Advertisment

ଠେଙ୍ଗାରେ ପିଟିଲେ, ପାଣିରେ ବୁଡ଼ାଇ ମାରିଲେ

ଝାରସୁଗୁଡ଼ା(ଭାଗିରଥୀ ସାହୁ): ଝାରସୁଗୁଡ଼ା ଜିଲ୍ଲା ବଡ଼ମାଳ ଥାନା ଅନ୍ତର୍ଗତ ହିରମା ଗାଁର ମୁଣ୍ଡାପଡ଼ା ଠାରେ ଜଣେ ଯୁବକଙ୍କୁ ଠେଙ୍ଗାରେ ପିଟି ହତ୍ୟା କରାଯାଇଛି। ମୃତକ ଜଣଙ୍କ ହେଲେ ବିଜୟ ଭୋଇ। ତାଙ୍କ ବୟସ ୪୦ ବର୍ଷ। ଗତକାଲି ବିଳମ୍ବିତ ରାତିରେ ବିଜୟ ଘରୁ ଚାଲି ଚାଲି ମୁଣ୍ଡାପଡା ରାସ୍ତାରେ ଯାଉଥିବା ବେଳେ ଅଜୟ ମୁଣ୍ଡା ଓ କୁମର ମୁଣ୍ଡା ତାଙ୍କୁ ଅଟକାଇ ଥିଲେ। ତା’ପରେ ସେମାନେ ବିଜୟଙ୍କ ମୁଣ୍ଡକୁ ଲକ୍ଷ୍ୟ କରି ଠେଙ୍ଗାରେ ଆକ୍ରମଣ କରିଥିଲେ। ବିଜୟ […]

ଅଦ୍ୟତନ ହୋଇଛି
ଠେଙ୍ଗାରେ ପିଟିଲେ, ପାଣିରେ ବୁଡ଼ାଇ ମାରିଲେ

jarasuda

Advertisment

ଝାରସୁଗୁଡ଼ା(ଭାଗିରଥୀ ସାହୁ): ଝାରସୁଗୁଡ଼ା ଜିଲ୍ଲା ବଡ଼ମାଳ ଥାନା ଅନ୍ତର୍ଗତ ହିରମା ଗାଁର ମୁଣ୍ଡାପଡ଼ା ଠାରେ ଜଣେ ଯୁବକଙ୍କୁ ଠେଙ୍ଗାରେ ପିଟି ହତ୍ୟା କରାଯାଇଛି। ମୃତକ ଜଣଙ୍କ ହେଲେ ବିଜୟ ଭୋଇ। ତାଙ୍କ ବୟସ ୪୦ ବର୍ଷ।

Advertisment

ଗତକାଲି ବିଳମ୍ବିତ ରାତିରେ ବିଜୟ ଘରୁ ଚାଲି ଚାଲି ମୁଣ୍ଡାପଡା ରାସ୍ତାରେ ଯାଉଥିବା ବେଳେ ଅଜୟ ମୁଣ୍ଡା ଓ କୁମର ମୁଣ୍ଡା ତାଙ୍କୁ ଅଟକାଇ ଥିଲେ। ତା’ପରେ ସେମାନେ ବିଜୟଙ୍କ ମୁଣ୍ଡକୁ ଲକ୍ଷ୍ୟ କରି ଠେଙ୍ଗାରେ ଆକ୍ରମଣ କରିଥିଲେ। ବିଜୟ ତଳେ ପଡ଼ିଯିବା ପରେ ତାଙ୍କୁ ଘୋଷାଡ଼ି ଘୋଷାଡ଼ି ନିକଟସ୍ଥ ପୋଖରୀକୁ ନେଇ ପାଣିରେ ବୁଡାଇ ହତ୍ୟା କରିଥିବା ଅଭିଯୋଗ ହୋଇଛି।

ବଡ଼ମାଳ ପୁଲିସ୍‌ ଅଜୟ ଓ କୁମରଙ୍କୁ ଅଟକ ରଖି ପଚରାଉଚରା କରୁଛି।

ପୂର୍ବ ଶତ୍ରୁତାକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

ସୂଚନାଯୋଗ୍ୟ, ଏକ ହତ୍ୟା ମାମଲାରେ ଗିରଫ ହୋଇ ବିଜୟ ପୂର୍ବରୁ ଜେଲ ଯାଇଥିଲେ। କିଛି ଦିନ ହେବ ସେ ଜେଲରୁ ବାହାରିଥିଲେ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe