Advertisment

Beaten To Death: ହତ୍ୟା ଘଟଣାରେ ସାକ୍ଷୀ ଦେଇ ଫେରିବା ପରେ ପିଟି ପିଟି ମାରିଦେଲେ ଅଭିଯୁକ୍ତଙ୍କ ସଂପର୍କୀୟ

ଏକ ହତ୍ୟା ଘଟଣାରେ କୋର୍ଟରେ ସାକ୍ଷୀ ଦେଇ ଫେରିବା ପରେ ଜଣେ ଯୁବକଙ୍କୁ ଅଭିଯୁକ୍ତମାନଙ୍କ ସଂପର୍କୀୟମାନେ ପିଟି ପିଟି ମାରି ଦେଇଥିବା ଅଭିଯୋଗ ହୋଇଛି। ଗତକାଲି ସନ୍ଧ୍ୟାରେ ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଗଡ଼ିଗାଁରେ ଘଟିଛି ଏହି ଘଟଣା। ମୃତ ଯୁବକଙ୍କ ନାଁ କାହ୍ନୁ ମଢ଼େଇ।

Murder
Advertisment

ଏକ ହତ୍ୟା ଘଟଣାରେ କୋର୍ଟରେ ସାକ୍ଷୀ ଦେଇ ଫେରିବା ପରେ ଜଣେ ଯୁବକଙ୍କୁ ଅଭିଯୁକ୍ତମାନଙ୍କ ସଂପର୍କୀୟମାନେ ପିଟି ପିଟି ମାରି ଦେଇଥିବା ଅଭିଯୋଗ ହୋଇଛି। ଗତକାଲି ସନ୍ଧ୍ୟାରେ ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଗଡ଼ିଗାଁରେ ଘଟିଛି ଏହି ଘଟଣା। ମୃତ ଯୁବକଙ୍କ ନାଁ କାହ୍ନୁ ମଢ଼େଇ।  

Advertisment

ଗତ ନଭେମ୍ବର ମାସରେ ଧାନଘେରା ଗାଁରେ ରାତିରେ ଗ୍ୟାସ ସିଲିଣ୍ଡର ଚୋରି କରୁଥିବା ବେଳେ ଗ୍ରାମବାସୀମାନେ ଗଡ଼ିଗାଁର  ବାପି କୋହ୍ଲାର ଓ କାହ୍ନୁ ମଢ଼େଇଙ୍କୁ ଧରିଥିଲେ। ଲୋକେ ଉଭୟଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଲୋକଙ୍କ ମାଡ଼ରେ ବାପି କୋହ୍ଲାରଙ୍କ ମୃତ୍ୟୁ ହୋଇଥିଲା। ଏକ ହତ୍ୟା ମାମଲା ରୁଜୁ କରି ପୁଲିସ ୧୧ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ଓ କୋର୍ଟ ଚାଲାଣ କରିଥିଲା। ସେହିପରି କାହ୍ନୁ ମଢ଼େଇଙ୍କୁ ଚୋରି ମାମଲାରେ ଗିରଫ କରି ଜେଲ ପଠାଇଥିଲା ପୁଲିସ। 

କାହ୍ନୁ ଜାମିନ ପାଇ ଜେଲ୍‌ରୁ ଫେରିଥିଲେ। ସେ ଥିଲେ ବାପି କୋହ୍ଲାର ହତ୍ୟା ଘଟଣାର ପ୍ରତ୍ୟକ୍ଷଦର୍ଶୀ। ଗତକାଲି ଏହି ଘଟଣାରେ ସେ ସାକ୍ଷୀ ଦେବାକୁ କୋର୍ଟ ଯାଇଥିଲେ। ସେ ସାକ୍ଷୀ ଦେଇ କୋର୍ଟରୁ ଫେରିବା ପରେ ଏହି ହତ୍ୟା ଘଟଣାରେ ଗିରଫ ହୋଇ ଜେଲରେ ଥିବା ଅଭିଯୁକ୍ତମାନଙ୍କ ସମ୍ପର୍କୀୟମାନେ ତାଙ୍କ ସହିତ ଝଗଡ଼ା କରିଥିଲେ।  ଝଗଡ଼ା ଏତେ ଉଗ୍ରରୂପ ନେଇଥିଲା ଯେ ଶେଷରେ ୩ ଜଣ ଯୁବକ କାହ୍ନୁଙ୍କୁ ଗୋଡ଼ାଇ ଗୋଡ଼ାଇ ମାରିବାକୁ ଉଦ୍ୟମ କରିଥିଲେ। କାହ୍ନୁ ସେମାନଙ୍କ କବଳରୁ ଖସି ଯିବାକୁ ପ୍ରୟାସ କରିଥିଲେ। ସେ ଜଣେ ବ୍ୟକ୍ତିଙ୍କ ଘରେ ପଶି ଯାଇଥିବା ବେଳେ ଯୁବକମାନେ ମଧ୍ୟ ସେହି ଘରେ ପଶି ତାଙ୍କୁ ଆକ୍ରମଣ କରିଥିଲେ ଏବଂ ବାହାରକୁ ଆଣି ବାଡ଼େଇ ବାଡ଼େଇ ମାରି ଦେଇଥିଲେ।

Advertisment

ଖବର ପାଇ ଖୁଣ୍ଟା ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା। ପୁଲିସ ଘଟଣାର ତଦନ୍ତ କରୁଥିବା ବେଳେ ଅଭିଯୁକ୍ତମାନେ ଫେରାର ହୋଇଯାଇଛନ୍ତି। 

କାହ୍ନୁଙ୍କ ବାପା ଶଶୀଧର ମଢେଇ କହିଛନ୍ତି ଯେ ମାରପିଟ ହେଉଥିବା ନେଇ ଜଣେ ମୋତେ ଡାକ ପକାଇଲେ। ସେ ପହଞ୍ଚିଲା ବେଳକୁ ପୁଅ ମରି ପଡ଼ିଥିଲା। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe