। ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
