Advertisment

ମନ୍ଦିର ପରିସରରେ କୁକୁର ହଗାଇ ଅଡ଼ୁଆରେ ତୋଫାନ

ଭୁବନେଶ୍ୱର: ବକ୍ରେଶ୍ୱର ମହାଦେବଙ୍କ ମନ୍ଦିର ପରିସରରେ କୁକୁର ବୁଲାଇ ଅଡ଼ୁଆରେ ପଡ଼ିଛନ୍ତି ତୋଫାନ ସାମନ୍ତରାୟ ନାମକ ଜଣେ ବ୍ୟକ୍ତି। ଏବେ ତାଙ୍କ ନାମରେ ମାମଲା ରୁଜୁ ହୋଇଛି। ସୋଶାଲ ମିଡିଆରେ ଏହି ଫଟୋ ଭାଇରାଲ ହେବା ପରେ କାର୍ଯ୍ୟାନୁଷ୍ଠାନ ନେଇଛି କଟକ-ଭୁବନେଶ୍ୱର କମିଶନରେଟ୍ ପୁଲିସ୍। We have taken note of an unsavoury incident near the protected monument of Sri Bakreswar Mahadev in Bhubaneswar from Social media. pic.twitter.com/lCS09KODnj — […]

author-image
Subrat Kumar Nayak
ମନ୍ଦିର ପରିସରରେ କୁକୁର ହଗାଇ ଅଡ଼ୁଆରେ ତୋଫାନ

bbsr

ଭୁବନେଶ୍ୱର: ବକ୍ରେଶ୍ୱର ମହାଦେବଙ୍କ ମନ୍ଦିର ପରିସରରେ କୁକୁର ବୁଲାଇ ଅଡ଼ୁଆରେ ପଡ଼ିଛନ୍ତି ତୋଫାନ ସାମନ୍ତରାୟ ନାମକ ଜଣେ ବ୍ୟକ୍ତି। ଏବେ ତାଙ୍କ ନାମରେ ମାମଲା ରୁଜୁ ହୋଇଛି। ସୋଶାଲ ମିଡିଆରେ ଏହି ଫଟୋ ଭାଇରାଲ ହେବା ପରେ କାର୍ଯ୍ୟାନୁଷ୍ଠାନ ନେଇଛି କଟକ-ଭୁବନେଶ୍ୱର କମିଶନରେଟ୍ ପୁଲିସ୍।
https://twitter.com/cpbbsrctc/status/1314561416360206338?s=20

Advertisment

କମିଶନରେଟ୍ ପୁଲିସ୍ ପକ୍ଷରୁ କୁହାଯାଇଛି, ‘ ପୁଲିସ୍ କମିଶନର ସୁଧାଂଶୁ ଷଡ଼ଙ୍ଗୀଙ୍କ ନିର୍ଦ୍ଦେଶ କ୍ରମେ ଏହି ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି। ତାଙ୍କ ନାମ ତୋଫାନ ସାମନ୍ତରାୟ। ଓୟୁପି ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ। ଆମେ ନାଗରିକମାନଙ୍କୁ ଉପଦେଶ ଦେଉଛୁ ପୋଷା ଜନ୍ତୁଙ୍କୁ ବୁଲାଇବା ସମୟରେ ଦାୟିତ୍ୱବାନ ହୁଅନ୍ତୁ।’

ସୂଚନାଯୋଗ୍ୟ ଯେ, ଭାଇରାଲ ହେଉଥିବା ଏକ ଫଟୋରେ ଜଣେ ଗାମୁଛା ପିନ୍ଧା ବ୍ୟକ୍ତି ଏକ କଳା କୁକୁର ବୁଲାଉଥିଲେ। ଫଟୋରେ କୁକୁରଟି ମଳତ୍ୟାଗ କରୁଥିବା ସ୍ପଷ୍ଟ ଜଣାପଡ଼ୁଛି। ଏଥିରେ ବ୍ୟାକଗ୍ରାଉଣ୍ଡରେ ଏକ ପୁରାତନ କୀର୍ତ୍ତିରାଜି ମଧ୍ୟ ରହିଛି। ଏହି କୀର୍ତ୍ତି ବକ୍ରେଶ୍ୱର ମହାଦେବଙ୍କ ମନ୍ଦିର ବୋଲି ପରେ ଜଣାପଡ଼ିଛି।

Advertisment