Advertisment

ଚରିତ୍ର ଉପରେ ସନ୍ଦେହ କରି ସ୍ତ୍ରୀକୁ ହାଣି ହତ୍ୟାକଲା

କରଞ୍ଜିଆ(ଦୀପକ ମହାନ୍ତ): ସ୍ତ୍ରୀର ଚରିତ୍ର ଉପରେ ହୋଇଥିଲା ସନ୍ଦେହ। ଯାହାକୁ ନେଇ ରାଗ ତଳିରୁ ତାଳୁ ଯାଏଁ ଉଠିଯାଇଥିଲା। ଶେଷରେ ନିଶାରେ ଚୁର ହୋଇ ଏକ ଧାରୁଆ କଟୁରୀରେ ସ୍ତ୍ରୀର ବେକକୁ ହାଣି ଗଣ୍ଡି ଠାରୁ ମୁଣ୍ଡ ଅଲଗା କରିଦେଇଛି ସ୍ୱାମୀ। ଏହି ବିଭତ୍ସ ହତ୍ୟା ପରେ ଘଟଣା ଲୁଚାଇବାକୁ ସ୍ତ୍ରୀର ରକ୍ତାକ୍ତ ମୁଣ୍ଡକୁ ଗୁହାଳରେ ଗାତ ଖୋଳି ପୋତି ଦେଇଥିଲା। ହେଲେ ନିଶା ଛାଡ଼ିବା ପରେ ସେ ପୁଲିସ ନିକଟରେ ଆତ୍ମସମର୍ପଣ କରିଥିଲା। ପୁଲିସ ଏହି […]

author-image
Niranjan Mishra
ଅଦ୍ୟତନ ହୋଇଛି
ଚରିତ୍ର ଉପରେ ସନ୍ଦେହ କରି ସ୍ତ୍ରୀକୁ ହାଣି ହତ୍ୟାକଲା

dead

କରଞ୍ଜିଆ(ଦୀପକ ମହାନ୍ତ): ସ୍ତ୍ରୀର ଚରିତ୍ର ଉପରେ ହୋଇଥିଲା ସନ୍ଦେହ। ଯାହାକୁ ନେଇ ରାଗ ତଳିରୁ ତାଳୁ ଯାଏଁ ଉଠିଯାଇଥିଲା। ଶେଷରେ ନିଶାରେ ଚୁର ହୋଇ ଏକ ଧାରୁଆ କଟୁରୀରେ ସ୍ତ୍ରୀର ବେକକୁ ହାଣି ଗଣ୍ଡି ଠାରୁ ମୁଣ୍ଡ ଅଲଗା କରିଦେଇଛି ସ୍ୱାମୀ। ଏହି ବିଭତ୍ସ ହତ୍ୟା ପରେ ଘଟଣା ଲୁଚାଇବାକୁ ସ୍ତ୍ରୀର ରକ୍ତାକ୍ତ ମୁଣ୍ଡକୁ ଗୁହାଳରେ ଗାତ ଖୋଳି ପୋତି ଦେଇଥିଲା। ହେଲେ ନିଶା ଛାଡ଼ିବା ପରେ ସେ ପୁଲିସ ନିକଟରେ ଆତ୍ମସମର୍ପଣ କରିଥିଲା। ପୁଲିସ ଏହି ହତ୍ୟାକାରୀ ସ୍ୱାମୀକୁ ଗିରଫ କରିଛି। କରଞ୍ଜିଆ ବ୍ଲକ ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ହାତୀଗୋଡ଼ା ଗ୍ରାମରେ ଘଟିଛି ଏପରି ବିଭତ୍ସ  ହତ୍ୟାକାଣ୍ଡ ।

Advertisment

ହତ୍ୟାକାଣ୍ଡର ଶିକାର ହୋଇଥିବା ମହିଳା ଜଣକ ଏହି ଗ୍ରାମର ପ୍ରତିମା ମହାକୁଡ଼। ଅଭିଯୁକ୍ତ ଜଣକ ତାଙ୍କ ସ୍ୱାମୀ ରାଜେଶ ମହାକୁଡ଼।

ସୂଚନା ମୁତାବକ, ଆଜି ପୂର୍ବାହ୍ନ ୯ଟା ସମୟରେ ଏହି ଘଟଣା ଘଟିଛି। ପ୍ରତିଦିନ ଭଳି ପ୍ରତିମା ପାଖ ନଦୀକୁ ଗାଧୋଇବାକୁ ଯାଇଥିଲେ। ସେଠାରୁ ଘରକୁ ଫେରି କାମକାର୍ଯ୍ୟରେ ଲାଗିଯାଇଥିଲେ। ଏହି ସମୟରେ ନିଶାଶକ୍ତ ରାଜେଶ ପହଞ୍ଚି ନିଜ ପତ୍ନୀଙ୍କୁ ଅତି ବିଭତ୍ସ ଭାବେ ହତ୍ୟା କରିଥିଲେ। ଘଟଣାକୁ ଲୁଚାଇବା ନିମନ୍ତେ ସେ ତାଙ୍କ ଗୁହାଳରେ ପତ୍ନୀର କଟା ମୁଣ୍ଡକୁ ପୋତିବା ପରେ ଠାକୁରମୁଣ୍ଡା ଥାନାରେ ରକ୍ତ ଭିଜା କଟୁରୀ ସହିତ ଆତ୍ମସମର୍ପଣ କରିଥିଲେ। ପରେ ଘଟଣା ସ୍ଥଳରେ ଠାକୁରମୁଣ୍ଡା ଥାନା ପୁଲିସ ପହଞ୍ଚି  ତଦନ୍ତ ଚଳାଇଛି।

Advertisment