Advertisment

ଥାନା ଭିତରେ ମାଡ଼ାମଙ୍କ ଗୋଇଠା ବିଧା, ଆଇଆଇସି ସନ୍ଧ୍ୟାରାଣୀଙ୍କ ମାଡ଼ ଭିଡିଓ ଭାଇରାଲ୍‌

କେନ୍ଦୁଝର(ପ୍ରଣୟ ପାଣି): ଥାନା ଭିତରେ ଆଇଆଇସିଙ୍କ ଥାର୍ଡ ଡିଗ୍ରୀ। ଯୁବକଙ୍କୁ ନିସ୍ତୁକ ମାଡ଼ ମାରୁଛନ୍ତି। ଏପରିକି ଗଡାଇ ଗଡ଼ାଇ ଗୋଇଠା ମଧ୍ୟ ମାରୁଛନ୍ତି। ଯାହାର ଦୃଶ୍ୟ ଏବେ ସୋଶାଲ ମିଡ଼ିଆରେ ଭାଇରାଲ୍‌ ହୋଇଛି। ଏପରି ଅଭିଯୋଗ କେନ୍ଦୁଝର ଜିଲ୍ଲାରୁ ଆସିଛି। ଆଉ ଏଭଳି ଅମାନୁଷିକ ଭାବେ ମାଡ଼ ମାରୁଥିବା ମହିଳା ଜଣକ ହେଉଛନ୍ତି ପାଟଣା ଥାନା ଆଇଆଇସି ସନ୍ଧ୍ୟାରାଣୀ ଜେନା। ଜମିବାଡ଼ି ବିବାଦକୁ ନେଇ ଯୁବକକଙ୍କୁ ଲାଠିରେ ନିସ୍ତୁକ ମାଡ ମାରୁଛନ୍ତି ଆଇଆଇସି। ଏତିକିରେ ମନ ଶାନ୍ତ […]

ଅଦ୍ୟତନ ହୋଇଛି
ଥାନା ଭିତରେ ମାଡ଼ାମଙ୍କ ଗୋଇଠା ବିଧା, ଆଇଆଇସି ସନ୍ଧ୍ୟାରାଣୀଙ୍କ ମାଡ଼ ଭିଡିଓ ଭାଇରାଲ୍‌

cct

Advertisment

କେନ୍ଦୁଝର(ପ୍ରଣୟ ପାଣି): ଥାନା ଭିତରେ ଆଇଆଇସିଙ୍କ ଥାର୍ଡ ଡିଗ୍ରୀ। ଯୁବକଙ୍କୁ ନିସ୍ତୁକ ମାଡ଼ ମାରୁଛନ୍ତି। ଏପରିକି ଗଡାଇ ଗଡ଼ାଇ ଗୋଇଠା ମଧ୍ୟ ମାରୁଛନ୍ତି। ଯାହାର ଦୃଶ୍ୟ ଏବେ ସୋଶାଲ ମିଡ଼ିଆରେ ଭାଇରାଲ୍‌ ହୋଇଛି। ଏପରି ଅଭିଯୋଗ କେନ୍ଦୁଝର ଜିଲ୍ଲାରୁ ଆସିଛି। ଆଉ ଏଭଳି ଅମାନୁଷିକ ଭାବେ ମାଡ଼ ମାରୁଥିବା ମହିଳା ଜଣକ ହେଉଛନ୍ତି ପାଟଣା ଥାନା ଆଇଆଇସି ସନ୍ଧ୍ୟାରାଣୀ ଜେନା। ଜମିବାଡ଼ି ବିବାଦକୁ ନେଇ ଯୁବକକଙ୍କୁ ଲାଠିରେ ନିସ୍ତୁକ ମାଡ ମାରୁଛନ୍ତି ଆଇଆଇସି। ଏତିକିରେ ମନ ଶାନ୍ତ ହେଉନି, ଗୋଇଠା ପରେ ଗୋଇଠା ମାରି ଚାଲିଛନ୍ତି।

Advertisment

ପୂର୍ବରୁ ମଧ୍ୟ କେନ୍ଦୁଝର ପୁଲିସର ଔଦ୍ଧତ୍ୟ ଦେଖିବାକୁ ମିଳିଛି। କିଛି ଦିନ ତଳେ କେନ୍ଦୁଝର ଟାଉନ୍‌ ଥାନାରେ ଜଣେ ନ୍ୟୁଜ କ୍ୟାମେରାମ୍ୟାନଙ୍କୁ ଦୁର୍ବ୍ୟବହାର କରି ଜଣେ ଏସ୍ଆଇଙ୍କ ବଦଳି ହୋଇଥିଲା। ଏହାପରେ ରାମଚନ୍ଦ୍ରପୁର ଥାନା ଏସ୍ଆଇ ଜଣେ ବ୍ୟକ୍ତିଙ୍କୁ ଉଲଗ୍ନ କରି ମାଡ଼ ମାରି ନିଲମ୍ବିତ ହୋଇଥିଲେ। ତେବେ ପାଟଣା ଥାନା ଆଇଆଇସିଙ୍କ ଏଭଳି ଥାର୍ଡ ଡିଗ୍ରୀ ସମ୍ପର୍କରେ ସନ୍ଧ୍ୟାରାଣୀ ଜେନା ଓ କେନ୍ଦୁଝର ଏସ୍‌ପିଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe