Advertisment

‘ମୋତେ ଥାନାରେ ରାତି ସାରା ବିବସ୍ତ୍ର କରି ପିଟିଲେ, ହେଲେ ଦୋଷ କହିଲେନି’

ଆଳି(ବନମାଳୀ ସାହୁ): ‘ମୁଁ କାଲି ରାତିରେ ଶୌଚ ହୋଇ ଘରକୁ ଫେରୁଥିଲି। ମୋତେ ଜୋରଜବରଦସ୍ତ ଧରି ନେଇ ମାରଧର କରି ଗାଡ଼ିରେ ଥାନାକୁ ନେଇ ଗଲେ। ଥାନା ଭିତରେ ପୁଲିସ୍‌ କର୍ମଚାରୀ ମୋତେ ବିବସ୍ତ୍ର କରି ରାତିସାରା ପିଟି ଚାଲିଲେ ।  ମୋର ରକ୍ତବାନ୍ତି ହେଲା ପରେ ନେହୁରା ହେଲା ପରେ ବି ମୋତେ ଛାଡ଼ିଲେନି। ମୋ’ ନାଁରେ କେହି ଏଫଆଇଆର ଦେଇ ନାହାନ୍ତି। କ’ଣ ପାଇଁ ମୋତେ ଥାନାକୁ ନେଇ ବାଡ଼େଇଲେ ମୋ’ ଦୋଷ କ’ଣ […]

ଅଦ୍ୟତନ ହୋଇଛି
‘ମୋତେ ଥାନାରେ ରାତି ସାରା ବିବସ୍ତ୍ର କରି ପିଟିଲେ, ହେଲେ ଦୋଷ କହିଲେନି’

police

Advertisment

ଆଳି(ବନମାଳୀ ସାହୁ): ‘ମୁଁ କାଲି ରାତିରେ ଶୌଚ ହୋଇ ଘରକୁ ଫେରୁଥିଲି। ମୋତେ ଜୋରଜବରଦସ୍ତ ଧରି ନେଇ ମାରଧର କରି ଗାଡ଼ିରେ ଥାନାକୁ ନେଇ ଗଲେ। ଥାନା ଭିତରେ ପୁଲିସ୍‌ କର୍ମଚାରୀ ମୋତେ ବିବସ୍ତ୍ର କରି ରାତିସାରା ପିଟି ଚାଲିଲେ ।  ମୋର ରକ୍ତବାନ୍ତି ହେଲା ପରେ ନେହୁରା ହେଲା ପରେ ବି ମୋତେ ଛାଡ଼ିଲେନି। ମୋ’ ନାଁରେ କେହି ଏଫଆଇଆର ଦେଇ ନାହାନ୍ତି। କ’ଣ ପାଇଁ ମୋତେ ଥାନାକୁ ନେଇ ବାଡ଼େଇଲେ ମୋ’ ଦୋଷ କ’ଣ ମୁଁ ଜାଣିପାରୁନି।’ ପୁଲିସ୍‌ ମାଡ଼ରେ ଗୁରୁତର ହୋଇ ଆଳି  ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଥିବା ଯୁବକଜଣକ ଗଣମାଧ୍ୟମ ସମ୍ମୁଖରେ ଏପରି ନିଜ ଦୁଃଖ ବଖାଣିଛନ୍ତି।

Advertisment

ସାମାନ୍ୟ ଘରୋଇ କଳହ ମାମଲାକୁ କେନ୍ଦ୍ର କରି ପତ୍ନୀଜଣକ ଥାନାକୁ ଫୋନ୍‌ କରିବା ପରେ ପୁଲିସ୍‌ ପହଞ୍ଚି ସ୍ୱାମୀଙ୍କୁ ଉଠାଇ ନେଇ ଗୋରୁଗାଈ ପରି ପିଟିଥିବା ଜଣାଯାଇଛି। ନିଜ ସ୍ୱାମୀଙ୍କ ନାଁରେ କୌଣସି ଏଫଆଇଆର ଦେଇ ନ ଥିବା ମହିଳାଜଣକ କହିଥିବା ବେଳେ ପୁଲିସ୍‌ ନିକଟରେ କିନ୍ତୁ ତାଙ୍କ ହାତଲେଖା ଏକ ଅଭିଯୋଗପତ୍ର ଥିବା ଜଣାଯାଇଛି।

ଅପରପକ୍ଷେ, ସ୍ୱାମୀଙ୍କୁ ପ୍ରବଳ ମାଡ଼ ମାରିବା ଅଭିଯୋଗରେ ମହିଳାଜଣକ  ଜଣେ ଏସ୍‌ଆଇଙ୍କ ସମେତ ୫ ପୁଲିସ୍‌ କର୍ମଚାରୀଙ୍କ ନାଁରେ ଅଭିଯୋଗ କରିଥିବା ଜଣାଯାଇଛି। ଏପରି ଚାଞ୍ଚଲ୍ୟକର ଘଟଣା  ଆଳି ଥାନା କଳଦିଆ ଗାଁରେ ଘଟିଛି। ଗୁରୁତରଜଣକ ହେଲେ ରବୀନ୍ଦ୍ର ଦାସ।

Advertisment

ଗତ ଶନିବାର ଦିନ କଳଦିଆଗାଁର ରବୀନ୍ଦ୍ର ଦାସ ଓ ତାଙ୍କ ପତ୍ନୀ ସୁନିତାଙ୍କ ମଧ୍ୟରେ ଘରୋଇ କଳହ ଲାଗି ରହିଥିଲା। ଏହି କଳହକୁ ନେଇ ସୁନିତା ଫୋନ କରି ଆଳି ଥାନାକୁ ଜଣାଇଥିଲେ। ଖବର ପାଇବା ପରେ ଆଳି ଥାନାର ଜଣେ ଏସଆଇ ସମେତ ୫ ପୁଲିସ କର୍ମଚାରୀ ତାଙ୍କ ଘରେ ପହଞ୍ଚି ରବୀନ୍ଦ୍ରଙ୍କୁ ନିସ୍ତୁକ ମାଡ଼ ମାରି ଥାନାକୁ ନେଇଯାଇଥିଲେ। ଏମିତିକି ଥାନାରେ ପହଞ୍ଚିବା ପରେ ମଧ୍ୟ ଲଗାତାର ଭାବେ ପୁଲିସ୍‌ ମାଡ଼ ମାରିଥିବା ରବୀନ୍ଦ୍ର ଓ ତାଙ୍କ ପତ୍ନୀ ଅଭିଯୋଗ କରିଛନ୍ତି।

ବିଳମ୍ବିତ ରାତିରେ ପରିବାର ଲୋକେ ରବୀନ୍ଦ୍ରଙ୍କୁ ଥାନାରୁ ଘରକୁ ଆଣିଥିଲେ। ମାତ୍ର ଗୁରୁତର ହୋଇପଡିବାରୁ ପରିବାର ଲୋକେ ଚିକିତ୍ସା ପାଇଁ ତାଙ୍କୁ ଆଳି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରୁ  ତାଙ୍କୁ ପଟ୍ଟାମୁଣ୍ଡାଇ ମେଡିକାଲକୁ ରେଫର କରାଯାଇଛି।  ଏନେଇ  ପତ୍ନୀ ସୁନିତା  ଆଳି ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ହେବା ପରେ ଆଳି ଥାନା ଆଇଆଇସିସି ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଘଟଣାର ତଦନ୍ତ ପରେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଆଇଆଇସି।

ଏନେଇ ସୁନିତା କହିଛନ୍ତି, ଆମ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଆଇଆଇସିଙ୍କୁ ଫୋନ୍‌ କରିବାରୁ ଥାନାକୁ ଆସିବ ବୁଝାମଣା କରିବା ବୋଲି କହିଥିଲେ । ହେଲେ ଏହା ପୂର୍ବରୁ ରାତି ଅଧରେ ମୁଁ ଘରେ ଥିବା ବେଳେ ମୋ ସ୍ୱାମୀକୁ ଉଠେଇନେଇ ଗାଁ ଦାଣ୍ଡରେ ପିଟି ପିଟି ନେଇ ଥାନାକୁ ଗଲେ। ଥାନାକୁ ଯିବାରୁ ଆଇଆଇସି କହିଲେ ଏଫଆଇଆର ଲେଖିକି ଆଣିଲେ ସ୍ୱାମୀକୁ ଦେଖିପାରିବୁ ନ ହେଲେ ଦେଖିପାରୁବୁନି। ମୋ ସ୍ୱାମୀର ଗୋଡ଼ ଭାଙ୍ଗି ଯାଇଥିଲା। ଏବେ ପୁଣି ସେହି ଗୋଡ଼କୁ ପିଟି ପିଟି ଫୁଲାଇ ଦେଇଛନ୍ତି। ମୁଁ ସମସ୍ତଙ୍କ ନାଁରେ ଅଭିଯୋଗ କରିଛି। ମୋ ପିଲା ଛୁଆ ସଂସାରକୁ କିପରି ସମ୍ଭାଳିବି ।ମ

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe