Advertisment

Kidnap: ଯୁବତୀଙ୍କୁ ନେଇ ପଳାଇଲା ଶାଳକ; ଭିଣୋଇକୁ ଅପହରଣ କରି ନିସ୍ତୁକ ମାଡ଼

ଗତ ୨୩ ତାରିଖରେ ସୋନପୁର ଜିଲ୍ଲା ତିଥିପାଳି ଗାଁର ଜଣେ ଯୁବକ ଜଣେ ଯୁବତୀକୁ ନେଇ ଫେରାର ମାରିଥିଲେ। ଝିଅ ଘର ଲୋକେ ବହୁତ ଖୋଜାଖୋଜି କରିଥିଲେ। ପରେ ଝିଅକୁ ଖୋଜିବା ପାଇଁ କିଛି ଗୁଣ୍ଡାଙ୍କୁ ଲଗାଇଥିଲେ।

author-image
Jitendra Garnayak
car

ଶାଳକ ପାଇଁ ଭିଣୋଇକୁ ଅପହରଣ। ଏପରି ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ପୁଇଁତଲା ଥାନା ଅଞ୍ଚଳରେ।

Advertisment

ଗତ ୨୩ ତାରିଖରେ ସୋନପୁର ଜିଲ୍ଲା ତିଥିପାଳି ଗାଁର ଜଣେ ଯୁବକ ଜଣେ ଯୁବତୀକୁ ନେଇ ଫେରାର ମାରିଥିଲେ। ଝିଅ ଘର ଲୋକେ ବହୁତ ଖୋଜାଖୋଜି କରିଥିଲେ। ପରେ ଝିଅକୁ ଖୋଜିବା ପାଇଁ କିଛି ଗୁଣ୍ଡାଙ୍କୁ ଲଗାଇଥିଲେ। ସେହି ଗୁଣ୍ଡାମାନେ ଗତ ୨୫ ତାରିଖ ସକାଳେ କାରରେ ଆସି ପୁଇଁତଲା ଥାନା ଲଖପାଳି ଗାଁର ଶ୍ୟାମ ରଣାଙ୍କୁ ବନ୍ଧୁକ ଦେଖାଇ ଅପହରଣ କରିନେଇଥିଲେ। ସେ ସମୟର ଏକ ଫଟୋ ଉଠାଇଥିଲେ ଶ୍ୟାମଙ୍କ ସାନ ପୁଅ।

ଶ୍ୟାମଙ୍କୁ ଜଙ୍ଗଲକୁ ନେଇ ମାରପିଟ କରିବା ପରେ ଛାଡ଼ି ଦେଇଥିଲେ ଅଭିଯୁକ୍ତମାନେ। ଝିଅକୁ ନେଇ ଫେରାର ମାରିଥିବା ଯୁବକ ଜଣକ ହେଉଛନ୍ତି ଶ୍ୟାମଙ୍କ ଶାଳକ। ତେଣୁ ଝିଅକୁ ଶ୍ୟାମ ଲୁଚାଇ ରଖିଥିବା ସନ୍ଦେହ କରି ତାଙ୍କୁ ଅପହରଣ କରିଥିଲେ ଅଭିଯୁକ୍ତମାନେ। ଏନେଇ ପୁଇଁନ୍ତଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ ଶ୍ୟାମ।

Advertisment

ପୁଲିସ ଘଟଣାର ତଦନ୍ତ କରି ଶ୍ୟାମଙ୍କୁ ଅପହରଣ କରାଇଥିବା ଝିଅର ବାପା ସହିତ ଅନ୍ୟ ତିନି ଜଣଙ୍କୁ ଗିରଫ କରିଛି। ତେବେ ଶ୍ୟାମଙ୍କୁ ବନ୍ଧୁକ ଦେଖାଇ ଅପହରଣ କରିଥିବା ଗୁଣ୍ଡାମାନେ ଫେରାର ଅଛନ୍ତି। ଅନ୍ୟପଟେ ଫେରାର ମାରିଥିବା ପ୍ରେମୀ ଯୁଗଳଙ୍କୁ ଉଦ୍ଧାର କରି ପଚରାଉଚୁରା କରିଛି ପୁଲିସ।